Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ପକ୍ଷରୁ ବୋଲବମ ସେବାକାର୍ଯ୍ୟ
ଆଞ୍ଚଳିକ

ବାଣପୁର ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ପକ୍ଷରୁ ବୋଲବମ ସେବାକାର୍ଯ୍ୟ

July 16, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଜାରି ରହିଛି ପବିତ୍ର ଶ୍ରାବଣ ମାସ। ବୋଲବମ ଭକ୍ତମାନେ ବିଭିନ୍ନ ଶୈବ ପିଠରେ ଜଳଲାଗି କରୁଛନ୍ତି। ତେବେ ବିଭିନ୍ନ ସ୍ଥାନରେ ଭକ୍ତଙ୍କ ସେବା ଲାଗି ବହୁ ସ୍ଵେଚ୍ଛାସେବୀ ଧାର୍ମିକ ସଂଗଠନ ମାନେ ସେବା କାର୍ଯ୍ୟ ଜାରି ରଖିଛନ୍ତି। ଅନୁରୂପ ଭାବେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ମଧ୍ୟ ଶତାଧିକ ଶିବ ଭକ୍ତ ମାନେ ଜଳଲାଗି କରୁଛନ୍ତି।

ଆସନ୍ତାକାଲି ଶ୍ରାବଣର ଦ୍ଵିତୀୟ ସୋମବାର ଥିବା ବେଳେ ଅଞ୍ଚଳର ଅଗ୍ରଣୀ ଧାର୍ମିକ ଅନୁଷ୍ଠାନ ଶ୍ରୀ ଶ୍ରୀ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ପକ୍ଷରୁ ବଜାର ସାହିସ୍ଥିତ ରଙ୍କନାଥ ଦେବ ମନ୍ଦିର ପରିସରରେ ସେବା କାର୍ଯ୍ୟ ଜାରି ରହିଛି। ବୋଲବମ ପାଣି ନେଇ ଯାଉଥିବା ଭକ୍ତ ମାନଙ୍କ ସେବା ଜାରି ରଖିଛି ଉକ୍ତ ଅନୁଷ୍ଠାନ। କମିଟିର କର୍ମକର୍ତ୍ତାମାନେ ପ୍ରତି ବର୍ଷ ଶ୍ରାବଣ ମାସରେ ଉକ୍ତ ସେବା କାର୍ଯ୍ୟ କରିଥାନ୍ତି। କମିଟି କର୍ମକର୍ତ୍ତା ଙ୍କ ପକ୍ଷରୁ ଭକ୍ତଙ୍କ ରହିବା ଓ ଭୋଜନ ବ୍ୟବସ୍ଥା କରାଯାଇଛି।

ତତସହିତ କୌଣସି ଭକ୍ତ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ତାହାର ବିଶେଷ ଧ୍ୟାନ ରଖୁଛି ଉକ୍ତ କମିଟି। ଚଳିତ ବର୍ଷ ଯୋଡ଼ା ଶ୍ରାବଣ ମାସ ପଡୁଥିବାରୁ ଦୁଇ ମାସ ଧରି ବୋଲବମ ଭକ୍ତଙ୍କ ସେବା କାର୍ଯ୍ୟ ଜାରି ରହିବ ବୋଲି କମିଟି ପକ୍ଷରୁ ପ୍ରକାଶ।

ସୂଚନା ଥାଉକି ଶ୍ରୀ ଶ୍ରୀ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ଦୀର୍ଘ ବର୍ଷ ହେଲା ବାଣପୁର ଅଞ୍ଚଳରେ ବିଭିନ୍ନ ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମରେ ଯୋଡି ହୋଇ ସେବା କାର୍ଯ୍ୟ ଜାରି ରଖିଛି।

ବାଣପୁର ଶ୍ରାବଣ ମାସ ଶ୍ରୀ ଶ୍ରୀ ରଙ୍କନାଥ ଦେବ ହନୁମାନ ଚାଳିଶା ଯଜ୍ଞ କମିଟି
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026

ଡାଲିର ଗୁଣ ଜ୍ଞାନ ଓ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

March 9, 2026

ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ସୁବର୍ଣ୍ଣ ଜୟନ୍ତୀ ମହାସମାରୋହରେ ପାଳିତ

March 7, 2026

ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

March 5, 2026
Latest News

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026

ଭାରତ ସହିତ ସ୍ଥଳ ସୀମା ଲାଗିଥିବା ଦେଶଗୁଡ଼ିକରୁ ନିବେଶ ଉପରେ ମାର୍ଗଦର୍ଶିକାରେ ପରିବର୍ତ୍ତନକୁ ଅନୁମୋଦନ

March 10, 2026

ଏହି ତାରିଖରେ ପ୍ରକାଶ ପାଇବ ୨୦୨୬ ଆଇପିଏଲ କାର୍ଯ୍ୟସୂଚୀ: BCCI ରୁ ମିଳିଲା ଅପଡେଟ୍

March 10, 2026

ପ୍ରମୁଖ କୃଷି ଫସଲ ଉତ୍ପାଦନର ଦ୍ୱିତୀୟ ଅଗ୍ରୀମ ଆକଳନ ପ୍ରକାଶ କଲା କୃଷି ମନ୍ତ୍ରଣାଳୟ

March 10, 2026

ପିଆଇବି ଏଡିଜିଙ୍କ ଆକାଶବାଣୀ ପୁରୀ କେନ୍ଦ୍ର ଗସ୍ତ

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.