Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଟ୍ରେନରୁ ଖସି ଯୁବକ ମୃତ ଘଟଣା: ଗାଁରେ ପହଞ୍ଚିଲା ଯୁବକଙ୍କ ମର ଶରୀର
ଆଞ୍ଚଳିକ

ଟ୍ରେନରୁ ଖସି ଯୁବକ ମୃତ ଘଟଣା: ଗାଁରେ ପହଞ୍ଚିଲା ଯୁବକଙ୍କ ମର ଶରୀର

November 13, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ଟ୍ରେନରୁ ଖସି ସମସ୍ତଙ୍କୁ ପର କରି ଆର ପାରିକୁ ଚାଲି ଯାଇଥିବା ଯୁବକଙ୍କ ମର ଶରୀର ଦୁଇ ଦିନ ପରେ ନିଜ ଗାଁ ରେ ପହଞ୍ଚିଥିଲା। ଯୁବକଙ୍କ ଶବ ଗାଁ ରେ ପହଁଚିଲା ପରେ ସମଗ୍ର ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସମସ୍ତଙ୍କ ମୁହଁରେ ଅଶ୍ରୁ ଧାର ବୋହି ଚାଲିଥିଲା। ଶେଷରେ ଯୁବକଙ୍କ ମର ଶରୀରକୁ ଗାଁ ମଶାଣିରେ ଦାହ କରାଯାଇଥିଲା।

ପରିବାରର ଅଭାବ ଅନଟନ ଯୁବକଙ୍କୁ ମାତ୍ର ୨୫ ବର୍ଷ ବୟସରେ ନିଜ ଭିଟାମାଟି ଛାଡି ବାହାର ରାଜ୍ୟରେ ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ କରିଥିଲା। ତେଣୁ ଯୁବକ ଜଣକ ନିଜ ପରିବାରର ଭରଣ ପୋଷଣ ପାଇଁ ଗୁଜୁରାଟ ରାଜ୍ୟକୁ ଯାଇ ଶ୍ରମିକ ଭାବେ କାମ କରୁଥିଲେ। ଦୀପାବଳୀ ଅବସରରେ ନିଜ ପରିବାର ତଥା ଗାଁ ସାଙ୍ଗସାଥିଙ୍କ ସହ ମିଶି ଦୀପାବଳୀ ପାଳନ କରି କିଛି ଖୁସି ମୁହୂର୍ତ ବିତାଇବା ପାଇଁ ନୟାଗଡ ଜିଲ୍ଲା ରଣପୁର ବ୍ଲକ ବଜ୍ରକୋଟ ଗାଁ ର ପ୍ରକାଶ କୁମାର ପ୍ରଧାନ ଟ୍ରେନ ଯୋଗେ ଗାଁ କୁ ଫେରୁଥିଲେ। କିଏ ଜାଣିଥିଲା ଗାଁ କୁ ଫେରିବା ବାଟରେ ମୃତ୍ୟୁ ତାକୁ ଜଗି ବସିଛି। ଜାଣିଥିଲେ ହୁଏତ ଯୁବକ ଗାଁ ଫେରି ନ ଥାନ୍ତେ। ସୃଷ୍ଟିର ଲିଖନକୁ କିଏ ବା ଏଡେଇ ପାରିବ? କିଏ ଜାଣିଥିଲା ଦୀପାବଳୀରେ ଆଲୋକ ପ୍ରଦାନ କରିବା ପରିବର୍ତ୍ତେ ନିଜ ଜୀବନ ଦ୍ବୀପକୁ ଲିଭାଇ ସମସ୍ତ ଦାୟିତ୍ୱରୁ ମୁକ୍ତ ହୋଇ ଏ ପାରିରୁ ଆର ପାରିକୁ ଚଳିଯିବ।

ଗୁଜୁରାଟରୁ ଗାଁ କୁ ଫେରିବା ବେଳେ ଭରଚୂନ ଷ୍ଟେସନ ନିକଟରେ ଟ୍ରେନରୁ ଖସି ମୃତ୍ୟୁ ବରଣ କରିଥିଲେ। ଦୁଇ ଦିନ ପରେ ଆଜି ତାଙ୍କର ମର ଶରୀରରେ ଗାଁ ରେ ପହଁଚିଲା ପରେ ଗାଁ ମଶାଣିରେ ଶବ ସତ୍କାର କରାଯାଇଛି। ମୃତ ପ୍ରକାଶ ତାଙ୍କ ପିତା ରତ୍ନାକର ପ୍ରଧାନ ଓ ମାତା ଜୟନ୍ତୀ ପ୍ରଧାନଙ୍କ ସାନ ପୁଅ ଥିଲେ। ରତ୍ନାକର ଚାଷ କାମ କରି ନିଜ ପରିବାରର ଗୁଜୁରାଣ ଖୁବ କଷ୍ଟରେ ତୁଲାଉ ଥିବା ବେଳେ ରୋଜଗାରିଆ ପୁଅକୁ ହରାଇ ମାତା ପିତାଙ୍କ ସମେତ ପରିବାର ବର୍ଗ ଦୁଃଖରେ ଭାଙ୍ଗି ପଡିଛନ୍ତି। ତେଣୁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି। ପ୍ରକାଶଙ୍କ ଶବ ସତ୍କାର ବେଳେ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ପରେଶ ମିଶ୍ର, ଦିଲୀପ କୁମାର ଜେନା, ବିରଞ୍ଚି ନାରାୟଣ ପ୍ରଧାନଙ୍କ ସମେତ ଗ୍ରାମର ସମସ୍ତେ ଉପସ୍ଥିତ ଥିଲେ।

ମର ଶରୀର ଯୁବକ ମୃତ ରଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ପରିତ୍ୟକ୍ତ ନାଳରୁ ଯୁବକଙ୍କ ମୃତ ଦେହ ଉଦ୍ଧାର: ପୋଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ ଆରମ୍ଭ

February 1, 2026

ବାଲୁଗାଁ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ପରିଷଦର ବାର୍ଷିକ ସାରସ୍ୱତ ସମାରୋହ ଓ କବିତା ପାଠୋତ୍ସବ

January 31, 2026

ଦୁର୍ଗା ଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା

January 31, 2026

ଛତ୍ରପୁର ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ

January 31, 2026
Latest News

ଆଜି ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ: ସେମିଫାଇନାଲ ପାଇଁ ହେବ ବଡ଼ ଲଢେଇ

February 1, 2026

Union Budget 2026: ଆପଣ କେଉଁଠାରେ ସିଧା ପ୍ରସାରଣ ଦେଖିପାରିବେ ବଜେଟ୍?

February 1, 2026

ବଜେଟ୍ ଉପସ୍ଥାପନ ସହିତ ରେକର୍ଡ ସୃଷ୍ଟି କରିବେ ସୀତାରମଣ: ଇତିହାସର ପୃଷ୍ଠାରେ ଲିପିବଦ୍ଧ ହେବ ନାମ

February 1, 2026

ଆନ୍ତର୍ଜାତୀୟ କ୍ରୀଡ଼ାରେ ଓଡ଼ିଶା ପାଇଁ ଗୌରବ ଆଣିଥିବା ରାଜ୍ୟର ଚାରି କ୍ରୀଡ଼ାବିତ୍ ସମ୍ମାନିତ

February 1, 2026

କେନ୍ଦ୍ରୀୟ ଆୟୁର୍ବେଦ ବିଜ୍ଞାନ ଅନୁସନ୍ଧାନ ପରିଷଦ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.