Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଚାନକ ବାଣପୁର ଗସ୍ତ: ପରିଦର୍ଶନ କଲେ ନିର୍ମାଣଧୀନ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର
ଆଞ୍ଚଳିକ

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଚାନକ ବାଣପୁର ଗସ୍ତ: ପରିଦର୍ଶନ କଲେ ନିର୍ମାଣଧୀନ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

July 5, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଆଜି ମଧ୍ୟାହ୍ନରେ ଅଚାନକ ବାଣପୁର ଗସ୍ତରେ ଆସିଥିଲେ। ଜିଲ୍ଲାପାଳ ପ୍ରଥମେ ବ୍ଲକ କାର୍ଯ୍ୟାଳୟକୁ ଯାଇ ସେଠାରେ ଚାଲିଥିବା ଏସଇବିସି ସର୍ଭେ ଭାଲୁଏସନ ପରଖିଥିଲେ। ଏହାପରେ ଜିଲ୍ଲାପାଳ ଆଙ୍କୁଲାସ୍ଥିତ ୫-ଟି ଆମ ହସ୍ପିଟାଲ ଯୋଜନା ଅନ୍ତର୍ଗତ ନିର୍ମାଣଧୀନ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିବା ସହ ଏହାକୁ ଶୀଘ୍ର ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସେଠାରୁ ଜିଲ୍ଲାପାଳ ବାଣପୁର ସରକାରୀ ୫-ଟି ହାଇସ୍କୁଲ ପରିଦର୍ଶନ କରି ସେଠାରେ ପୂର୍ତ୍ତବିଭାଗ ଦ୍ୱାରା ନିର୍ମାଣ ହେବାକୁ ଥିବା ସଭାଗୃହ ପରିଦର୍ଶନ କରିଥିଲେ। ଏହାପରେ ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ୫-ଟି ଅନ୍ତର୍ଗତ ନିର୍ମାଣଧିନ ଇଣ୍ଡୋର ଷ୍ଟାଡିଅମ ପରିଦର୍ଶନ କରି ତାହାକୁ ଶୀଘ୍ର ଶେଷ କରିବା ପାଇଁ ନିର୍ଦେଶ ଦେଇଥିଲେ ଜିଲ୍ଲାପାଳ।

ବାଣପୁର ଏନଏସି ରେ ବର୍ଷାଜଳ ନିଷ୍କାସନ ପାଇଁ କିପରି ଶୀଘ୍ର ଡ୍ରେନେଜ ନିର୍ମାଣ କରିହେବ ତାହା ଉପରେ ଗୁରୁତ୍ୱ ଦେଇଥିଲେ ଜିଲ୍ଲାପାଳ।

ପରିଶେଷରେ ବାଲୁଗାଁ ଉଚ୍ଚ ବିଦ୍ୟାଳୟ ପରିସରରେ ୫-ଟି ଅନ୍ତର୍ଗତ ନିର୍ମାଣଧୀନ ମଲ୍ଟି ପରପୋଜ ହଲ ପରିଦର୍ଶନ କରି ଟାଙ୍ଗୀ ଅଭିମୁଖେ ଗସ୍ତ କରିଥିଲେ।

ଜିଲ୍ଲାପାଳଙ୍କ ଉକ୍ତ ଗସ୍ତ ସମୟରେ ବାଣପୁର ବିଡିଓ ଶୀତଲ ଅଗ୍ରୱାଲ, ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ ଶିବଲାଲ ସାହୁ, ଏସଡିଓ ଶ୍ଵେତା ଦାସ ଏବଂ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

କେ. ସୁଦର୍ଶନ ଚକ୍ରବର୍ତ୍ତୀ ଖୋର୍ଦ୍ଧା ଜିଲ୍ଲାପାଳ ବାଣପୁର ଗସ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁରରେ ଆରଏସଏସ ଓ ଏବିଭିପି ପକ୍ଷରୁ ରଥଯାତ୍ରା ସେବା କାର୍ଯ୍ୟ

July 16, 2026

ଟାଙ୍ଗୀ ବ୍ଲକ ପରିସରରେ ମିଳିତ ଜନଶୁଣାଣି ଶିବିର

July 13, 2026

ଦିବଙ୍ଗତ କବି ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭା

July 11, 2026

ବାଣପୁରରେ ଏବିଭିପିର ୭୮ ତମ ପ୍ରତିଷ୍ଠା ଦିବସ ପାଳନ

July 9, 2026
Latest News

ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଭାରତ ବନାମ ଇଂଲଣ୍ଡ ତୃତୀୟ ODIରୁ ବାଦ ପଡ଼ିବେ ଏହି ଖେଳାଳି 

July 17, 2026

ରାଜ୍ୟସଭାରେ ପ୍ରଥମେ ବନ୍ଦେ ମାତରମ୍ ବିଲ୍ ଆଗତ କରିବେ ଗୃହମନ୍ତ୍ରୀ: ଅପମାନ କଲେ ମିଳିବ କଠୋର ଦଣ୍ଡ 

July 17, 2026

ଭାରତରେ ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନ ପାଇଁ ପ୍ରସ୍ତୁତି ଶେଷ: RBI ନେଲା ବଡ଼ ପଦକ୍ଷେପ

July 17, 2026

Reliance Digital: ରିଲାଏନ୍ସ ଡିଜିଟାଲର ରଥଯାତ୍ରା ଉପଲକ୍ଷେ ଅଫର, ₹୭,୫୦୦ ପର୍ଯ୍ୟନ୍ତ ଉପହାର

July 17, 2026

ଆନ୍ଧ୍ରପ୍ରଦେଶରେ ୧୨ଟି ନୂତନ କୋଭିଡ-୧୯ ମାମଲା: ୪ ମୃତ

July 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.