Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ମହାବିଦ୍ୟାଳୟରେ ଏଡ଼ସ ଦିବସ ପାଳିତ
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ଏଡ଼ସ ଦିବସ ପାଳିତ

December 2, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ଯୁବ ରେଡ଼କ୍ରସ ଓ ରେଡ ରିବନ କ୍ଲବର ମିଳିତ ଆନୁକୂଲ୍ୟରେ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ସଚେତନତା ସଭାରେ ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର ଜୟନ୍ତୀ ସାମଲ, ଅତିଥି ଭାବେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରଭାଇଜର କୈଳାସ ଚନ୍ଦ୍ର ପାଣିଗ୍ରାହୀ, ଅଧ୍ୟାପକ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଲଷ୍ମୀଧର ସୁବୁଦ୍ଧି, ଯୁବ ରେଡ଼କ୍ରସ ପରାମର୍ଶଦାତା ଧୋବୀ ଚରଣ ପରିଡ଼ା, ସ୍ଵେଚ୍ଛାସେବୀ ସଂଗ୍ରାମ କେଶରୀ ବେହେରା ଓ ବିଜୟଲକ୍ଷ୍ମୀ ପଣ୍ଡା ପ୍ରମୁଖ ଏଡ଼ସର ଭୁତାଣୁର ଭୟାବହତା, କାରଣ ଓ ନିରାକରଣ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି ସଚେତନତା ସୃଷ୍ଟି କରିଥିଲେ। ସଠିକ ଜ୍ଞାନ ଦ୍ୱାରା ଏଡ଼ସ ଠାରୁ ଜୀବନ ରକ୍ଷା ଏବଂ ଆବଶ୍ୟକୀୟ ପ୍ରତିଷେଧକ ବ୍ୟବସ୍ଥା କରାଯାଇପାରିବ ବୋଲି ବକ୍ତାମାନେ ଅଭିଭାଷଣ ଦେଇଥିଲେ।

ଏହି ସଚେତନତା ସଭା ପୂର୍ବରୁ ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଡକ୍ଟର ଅକ୍ଷୟ କୁମାର ମିଶ୍ର, ଅଧ୍ୟାପିକା ରୀନା ରାଉତ, ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ, ପ୍ରିୟମ୍ବଦା ମହାପାତ୍ର, ପ୍ରଦୀପ ପାଢ଼ୀଙ୍କ ତତ୍ୱାବଧାନରେ ଏଡ୍ସର ବିଭିନ୍ନ ସ୍ଲୋଗାନ ଦେଇ ସ୍ଥାନୀୟ ଡାକ୍ତରଖାନା ଓ ବସ୍ତି ଅଂଚଳରେ ସଚେତନତା ଶୋଭାଯାତ୍ରା କରିଥିଲେ।

ଏହି ଅବସରରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଏଡ଼ସ ସମ୍ପର୍କିତ କୁଇଜ, ସ୍ଲୋଗାନ,ପୋଷ୍ଟର, ବାଗ୍ମୀତା,ପ୍ରତିଯୋଗିତା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା।

ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ ଓ ଗୋଦାବରୀଶ ମହାବିଦ୍ୟାଳୟର ପ୍ରାଧ୍ୟାପକ ଲଷ୍ମୀପ୍ରସାଦ ମିଶ୍ର।

ବାଲୁଗାଁ ମହାବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଡାଲିର ଗୁଣ ଜ୍ଞାନ ଓ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

March 9, 2026

ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

March 5, 2026

ମହତପଲ୍ଲାରେ ବାର୍ଷିକ ଉତ୍ସବ: ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ

March 3, 2026

ଗୋଦାବରୀଶ ମହାବିଦ୍ୟାଳୟରେ ବିଜ୍ଞାନ ଦିବସ ଉପଲକ୍ଷେ ସଭା

February 28, 2026
Latest News

ରିଲାଏନ୍ସ ରିଟେଲ୍ ଦ୍ୱାରା ହିମାଳୟର ପ୍ରାକୃତିକ ଉତ୍ପାଦ ଉପରେ ଆଧାରିତ ସ୍କିନକେୟାର ବ୍ରାଣ୍ଡ ଅଧିଗ୍ରହଣ

March 9, 2026

ବିଶାଖାପାଟଣା–ରାୟଗଡା ମଧ୍ୟରେ ସମ୍ପୂର୍ଣ୍ଣ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଟ୍ରେନ୍‌ର ଶୁଭାରମ୍ଭ

March 9, 2026

ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ଇଶାନ କିଶାନଙ୍କୁ କେତେ ପୁରସ୍କାର ରାଶି ମିଳିଥିଲା?: ଜାଣନ୍ତୁ….

March 9, 2026

ପୂର୍ବତଟ ରେଳପଥ ମଧ୍ୟଦେଇ ଚଳାଚଳ କରିବ ଦୁଇଟି ନୂତନ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ

March 9, 2026

ଇରାନ ବିରୁଦ୍ଧରେ ଯୁଦ୍ଧରେ ସାମିଲ ହେବାକୁ ଘୋଷଣା କଲା ତୁର୍କୀ: ମୁତୟନ କଲା ଯୁଦ୍ଧଜାହାଜ

March 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.