Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରଣପୁର ମହୋତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ
ଆଞ୍ଚଳିକ

ରଣପୁର ମହୋତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ

December 13, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ରଣପୁର ମହୋତ୍ସବ “ଅର୍ଜୁନ-୨୦୨୪” ପାଇଁ ଆଜି କ୍ଷୁଦ୍ର ଜଳସେଚନ ବିଭାଗ ଡାକ ବଙ୍ଗଳାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକ ମହୋତ୍ସବର ଅଧ୍ୟକ୍ଷ ତଥା ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଅଧ୍ୟକ୍ଷତାରେ ଏବଂ ଆବାହକ ବରିଷ୍ଠ ଆଇନୀଜୀବୀ ସୁରେଶ ଚନ୍ଦ୍ର ମିଶ୍ରଙ୍କ ଆବାହକତ୍ବରେ ଅନୁଷ୍ଠିତ ହୋଇଥିଲା।

ଏଥିରେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ମହୋତ୍ସବର ସଂଯୋଜକ ଇଂ ଦେବାଶିଷ ପଟ୍ଟନାୟକ, ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ସଂସଦ ପ୍ରତିନିଧି ସ୍ୱରାଜ ମହାନ୍ତି, ଆତ୍ମା କମିଟିର ଅଧ୍ୟକ୍ଷା ନର୍ମଦା ରାୟଙ୍କ ସମେତ ରଣପୁର ଅଞ୍ଚଳର ସାମ୍ବାଦିକମାନେ ଉପସ୍ଥିତ ଥିଲେ। ନୟାଗଡ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ମହୋତ୍ସବ ହେଉଥିଲେ ମଧ୍ୟ ରଣପୁର ମହୋତ୍ସବର ସ୍ୱତନ୍ତ୍ରତା ରହିଛି। ରଣପୁର ମହୋତ୍ସବ ଜାନୁଆରୀ ୫ ତାରିଖ ଦିନ ବେଜେଲଗେଟକୁ ପିଟି ପିଟି ମାରି ରଘୁଦିବାକର ଶହୀଦ ହୋଇଥିଲେ। ଏହି ଶହୀଦମାନଙ୍କୁ ମନେ ପକାଇବା ପାଇଁ ଏହି ରଣପୁର ମହୋତ୍ସବ ପାଳନ କରାଯାଏ ବୋଲି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ କହିଥିଲେ। ଶାନ୍ତି ଶୃଙ୍ଖଳାକୁ ଗୁରୁତ୍ୱଦେବା ସହିତ ବିଭିନ୍ନ ଉନ୍ନତ ଧରଣର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଉପରେ ଗୁରୁତ୍ୱ ଦିଆ ଯାଇଥିଲା।

ମହୋତ୍ସବ କାର୍ଯ୍ୟକୁ ସୁପରିଚାଳନା ପାଇଁ ବିଧାୟକ ଶ୍ରୀ ପ୍ରଧାନ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ। ରଣପୁର ମହୋତ୍ସବ ହେଉଛି ବଳିଦାନ ଓ ବିଜୟର ଉତ୍ସବ ବୋଲି ବିଧାୟକ ମତ ଦେଇଥିଲେ। ରଣପୁର ମହୋତ୍ସବର ମଧ୍ୟ ରେଜିଷ୍ଟ୍ରେସନ ହୋଇ ସାରିଛି ବୋଲି ବିଧାୟକ କହିଥିଲେ।

