ଜମିରେ ପାଣି ମଡାକୁ କେନ୍ଦ୍ର କରି ଗଣ୍ଡଗୋଳ, ୩ ଆହତ ଓ ୩ ଗିରଫ

Published: Jun 7, 2023, 11:21 am IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବୁଗୁଡ଼ା ଥାନା ଅନ୍ତର୍ଗତ ଘୋଳପୁର ଗ୍ରାମରେ ଜମିରେ ପାଣି ମଡାକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟି ଦୁଇ ପରିବାରର ୩ ଜଣ ଆହତ ହୋଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ଅଶ୍ଵିନୀ ବାରିକ ଓ ଧନେଶ୍ଵର ପ୍ରଧାନଙ୍କ ଜମି ପାଖାପାଖି ରହିଛି। ଇତ୍ୟବସରରେ ଚାଷ କାର୍ଯ୍ୟ ପାଇଁ ଜମିରେ ପାଣି ମଡାକୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଓ ପରବର୍ତ୍ତୀ ସମୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ଘଟି ଅଶ୍ଵିନୀ ବାରିକ, ବସନ୍ତ ବାରିକ ଓ ଧନେଶ୍ଵର ପ୍ରଧାନ ଗୁରୁତର ଆହତ ହୋଇଥିଲେ।

ଏହି ଭଳି ପରିସ୍ଥିତିରେ ଉଭୟ ଥାନାରେ ଅଭିଯୋଗ କରିଥିଲେ ଓ ଅଭିଯୋଗକୁ ଭିତ୍ତି କରି ପୋଲିସ ଉଭୟ ପକ୍ଷଙ୍କ ଏତଲା ଗ୍ରହଣ କରି ୩୮୪/୨୩ ଓ ୩୮୫/୨୩ ପ୍ରକାରେ ଅଶ୍ଵିନୀ, ବସନ୍ତ ଓ ଧନେଶ୍ଵରକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Related posts