Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ବ୍ଲକରେ ମନରେଗା ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ
ଆଞ୍ଚଳିକ

ବାଣପୁର ବ୍ଲକରେ ମନରେଗା ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ

August 1, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସଭାଗୃହରେ ଉପ ଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠିଙ୍କ ସଭାପତିତ୍ୱରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଏକ ସାମାଜିକ ସମିକ୍ଷା ବୈଠକ ଓ ସାଧାରଣ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ବିଡ଼ିଓ ଶୀତଲ ଅଗ୍ରୱାଲ, ମନରେଗା ସଂଯୋଜକ ଜ୍ୟୋସ୍ନାମୟୀ ରାଉତ ଉପସ୍ଥିତ ରହି ଜନଶୁଣାଣି କରିଥିଲେ।

ବିଗତ ବର୍ଷର ବିଭିନ୍ନ କାର୍ଯ୍ୟର ଅଗ୍ରଗତି ଓ ଶ୍ରମିକ ପ୍ରାପ୍ୟ ଉପରେ ଆଲୋଚନା କରାଯାଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ଉକ୍ତ ଯୋଜନାରେ ବିଭିନ୍ନ ଗ୍ରାମ ପଞ୍ଚାୟତରେ ନିର୍ମାଣ କରାଯାଇଥିବା ଅମୃତ ସରୋବରକୁ ପ୍ରୋଜେକ୍ଟ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା। ପଞ୍ଚାୟତ ସମିତି ଅଧୀନରେ ସମୁଦାୟ ୨୩୬୦୦୦ କାର୍ଯ୍ୟ ଦିବସ ସୃଷ୍ଟି କରିବାକୁ ଥିବାବେଳେ ୪୮ ଶତକଡାରେ ପହଞ୍ଚି ସାରିଥିବା ଏପିଓ ଶୁଭଲଷ୍ମୀ ବିଶ୍ୱାଳ ମତପ୍ରକାଶ କରିଥିଲେ।

ବୈଠକରେ ଉପସ୍ଥିତ ଥିବା ଅତିରିକ୍ତ ଉଦ୍ୟାନ ଅଧିକାରୀଣି ଅନ୍ନପୂର୍ଣ୍ଣା ମହାରଣା ଚଳିତ ବର୍ଷ ନଡ଼ିଆ, ଆମ୍ବ, କଦଳୀ, ଲେମ୍ବୁ ଭଳି ବିଭିନ୍ନ ଗଛର ଚାରା ନେବାକୁ ଇଚ୍ଛୁକ ଥିବା କୃଷକମାନେ ସବସିଡି ଆକାରରେ ସରକାର ଯୋଗାଇ ଦେଉଥିବାର କହିଥିଲେ। କେବଳ ଆଧାରକାର୍ଡ଼ ଜରିଆରେ ଚାରା ନେବାକୁ ପରାମର୍ଶ ଦେଇଥିଲେ। ଯେଉଁ ଚାଷୀମାନେ ନଡ଼ିଆ ବଗିଚା କରିବାକୁ ଇଛୁକ ଉକ୍ତ ଚାରା ରୋପଣ ପ୍ରକ୍ରିୟାରେ ଇନ୍ସୁରାନ୍ସର ସୁବିଧା ଥିବା ବୈଠକକୁ ଜଣାଇଥିଲେ।

ମୃତ୍ତିକା ସଂରକ୍ଷଣ ବିଭାଗ ଅଧୀନରେ ହୋଇଥିବା କାର୍ଯ୍ୟର ସମୀକ୍ଷା କରାଯାଇଥିଲା lମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟକ୍ଷମ ଥିବା ପ୍ରକଳ୍ପ ଗୁଡିକୁ ଶୀଘ୍ର ଶେଷ କରିବାକୁ ବିଡ଼ିଓ ଶ୍ରୀମତୀ ଅଗ୍ରୱାଲଙ୍କୁ ଉପ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ଉକ୍ତ ବୈଠକରେ ସମସ୍ତ ସରପଞ୍ଚ, ସମିତି ସଭ୍ୟ, କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଜିଆରଏସ ମାନେ ଉପସ୍ଥିତ ଥିଲେ।

ବାଣପୁର ମନରେଗା ଯୋଜନା ସମୀକ୍ଷା ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

ଜିଲ୍ଲାପାଳଙ୍କ ସହ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକ: ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ଉପରେ ଗୁରୁତ୍ଵ

March 25, 2026

ବାଣପୁର: ବରିଷ୍ଠ ନାଗରିକ ସଂଘର ବିଭିନ୍ନ ଦାବି ପୂରଣ କରିବା ଲାଗି ପ୍ରତିଶ୍ରୁତି ଦେଲେ ଆଇନ ମନ୍ତ୍ରୀ

March 25, 2026

ପଖାଳ ଦିବସରେ ବାଣପୁରରେ ପ୍ରଚଳିତ ମା’ଭଗବତୀଙ୍କ ଅତିପ୍ରିୟ ପଖାଳ ଭୋଗ ଲୋକକଥା

March 20, 2026

ଖୋଲିଲା ମା’ ଭଗବତୀ ମନ୍ଦିର ଭିତର ହୁଣ୍ଡି: ଜାଣନ୍ତୁ ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ କେତେ?

March 16, 2026
Latest News

ପାକିସ୍ତାନକୁ “ଦଲାଲ ରାଷ୍ଟ୍ର” ବୋଲି କହିଲେ ଏସ. ଜୟଶଙ୍କର: କଡ଼ା ବିରୋଧ କଲେ କଂଗ୍ରେସ ନେତା

March 27, 2026

Breaking News: ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କଲେ ସରକାର

March 27, 2026

ଆଜି ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମ ନୀତି ପାଇଁ ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

March 27, 2026

ଆଜି ପବିତ୍ର ରାମ ନବମୀରେ ଶ୍ରୀରାମଙ୍କୁ କିପରି ପୂଜା କଲେ ସେ ହୁଅନ୍ତି ଖୁସି, ଜାଣନ୍ତୁ

March 27, 2026

କନ୍ଧମାଳରେ ଆପଦପ୍ରବଣ କିଶୋରମାନଙ୍କୁ ସଶକ୍ତ କରିବା ପାଇଁ ସର୍ଭାଇଭର୍‍ ନେଟୱର୍କ କାର୍ଯ୍ୟକ୍ରମ

March 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.