Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଉପଖଣ୍ଡ ସାମ୍ବାଦିକ ସଂଘ ତରଫରୁ ଜାତୀୟ ପ୍ରେସ୍ ଦିବସ ପାଳିତ
ଆଞ୍ଚଳିକ

ଉପଖଣ୍ଡ ସାମ୍ବାଦିକ ସଂଘ ତରଫରୁ ଜାତୀୟ ପ୍ରେସ୍ ଦିବସ ପାଳିତ

November 16, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରେଢାଖୋଲ: ସାମ୍ବାଦିକ ମାନେ ମୁକ୍ତ ଓ ଅବାଧ ଭାବରେ ସମ୍ବାଦ ପରିବେଷଣ କରିବା ଉଚିତ୍। ଯେଉଁଠି ସ୍ବର ଅଧିକ ସେଇଠି ବିକାଶ ଅଧିକ। ଚାପରେ ପଡି ସମ୍ବାଦ ପରିବେଷଣ କରିବା ଆଦୌ ଶୋଭନୀୟ ନୁହଁ। ଚାପମୁକ୍ତ ହୋଇ ସମ୍ବାଦ ପରିବେଷଣ କରିବା ସାମ୍ବାଦିକର ଧର୍ମ। ଇଚ୍ଛା ଓ ଅଭିଳାଷ ପାଇଁ ସାମ୍ବାଦିକ ମାନେ କାମ କରୁଛନ୍ତି। ଗଣତନ୍ତ୍ର ସୁଦୃଢ ନହେଲେ ଦେଶର ଉନ୍ନତି ଅସମ୍ଭବ। ପ୍ରତ୍ୟେକ ସାମ୍ବାଦିକ ଦାୟିତ୍ବବାନ ହେଲେ ଯାଇ ସମାଜର ମଙ୍ଗଳ ହେବ ବୋଲି ଉପଖଣ୍ଡ ସାମ୍ବାଦିକ ସଂଘ, ରେଢାଖୋଲ ତରଫରୁ ଆୟୋଜିତ ଜାତୀୟ ପ୍ରେସ୍ ଦିବସରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।

ଆଜି ଉପଖଣ୍ଡ ସାମ୍ବାଦିକ ସଂଘ, ରେଢାଖୋଲ ତରଫରୁ ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଆୟୋଜିତ “ଜାତୀୟ ପ୍ରେସ୍ ଦିବସ” ରେ ସଂଘର ସଭାପତି ରମାକାନ୍ତ ମହାନନ୍ଦଙ୍କ ସଭା ପତିତ୍ବରେ ଅନୁଷ୍ଠିତ ଦିବସରେ ରେଢାଖୋଲ ପଂଚାୟତ ସମିତିର ଅଧ୍ୟକ୍ଷ ପ୍ରଦୀପ କୁମାର ପ୍ରଧାନ, ସମ୍ମାନୀତ ଅତିଥି, ଏନ୍ ଏସି ରେଢାଖୋଲ ଅଧ୍ୟକ୍ଷ ଶିବରାମ ସାହୁ, ସମ୍ମାନୀତ ଅତିଥି, ସାମ୍ବାଦିକ ପ୍ରଫୁଲ୍ଲ ଦାଶ (ପ୍ରଗତିବାଦୀ ବ୍ୟୁରୋ ଚିଫ୍ ) ମୁଖ୍ୟ ବକ୍ତା, ଦାଶରଥି ବେହେରା, ସମ୍ମାନୀତ ଅତିଥି, ଭୀମଭୋଇ ମହାବିଦ୍ୟାଳୟର ଅଧ୍ୟାପକ ଅଞନ କୁମାର ମିଶ୍ର, ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ମମତା ବିଶ୍ବାଳ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ଜନତାଙ୍କ ସ୍ବର ସବୁବେଳେ ବାହାରିପାରୁନି।

ସାମ୍ବାଦିକମାନେ ଚେଷ୍ଟା କଲେ ସାଧାରଣ ଜନତାଙ୍କ ସ୍ବର ସଂବାଦପତ୍ରରେ ପ୍ରକାଶ ପାଇପାରନ୍ତା। ସାମ୍ବାଦିକ ମାନେ ସମାଜର ଦର୍ପଣ। ସମାଜର ଯେ ପର୍ଯ୍ୟନ୍ତ ସମାଜର ବିକାଶ ହୋଇନି ସମାଜର ବିକାଶ ଅସମ୍ଭଵ ଵୋଲି ମତବ୍ୟକ୍ତ କରିଥିଲେ।

ଏହି ଦିବସରେ ସାମ୍ବାଦିକ ଶଙ୍କର ପୃଷ୍ଟି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କନ୍ଦର୍ପ ବେହେରା ସଂପାଦକୀୟ ବିବରଣୀ ପାଠ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ, ଅନିଲ କୁମାର ପ୍ରଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।

ସାମ୍ବାଦିକ ସୁଶାନ୍ତ ନାଗ, ପ୍ରସନ୍ନକୁମାର ପ୍ରଧାନ, ତପନ କୁମାର ବିଶ୍ବାଳ, ଷଡାନନ ପ୍ରଧାନ ଯୋଂଶବନ୍ତ ନାରାୟଣ ସାହୁ, ସୁଧିର କୁମାର ସୁନା, ରଶ୍ମିତା ରାଉତ, ସରୋଜ୍ କୁମାର ରାଉତ, ବିଦ୍ୟାଧର ମାଝୀ, ବିନୋଦ ସେଠୀ, ଲିଙ୍ଗରାଜ, ଅରୁଣ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

ଜାତୀୟ ପ୍ରେସ୍ ଦିବସ ରେଢାଖୋଲ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ପରିଷଦର ବାର୍ଷିକ ସାରସ୍ୱତ ସମାରୋହ ଓ କବିତା ପାଠୋତ୍ସବ

January 31, 2026

ଦୁର୍ଗା ଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା

January 31, 2026

ଛତ୍ରପୁର ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ

January 31, 2026

ବାଣପୁର ସାହାସପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୯୯ ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ

January 30, 2026
Latest News

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.