Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ମହାବିଦ୍ୟାଳୟରେ ବିଶ୍ୱ ଦର୍ଶନ ଦିବସ ସମାରୋହ
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ବିଶ୍ୱ ଦର୍ଶନ ଦିବସ ସମାରୋହ

November 16, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ମହାବିଦ୍ୟାଳୟ ଦର୍ଶନ ବିଭାଗ ପକ୍ଷରୁ ଆଜି ବିଶ୍ୱ ଦର୍ଶନ ଦିବସ ତଥା ବିଶ୍ୱର ମହାନ ଦାର୍ଶନିକ ସକ୍ରେଟିସଙ୍କ ଜନ୍ମତିଥି ଅବସରରେ ଏକ ଜାତୀୟ ସମ୍ପାନ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷl ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ଜାତୀୟ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ କିସ ବିଶ୍ୱବିଦ୍ୟାଳୟ ଭୀମ ଭୋଇ ରିସର୍ଚ୍ଚ ଚେୟାର ପ୍ରଫେସର ଡକ୍ଟର ହରିଶ୍ଚନ୍ଦ୍ର ସାହୁ, ମୁଖ୍ୟ ବକ୍ତା ଭାବେ କଲିକତା ପ୍ରେସିଡେନ୍ସି ବିଶ୍ୱ ବିଦ୍ୟାଳୟ ସହକାରୀ ପ୍ରଫେସର ଡକ୍ଟର ମନୋଜ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ପ୍ରଫେସର ରମାକାନ୍ତ ନନ୍ଦ, ପ୍ରଫେସର କେ ଓମ ନାରାୟଣ ରାଓ ଓ ଯୁକ୍ତ ଦୁଇ ଅଧ୍ୟକ୍ଷl ଡକ୍ଟର ଜୟନ୍ତୀ ସାମଲ ଯୋଗ ଦେଇ ବିଶ୍ୱ ଦର୍ଶନ ଦିବସର ତାତ୍ପର୍ଯ୍ୟ, ସୂକ୍ଷ୍ମ ଚିନ୍ତନ, ସମସାମୟିକ ଭାରତୀୟ ଓ ପାଶ୍ଚାତ୍ୟ ଦର୍ଶନର ନିର୍ଯାସ, ବିବିଧ ସାଂସ୍କୃତିକ ଚିନ୍ତନ, ସକ୍ରେଟିସଙ୍କ ଦାର୍ଶନିକ ପଦ୍ଧତି ସହ ସନ୍ଥ କବି ଭୀମ ଭୋଇଙ୍କ ମହିମା ଧର୍ମ ସମ୍ପର୍କରେ ଆଲୋକପାତ କରିଥିଲେ।

ଦର୍ଶନ ବିଭାଗ ମୁଖ୍ୟ ଅଧ୍ୟାପକ ଡକ୍ଟର କୈଳାଶ ଚନ୍ଦ୍ର ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ସମାରୋହରେ ପ୍ରାରମ୍ଭରେ ଅତିଥିମାନଙ୍କ ପ୍ରଦୀପ ପ୍ରଜ୍ବଳନ ଓ ଛାତ୍ରଛାତ୍ରୀଙ୍କ ସ୍ୱାଗତ ନୃତ୍ୟ ପରିବେଷଣ ପରେ ସେମିନାର ସଂଯୋଜିକା ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଥମ ଅଧିବେଶନରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିବା ପରେ ଅଧ୍ୟକ୍ଷl ଡକ୍ଟର କଳ୍ପନା ଦାଶ ଅତିଥି ମାନଙ୍କୁ ଉପଢୌକନ ଓ ଦାର୍ଶନିକ ଚିନ୍ତନ ପୁସ୍ତକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

ଛାତ୍ରୀ ଲକ୍ଷ୍ମୀପ୍ରିୟା ଘଟୁଆଳି ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଫେସର ଡକ୍ଟର କେ ଓମ ନlରାୟଣ ରାଓ ଙ୍କ ସଭାପତିତ୍ୱରେ ଆୟୋଜିତ ଦ୍ଵିତୀୟ ଅଧିବେଶନରେ ଡକ୍ଟର ଜୟନ୍ତୀ ସାମଲ, ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି, ଡକ୍ଟର ସତ୍ୟଜିତ ଦାଶ, ଡକ୍ଟର ସନ୍ତୋଷ କୁମାର ରଥ, ଅଧ୍ୟାପିକା ସ୍ମିତି ମୟୀ ବସନ୍ତିଆ, କାହ୍ନୁ ଚରଣ ସାହୁ, ଡକ୍ଟର ଅକ୍ଷୟ କୁମାର ମିଶ୍ର, ଅଧ୍ୟାପିକା ଝରଣା ନାଥ, ଶୁଭଦର୍ଶିନୀ ବିଶ୍ୱାଳ, ଶେଖ ସମଦ କଳାପାହାଡ଼ ପ୍ରମୁଖ ଭୀମ ଭୋଇ ଓ ମହିମା ଦର୍ଶନ ସମ୍ପର୍କରେ ସେମାନଙ୍କର ନିବନ୍ଧ ଉପସ୍ଥାପନ କରିଥିଲେ।

ବୈଷୟିକ ଅଧିବେଶନ ସଭାପତି ଡ଼କ୍ଟର କେ ଓମ ନାରାୟଣ ଓ ସମ୍ମାନିତ ଅତିଥି ପ୍ରଫେସର ମନୋଜ କୁମାର ପଣ୍ଡା ଆଲୋଚନା ଚକ୍ରର ସାରାଂଶ ଉପସ୍ଥାପନ କରିବା ପରେ ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।

ଦର୍ଶନ ବିଭାଗ ବାଲୁଗାଁ ମହାବିଦ୍ୟାଳୟ ବିଶ୍ୱ ଦର୍ଶନ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

ଆଜି ହେଉଛି ମାର୍ଚ୍ଚ ୧୮ ତାରିଖ ବୁଧବାର: ଏହି ରାଶିର ବ୍ୟକ୍ତିମାନଙ୍କୁ ମିଳିବ ଭଲ ଖବର

March 18, 2026

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.