Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଏ-୧ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା
ଆଞ୍ଚଳିକ

ଏ-୧ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା

May 24, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ୨୦୨୨-୨୩ ଶିକ୍ଷା ବର୍ଷର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ ଚଳିତ ମାସ ଗତ ୧୮ ତାରିଖରେ ପ୍ରକାଶିତ ହୋଇ ଯାଇଛି। ଏଥିରେ ରଣପୁର ବ୍ଲକରୁ ୩୪ ଜଣ ଛାତ୍ରଛାତ୍ରୀ ଏ-୧ ଗ୍ରେଡରେ ପାସ କରି ରଣପୁର ବ୍ଲକ ପାଇଁ ଗୌରବ ଆଣି ପାରିଛନ୍ତି।

ସେମାନଙ୍କ ମଧ୍ୟରୁ ୯୫% ପ୍ରତିଶତ ମାର୍କ ରଖି ୨ ଜଣ ଉତୀର୍ଣ୍ଣ ହୋଇଥିବା ଜଣାଯାଇଛି। ସେମାନେ ହେଲେ ବୃନ୍ଦାବନପୁର ପଚାଂୟତ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରତୀକ୍ଷା ନାୟକ ଓ ମଝିଆଖଣ୍ଡ ରଘୁନାଥ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ର ଅନିଲ କୁମାର ସାହୁ ଉଭୟ ୫୭୦ ମାର୍କ ରଖି ରଣପୁର ବ୍ଲକର ଟପ୍ପର ଭାବେ ଉତୀର୍ଣ୍ଣ ହୋଇଥିବା ଜଣାଯାଇଛି।

ଅନ୍ୟ ଏ-୧ ଗ୍ରେଡରେ ପାସ୍ କରିଥିବା ଛାତ୍ରଛାତ୍ରୀମାନଙ୍କୁ ନିଜ ବିଦ୍ୟାଳୟ ତରଫରୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗୌରାଙ୍ଗପୁର ପଚାଂୟତର ଗୌରାଙ୍ଗପୁର ଗ୍ରାମ ପଚାଂୟତ ଉଚ୍ଚ ବିଦ୍ୟାଳୟର ୩ ଜଣ ଛାତ୍ରୀ ଏ-୧ ଗ୍ରେଡରେ ପାସ୍ କରି ନିଜ ବିଦ୍ୟାଳୟ ତଥା ନିଜ ଅଚଂଳ ପାଇଁ ଗୌରବ ଆନି ପାରିଛନ୍ତି। ସେମାନେ ହେଲେ ତୁଳସୀ ରଥ (୫୪୨ ମାର୍କ), ପୁଷ୍ପାଞ୍ଜଳୀ ବଳିଆରସିଂହ (୫୪୬ ମାର୍କ), ସସ୍ମିତା ମୁଦୁଲି (୫୪୦ ମାର୍କ)। ଏହି ୩ ଜଣଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରାଯାଇଛି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିଦେଶିନୀ ପତିଙ୍କ ତତ୍ୱାବଧାନରେ କୃତୀ ଛାତ୍ରମାନଙ୍କ ଘରକୁ ଯାଇ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଶିତେନ୍ଦ୍ର ବଳିଆରସିଂ, ପ୍ରମୋଦ ଛୋଟରାୟଙ୍କ ସମେତ ବହୁ ପୁରାତନ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ।

