ଟାଙ୍ଗୀ: ନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର

Published: Aug 24, 2023, 11:07 am IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୨ ଦିନ ହେବ ନିଖୋଜ ଥିବା ଯୁବକଙ୍କ ଆଜି ମୃତ ଦେହ ଉଦ୍ଧାର କରାଯାଇଛି।

ସୂଚନା ଅନୁଯାୟୀ, ଟାଙ୍ଗୀ ବ୍ଲକ ଅନ୍ତର୍ଗତ ପଣସ ପୁର ପାଟଣାର ଦୀପକ ଦାସ (୨୭) ଗତ ଦୁଇ ଦିନ ହେଲା ନିଖୋଜ ଥିଲେ। ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ। ହେଲେ ଆଜି ନାରାୟଣୀ ପୋଖରୀ ନିକଟ ଏକ ଚୁଆରୁ ଦୀପକଙ୍କ ମୃତ ଦେହ ଭାସୁଥିବାରୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏନେଇ ଟାଙ୍ଗୀ ପୋଲିସକୁ ଖବର ଦେବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। କିନ୍ତୁ ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଦେଇଛି।

Related posts