Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ କଳ୍ପନା ଦାଶ ଓ ଡଃ ଜୟନ୍ତୀ ସାମଲଙ୍କୁ ସମ୍ବର୍ଦ୍ଧନା
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ କଳ୍ପନା ଦାଶ ଓ ଡଃ ଜୟନ୍ତୀ ସାମଲଙ୍କୁ ସମ୍ବର୍ଦ୍ଧନା

September 5, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଭାରତର ମହାନ ଦାର୍ଶନିକ ଓ ଦ୍ୱିତୀୟ ରାଷ୍ଟ୍ରପତି ପ୍ରଫେସର ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ୧୩୫ ତମ ଜନ୍ମବାର୍ଷିକୀ ତଥା ଗୁରୁଦିବସ ଅବସରରେ ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ ଓ ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର ଜୟନ୍ତୀ ସାମଲଙ୍କୁ ଦର୍ଶନ ବିଭାଗ ପକ୍ଷରୁ ଆଜି ଶ୍ରେଷ୍ଠ ଅଧ୍ୟାପିକା ଭାବେ ସମ୍ବର୍ଦ୍ଧିତ କରାଯାଇଛି। ଦର୍ଶନ ବିଭାଗର ବିଭାଗୀୟ ମୁଖ୍ୟ ଡକ୍ଟର କୈଳାସ ଚନ୍ଦ୍ର ମହାରଣାଙ୍କ ସଂଯୋଜନାରେ ଆୟୋଜିତ ଏକ ଉତ୍ସବରେ ବର୍ଷା ବିଷୋୟୀ, ଲକ୍ଷ୍ମୀପ୍ରିୟା ଘଟୁଆଳି, ଜ୍ୟୋତି ବିଶ୍ୱାସ, ଶିବାନୀ ପାତ୍ର, ନିହାରିକା ପ୍ରଧାନ, ଅଭାମାୟୀ ପ୍ରଧାନ, ନନ୍ଦିନୀ ପ୍ରଧାନ, ନନ୍ଦିନୀ ବାରିକ ପ୍ରମୁଖ ଡକ୍ଟର ରାଧାକୃଷ୍ଣନଙ୍କ ଶିକ୍ଷା, ଦର୍ଶନ ଓ ଭାରତୀୟ ଦର୍ଶନ ଉପରେ ଆଲୋଚନା କରି କହିଲେ ଯେ, ଡକ୍ଟର ରାଧାକୃଷ୍ଣନ ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦର୍ଶନରେ ପାଣ୍ଡିତ୍ୟ ଲାଭ କରିବା ସହ ଯେଉଁ ତୁଳନାତ୍ମକ ଅଧ୍ୟୟନ ଓ ସଂଶ୍ଳେଷଣ କରିଛନ୍ତି ସେଥିପାଇଁ ସେ ଅମର ହୋଇ ରହିବେ।

ଶିକ୍ଷା ସମ୍ପର୍କରେ ଡକ୍ଟର ରାଧାକୃଷ୍ଣନଙ୍କ ଦୃଷ୍ଟିଭଙ୍ଗୀ ଉଭୟ ଶିକ୍ଷକ ଓ ଶିକ୍ଷାର୍ଥୀଙ୍କୁ ପ୍ରଭାବିତ କରିଥାଏ। ତାଙ୍କ ମତରେ ଯେଉଁ ଶିକ୍ଷା ଶିକ୍ଷାର୍ଥୀଙ୍କୁ ଅନ୍ଧାରରୁ ଆଲୋକ ଅଭିମୁଖୀ କରାଏ, ସକଳ ହୀନମନ୍ୟତା ଓ ସଂକୀର୍ଣ୍ଣତାରୁ ମୁକ୍ତ ହୋଇ ଉର୍ଦ୍ଧ୍ଵକୁ ଉତ୍ତୋଳିତ କରାଏ ତାହାହିଁ ଯଥାର୍ଥ ଶିକ୍ଷା।

ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଶିକ୍ଷାର୍ଥୀଟିଏ ଶିକ୍ଷକଙ୍କ ଠାରୁ ସାମାଜିକ ବୁଝାମଣା, ମାନବସେବା, ତ୍ୟାଗ ଓ ଉତ୍ସର୍ଗ ଭଳି ମାନବୀୟ ମୂଲ୍ୟବୋଧ ଯଦି ଶିକ୍ଷା ଲାଭ ନ କଲା ତେବେ ସେ ଶିକ୍ଷା ନିରର୍ଥକ। ଏଥିପାଇଁ ଶିକ୍ଷକମାନେ ନିଜେ ପ୍ରେମ, ବୁଝାମଣା, ସହୃଦୟତା, ଗଭୀର ଚିନ୍ତନ, ଚରିତ୍ରବାନ, ନିର୍ଭୀକତା, ରାଷ୍ଟ୍ରୀୟ ଚେତନା ଆଦି ଗୁଣରେ ପରିପୂର୍ଣ୍ଣ ହେବାକୁ ପଡିବ।

ଏହି ସମ୍ପାନ ପରେ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀ ମାନେ ଚଳିତ ବର୍ଷର ଶ୍ରେଷ୍ଠ ତଥା ପ୍ରିୟ ଶିକ୍ଷକ ଭାବେ ମନସ୍ତତ୍ଵ ବିଭାଗ ପ୍ରାଧ୍ୟାପିକା ଡକ୍ଟର କଳ୍ପନା ଦାଶ ଓ ଇଂରାଜୀ ବିଭାଗର ପ୍ରାଧ୍ୟାପିକା ଡକ୍ଟର ଜୟନ୍ତୀ ସାମଲଙ୍କୁ ମନପାତ୍ର ସହ ଉତ୍ତରୀୟ ଓ ପୁସ୍ତକ ଉପହାର ଦେଇ ସମ୍ବର୍ଦ୍ଧିତ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଉଭୟ ଅଧ୍ୟାପିକା ମହାବିଦ୍ୟାଳୟରେ ଦୀର୍ଘ ପଞ୍ଚ ତିରିଶ ବର୍ଷ ଧରି ଶିକ୍ଷାଦାନର ଅଭିଜ୍ଞତା ବର୍ଣ୍ଣନା କରିବା ସହ ଶିକ୍ଷାର୍ଥୀ ମାନଙ୍କୁ ଚରିତ୍ରବାନ,ଶୃଙ୍ଖଳିତ ଓ ସମାଜମନସ୍କ ହେବା ପାଇଁ ପରାମର୍ଶ ଦେଇଥିଲେ। ଏହାକୁ ସେମିନାର ସଂଯୋଜିକା ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ ଦ୍ୱିତୀୟ ରାଷ୍ଟ୍ରପତି ବାଲୁଗାଁ ବାଲୁଗାଁ ମହାବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ରଙ୍କନାଥ ମନ୍ଦିରରେ ନୂତନ ପ୍ରବଚନ ମଣ୍ଡପକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

February 15, 2026

ଚିଲିକା ସାମ୍ବାଦିକଙ୍କ ମାତୃ ବିୟୋଗ

February 14, 2026

ବାଲୁଗାଁରେ ମାତିଲେ ଲୁଟେରା ଗ୍ୟାଙ୍ଗ: ୫ ଟି ସ୍ଥାନରୁ ୮ ମନ୍ଦିରରୁ ସିରିଜ ଲୁଟ

February 14, 2026

ରଣପୁର: ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଯାପିତ

February 13, 2026
Latest News

ଆର୍ଯ୍ୟ ସମାଜ ପକ୍ଷରୁ ମହର୍ଷି ଦୟାନନ୍ଦ ଋଷିବୋଧ ଉତ୍ସବ ପାଳିତ

February 15, 2026

ପାକିସ୍ତାନକୁ ପୁଣି ଧୁଳି ଚଟାଇଲା ଭାରତ: ୬୧ ରନରେ ଜିତିଲା ଟିମ ଇଣ୍ଡିଆ

February 15, 2026

ମହାଶିବରାତ୍ରୀ: ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିଲା ପ୍ରଭୃ ଲିଙ୍ଗରାଜଙ୍କ ମହାଦୀପ 

February 15, 2026

ପ୍ରଖ୍ୟାତ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଆଉ ନାହାଁନ୍ତି, ମହାଶିବରାତ୍ରୀରେ ପରଲୋକ

February 15, 2026

ଇଶାନ କିଶାନଙ୍କ ବିସ୍ଫୋରକ ବ୍ୟାଟିଂ: ପାକିସ୍ତାନକୁ ୧୭୬ ରନର ଟାର୍ଗେଟ ଦେଲା ଭାରତ

February 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.