Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ବ୍ଲକରେ ଲୋକକଳା ଦିବସ ପାଳିତ: ପୁରସ୍କୃତ ହେଲେ ୧୧ ପ୍ରତିଯୋଗୀ
ଆଞ୍ଚଳିକ

ବାଣପୁର ବ୍ଲକରେ ଲୋକକଳା ଦିବସ ପାଳିତ: ପୁରସ୍କୃତ ହେଲେ ୧୧ ପ୍ରତିଯୋଗୀ

June 14, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଓଡ଼ିଶାର ଲୋକକଳାକୁ ଉଜ୍ଜିବୀତ କରି ଲୋକମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଲୋକକଳା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ୍ରମେ ବାଣପୁର ପଞ୍ଚାୟତ ସମିତି ଓ ବ୍ଲକ କଳା ସଂସ୍କୃତି ସଙ୍ଘ ମିଳିତ ଆନୁକୂଲ୍ୟରେ ବ୍ଲକ ସଭା ଗୃହରେ ଏହି ଲୋକକଳା ଦିବସର ଆୟୋଜନ କରାଯାଇଥିଲା।

ଏଥିରେ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏବିଡ଼ିଓ ସୀମାଦ୍ରୀ ପାତ୍ର, ବ୍ଲକ ସମାଜ ମଙ୍ଗଳ ଅଧିକାରୀ ପଦ୍ମନାଭ ଭୋଳ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ଗିରିବାଳା ନାୟକ, ବିପିଏମ ରଶ୍ମିତା ଇନ୍ଦ୍ରଜିତ, ଶିବ ପ୍ରସାଦ ଜାଲି ଯୋଗ ଦେଇଥିଲେ। ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ତରଫରୁ ନାନପ୍ରକାରର ପିଠା ତିଆରି କରାଯାଇ ପ୍ରତିଯୋଗିତାରେ ଭାଗ ନେଇଥିଲେ। ତତସହିତ ପୁଚି ଓ ଝୋଟି ପ୍ରତିଯୋଗିତାରେ ଅଞ୍ଚଳର ମହିଳା ମାନେ ଭାଗ ନେଇଥିଲେ।

କଳା ସଂସ୍କୃତି ସଙ୍ଘର ସଭାପତି ଦିଲ୍ଲୀପ କୁମାର ପଣ୍ଡା ଏବଂ ଅନ୍ୟମାନେ ପ୍ରତିଯୋଗୀମାନଙ୍କର ପିଠା ସମେତ ଅନ୍ୟ ପ୍ରଦର୍ଶିତ କରିଥିବା କଳାକୁ ପରଖିଥିଲେ। ଭଲ ପ୍ରଦର୍ଶନ କରିଥିବା ସଙ୍ଘ ଓ ମହିଳାମାନଙ୍କୁ ନମ୍ବର ମାଧ୍ୟମରେ ଚୟନ କରାଯାଇଥିଲା।  ଉପରୋକ୍ତ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିଥିବା ସମୁଦାୟ ୧୧ ଜଣ ପ୍ରତିଯୋଗୀମାନଙ୍କୁ ତହସିଲଦାର ଶ୍ରୀ ବଡ଼ଜେନା ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରିଥିଲେ।

ବାଣପୁର ବ୍ଲକ ଲୋକକଳା ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ତାମିଲନାଡୁରେ ଆଉ ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

October 14, 2026

ବିରଳ ବଜ୍ରକାପ୍ତା ଉଦ୍ଧାର

October 13, 2026

ଦ୍ୱିତୀୟ ଦିନ ମାତା ବ୍ରହ୍ମଚରିଣୀଙ୍କ ପୂଜାରେ ଏହି ଭୋଗ ଅର୍ପଣ କରନ୍ତୁ, ଜାଣନ୍ତୁ ତାଙ୍କର ପୂଜା ପଦ୍ଧତି ଓ କଥା

October 12, 2026

ନବରାତ୍ରୀ ପୂଜା, ଜାଣନ୍ତୁ ନଅ ଦିନ ଧରି କେଉଁ କେଉଁ ଦେବୀଙ୍କୁ କରାଯାଏ ପୂଜା

October 12, 2026
Latest News

ଛାତ୍ର ସଂସଦ ନିର୍ବାଚନ : ଚାଲିଛି ମତଦାନ, ଆଜି କଲେଜକୁ ମିଳିବ ନୂଆ ନେତୃତ୍ବ

October 15, 2026

ମାତ୍ର ₹୨୦ରେ ସ୍ୱାଦଯୁକ୍ତ କ୍ଷୀର, ତାମିଲନାଡୁରେ ଲଞ୍ଚ କଲା ରିଲାଏନ୍ସ

October 15, 2026

ସିଏସ୍ଆଇଆର୍-ଆଇଏମ୍ଏମଟିରେ “୮୫ ତମ ସିଏସ୍ଆଇଆର୍ ପ୍ରତିଷ୍ଠା ଦିବସ” ପାଳିତ

October 15, 2026

ଇଣ୍ଡିଆସ୍କିଲ୍ସ ୨୦୨୬-୨୭ ପଞ୍ଜୀକରଣ ଅବଧି ଅକ୍ଟୋବର ୧୯ ପର୍ଯ୍ୟନ୍ତ ବୃଦ୍ଧି

October 15, 2026

ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନର ଉତ୍ପାଦକତା ଆଧାରିତ ବୋନସ ମଞ୍ଜୁର କଲା କେନ୍ଦ୍ର କ୍ୟାବିନେଟ

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.