Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବଦଳିଲେ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ଚିଲିକା ପାଇଁ ନିଯୁକ୍ତ ହେଲେ ଚକ୍ରଧର ପାଢ଼ୀ
ଆଞ୍ଚଳିକ

ବଦଳିଲେ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ଚିଲିକା ପାଇଁ ନିଯୁକ୍ତ ହେଲେ ଚକ୍ରଧର ପାଢ଼ୀ

September 13, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନାଙ୍କ ବଦଳି ହୋଇଛି। ଶ୍ରୀ ବଡ଼ଜେନାଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ତହସିଲଦାର ଭାବେ ବଦଳି ହୋଇଛି। ଶ୍ରୀ ବଡ଼ଜେନାଙ୍କ ନିଜ ଜିଲ୍ଲା ଖୋର୍ଦ୍ଧା ହୋଇଥିବାରୁ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଉକ୍ତ ବଦଳି ହୋଇଥିବା ଆଲୋଚନା ହେଉଛି।

ଶ୍ରୀ ବଡ଼ଜେନା ବାଣପୁରରେ ଏକ ବର୍ଷ ଦଶ ମାସ କାର୍ଯ୍ୟକାଳ ମଧ୍ୟରେ ବହୁ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଜନସାଧାରଣଙ୍କୁ ତହସିଲ ସେବା କିପରି ହାତ ପାହାନ୍ତାରେ ମିଳିପାରିବ ସେ ଦିଗରେ ଯଥେଷ୍ଟ କାର୍ଯ୍ୟ କରିଛନ୍ତି ଶ୍ରୀ ବଡ଼ଜେନା।

ଅନୁରୂପ ଭାବେ ୫-ଟି ଉପକ୍ରମରେ ବିଭିନ୍ନ ରାଜସ୍ବ ସେବା କିପରି ସରଳ ଭାବେ ଜନସାଧାରଣ ମାନେ ପାଇପାରିବେ ସେ ଦିଗରେ ଶ୍ରୀ ବଡ଼ଜେନା କାର୍ଯ୍ୟ କରିଛନ୍ତି।  ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚାଲାଣ ରୋକ ଦିଗରେ ମଧ୍ୟ ଶ୍ରୀ ବଡ଼ଜେନା ଏକାଧିକ କାର୍ଯ୍ୟାନୁଷ୍ଠାନ ନେଇଥିବାର ନଜିର ଅଛି।

ମୂଳତଃ ଶିକ୍ଷକରୁ ପ୍ରଶାସକ ହୋଇଥିବା ତହସିଲଦାର ଶ୍ରୀ ବଡ଼ଜେନା ନିଜର ବ୍ୟବହାର ଏବଂ ସରଳତା ପାଇଁ ସମସ୍ତଙ୍କ ନିକଟରେ ଆଦୃତ ହୋଇପାରିଛନ୍ତି। ତେବେ ବାଣପୁରକୁ ନୂତନ ତହସିଲଦାର ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ହୋଇନାହିଁ।

ଅନୁରୂପ ଭାବେ ଚିଲିକା ତହସିଲଦାର ଦିଲ୍ଲୀପ କୁମାର ଷଡ଼ଙ୍ଗୀଙ୍କ ବଦଳି ହୋଇଥିବା ବେଳେ ତାଙ୍କ ବଦଳରେ ନୂତନ ତହସିଲଦାର ଭାବେ ଗଜପତି ଜିଲ୍ଲା ଡେପୁଟି କଲେକ୍ଟର ଚକ୍ରଧର ପାଢ଼ୀଙ୍କୁ ନିଯୁକ୍ତି ଦିଆଯାଇଛି।

ସୂଚନା ଥାଉକି ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗତକାଲି ଏକକାଳୀନ ଭାବେ ମୋଟ ୨୯୫ ଜଣ ଓଏଏସ ଅଧିକାରୀଙ୍କ ବଦଳି କରିଛନ୍ତି। ତନ୍ମଧ୍ୟରୁ ୧୦୬ ଜଣ ବିଡ଼ିଓ ଏବଂ ୧୮୯ ଜଣ ତହସିଲଦାର ଅଛନ୍ତି।

ଗତକାଲି ରାତିରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଏବଂ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଉକ୍ତ ବଦଳି ନିର୍ଦ୍ଦେଶନାମା ପ୍ରକାଶ ପାଇଛି।

କୁଞ୍ଜବିହାରୀ ବଡ଼ଜେନା ଚିଲିକା ବାଣପୁର ତହସିଲଦାର
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026

ଡାଲିର ଗୁଣ ଜ୍ଞାନ ଓ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

March 9, 2026
Latest News

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026

‘ସୋଆ ପ୍ରକ୍ସିମା ୨୦୨୬’ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଲେ ସନ୍ଥ ଗୌର ଗୋପାଳ ଦାସ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.