ସେହିପରି ମଝିଆଖଣ୍ଡ ପଚାଂୟତର ରଘୁନାଥ ନୋଡାଲ ଉଚ୍ଚ ବିଦ୍ୟାଳୟର ଏ-୧ ଗ୍ରେଡ ମାର୍କ ରଖି ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ରଣପୁର ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା, ମୂଖ୍ୟ ବକ୍ତା ଭାବେ ସ୍ଥାନୀୟ ସରପଚଂ ମଧୁମିତା ତରାଇ, ମୋ ସକୁଲ ସଭାପତି ସୁବଳ ପ୍ରଧାନ , ମୋ ସ୍କୁଲ ସଭ୍ୟ ଅଶୋକ କୁମାର ବେହେରା, ବିଦ୍ୟାଳୟର ପୂର୍ବତନ ଖେଳ ଶିକ୍ଷକ ଶରତ କୁମାର ସାମନ୍ତରାୟ ପ୍ରମୂଖ ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁଙ୍କ ତତ୍ୱାବଦାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅନିଲ କୁମାର ସାହୁ ୫୭୦ ମାର୍କ ରଖି ବ୍ଲକ ଟପ୍ପର ହୋଇ ପାରିଥିବା ବେଳେ ପ୍ରତାପ କୁମାର ବେହେରା ୫୬୦ ମାର୍କ ରଖି ଏ-୧ ଗ୍ରେଡ ହାସଲ କରି ବିଦ୍ୟାଳୟ ତଥା ଅଚଂଲ ପାଇଁ ଗୌରବ ଆଣି ପାରିଛନ୍ତି। ଉପସ୍ଥିତ ଅତିଥି ମାନେ ସେମାନଙ୍କୁ ଟ୍ରଫି ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ମଝିଆଖଣ୍ଡ ସି.ଆର.ସି.ସି. ବିଶ୍ୱ ମୋହନ ବେହେରା, ନରସିଂହପୁର ସି.ଆର.ସି.ସି. ସୁଶୀଲ କୁମାର ରଣା, ଶିକ୍ଷୟତ୍ରୀ ସୁନିତା ପରମାଣିକ, ସୋନାଲି ପ୍ରିୟଦର୍ଶିନୀ, ଶିକ୍ଷକ ସଞ୍ଜୟ ନାୟକଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ସଦସ୍ୟା ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ: ଜାତୀୟ ଯୁବ ଦିବସ ଅବସରରେ ସ୍ବାମୀ ବିବେକାନନ୍ଦଙ୍କ ଚିନ୍ତନ ଓ ଦର୍ଶନ ସମ୍ପର୍କରେ ଆଲୋଚନା ଚକ୍ର

January 13, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ କାର୍ଯ୍ୟକ୍ରମ ଆୟୋଜିତ

January 12, 2026

ଭେଟିନାଥଦେବ ପିଏମ୍. ଶ୍ରୀ ବିଦ୍ୟାଳୟରେ ପିଏମ୍.ଶ୍ରୀ ଉତ୍ସବ ତଥା ବାର୍ଷିକ ଉତ୍ସବ ସମାରୋହ

January 12, 2026

ବାଣପୁର ବ୍ଲକ ସ୍ତରୀୟ ବନ୍ଦେମତରମ୍ ତାଲିମ ପ୍ରଶିକ୍ଷଣ

January 11, 2026
Latest News

ଖୋର୍ଦ୍ଧା ଜିଲ୍ଲା ଜୁନିଅର ରେଡ଼କ୍ରସ କାର୍ଯ୍ୟନିର୍ବାହୀ ବୈଠକ: ନୂତନ ଜିଲ୍ଲା ସଚିବଙ୍କ ଦାଇତ୍ୱ ଗ୍ରହଣ

January 17, 2026

ପିଏଫ୍ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର: ପ୍ରକାଶ ପାଇଲା ୟୁପିଆଇ ଉଠାଣ ତାରିଖ

January 17, 2026

ପାକିସ୍ତାନ ପରେ ବାଂଲାଦେଶ: ୧୯ ବର୍ଷରୁ କମ୍ ବିଶ୍ୱକପରେ ହାତ ମିଳାଇଲେ ନାହିଁ ଭାରତୀୟ ଖେଳାଳି

January 17, 2026

କଂଗ୍ରେସ ଉପରେ ୧୨ ଲକ୍ଷ କୋଟିର ଦୁର୍ନୀତିର ଅଭିଯୋଗ ଆଣିଲେ କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ 

January 17, 2026

ବାଜିରେ ଟିମ୍ ଇଣ୍ଡିଆର ଅତୁଟ ରେକର୍ଡ: ଭାରତରେ ପ୍ରଥମ ଥର ପାଇଁ ଦିନିକିଆ ସିରିଜ ଜିତିବ କି ନ୍ୟୁଜିଲ୍ୟାଣ୍ଡ?

January 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.