ଶହୀଦ ରଘୁଦିବାକରଙ୍କ ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟ ପରିବେଷଣ କରିବା ପାଇଁ ମତ ପ୍ରକାଶ ପାଇଥିଲା। ସାମ୍ବାଦିକ ସୁକାନ୍ତ ପଟ୍ଟନାୟକ ପୁରୀ ଗଜପତି ମହାରାଜଙ୍କ ଦ୍ୱାରା ଚଳିତ ବର୍ଷର ମହୋତ୍ସବକୁ ଉଦଘାଟନ କରିବା ପାଇଁ ପ୍ରସ୍ତାବ ଦିଆ ଯାଇଥିଲା। ପ୍ରଥମେ ମହୋତ୍ସବ ଆରମ୍ଭ କରିଥିବା ବ୍ୟକ୍ତିମାନଙ୍କୁ ସମ୍ମାନିତ କରିବା ପାଇଁ ବରିଷ୍ଠ ସାମ୍ବାଦିକ ବିଶ୍ୱରଂଜନ ଆଚାର୍ଯ୍ୟ ମତ ଦେଇଥିଲେ। ରାଜ୍ୟରୁ ତଥା ରାଜ୍ୟ ବାହାରୁ ଆସୁଥିବା ବୁଲା ବିକାଳିମାନଙ୍କ ରହିବା ପାଇଁ ଟେଣ୍ଟ ବ୍ୟବସ୍ଥା କରିବା ପାଇଁ ସାମ୍ବାଦିକ ବ୍ରଜ ରଣସିଂହ ମତ ଦେଇଥିଲେ। ଚଳିତ ବର୍ଷ ଅଧିକ ପୋଲିସବାହିନୀ ମୁତୟନ କରିବା ପାଇଁ ମଧ୍ୟ ସାମ୍ବାଦିକ ରଘୁନାଥ ନାୟକ ମତ ଦେଇଥିଲେ। ଶେଷରେ ସାଂସଦ ପ୍ରତିନିଧି ସ୍ୱରାଜ ମହାନ୍ତି ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।

ଅର୍ଜୁନ-୨୦୨୪ କ୍ଷୁଦ୍ର ଜଳସେଚନ ବିଭାଗ ଡାକ ବଙ୍ଗଳା ରଣପୁର ମହୋତ୍ସବ ସାମ୍ବାଦିକ ସମ୍ମିଳନୀ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ଭଲ ଅମଳ ପାଇଁ ମା’ଙ୍କ ନିକଟରୁ ଆଜ୍ଞାମାଳ ଗ୍ରହଣ କଲେ ଶତାଧିକ କୃଷକ

September 14, 2026

ରଣପୁରରେ ଧୁମଧାମରେ ୭୭ତମ ବିଘ୍ନ ବିନାୟକ ଶ୍ରୀଗଣେଶ ପୂଜା ମହୋତ୍ସବ

September 14, 2026

କୁକୁଡାଖଣ୍ଡି ବ୍ଲକରେ ତୃତୀୟ ମାସିକ କ୍ଲଷ୍ଟର ବୈଠକ

September 12, 2026

ବାଣପୁର: ବ୍ଲକ ସ୍ତରୀୟ ଇଣ୍ଡୋର ସ୍ପୋର୍ଟ୍ସ ଉଦଯାପିତ

September 9, 2026
Latest News

ଚାରିଟି ଗତି ଶକ୍ତି କାର୍ଗୋ ଟର୍ମିନାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ କେନ୍ଦ୍ର ରେଳମନ୍ତ୍ରୀ

September 16, 2026

ଗେଭ୍ରା କୋଇଲା ଖଣି ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 16, 2026

ରାଶିଫଳ: ସେପ୍ଟେମ୍ବର ୧୬ ତାରିଖ ବୁଧବାରରେ ପାଞ୍ଚୋଟି ରାଶିକୁ ମିଳିବ ଶକ୍ତିଶାଳୀ ସହଯୋଗ

September 16, 2026

ବିହାର NDAରେ UCCକୁ ନେଇ ମତଭେଦ! ସେପ୍ଟେମ୍ବର ୧୮ରେ JDUର ବଡ଼ ବୈଠକ

September 15, 2026

ପ୍ରଥମଥର ସ୍ୱୀକାର କଲା ୱାଶିଂଟନ୍‌, ମହାକାଶରେ ଆମେରିକାର ଅସ୍ତ୍ର !

September 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.