Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଶ୍ରୀଶ୍ରୀଦକ୍ଷେଶ୍ଵର ଭଗବତୀ ମନ୍ଦିରରେ ନୂଆଁଖାଇ: ମା’ଙ୍କ ପାଖରେ ଲାଗି ହେଲା “ନବାନ୍ନ”
ଆଞ୍ଚଳିକ

ଶ୍ରୀଶ୍ରୀଦକ୍ଷେଶ୍ଵର ଭଗବତୀ ମନ୍ଦିରରେ ନୂଆଁଖାଇ: ମା’ଙ୍କ ପାଖରେ ଲାଗି ହେଲା “ନବାନ୍ନ”

December 14, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
maa-bhagabati-temple

ବାଣପୁର (ସୀତାରାମ ଅଗ୍ରୱାଲ): ବିଛା ୨୮ ଦିନ, ମାର୍ଗଶୀର ଶୁକ୍ଳ ଦ୍ଵିତୀୟା ତିଥି ଗୁରୁବାର ଅମୃତବେଳାରେ ଶ୍ରୀ ଶ୍ରୀଦକ୍ଷେଶ୍ଵର ଦେବ ଓ ମା’ ଭଗବତୀଙ୍କ ପାଖରେ ଲାଗି ହେଲା “ନବାନ୍ନ”। କାହିଁ କେଉଁ କାଳରୁ ଚଳି ଆସିଥିବା ପରମ୍ପରା ଅନୁସାରେ ମନ୍ଦିରଗଣକ ଶରତ ଚନ୍ଦ୍ର ପଣ୍ଡିତରାୟ ପ୍ରଥମେ ଲଗ୍ନସ୍ଥିର କରି ଚିଟାଉ ଦେଇଥିଲେ। ସେହି ଅନୁସାରେ ମା’ଙ୍କ ଜମିରୁ ଆଦାୟ ନୂଆ ଧାନ ନୂଆବିରି ଆଣି ଚାଷି ଉପିପ୍ରଧାନ ମନ୍ଦିର କାର୍ଯ୍ୟାଳୟରେ ଜମା ଦେଇଥିଲେ। ନୂଆ ଧାନରୁ ନୂଆ ଚାଉଳ, ନୂଆ ଚୁଡ଼ା ପ୍ରସ୍ତୁତ ହୋଇଥିଲା। ପ୍ରତ୍ୟୁଷରୁ ବେଢ଼ା ଖାଡ଼କା ବୁଲି ପ୍ରଧାନ ମନ୍ଦିର ବାହାର ବେଢ଼ା ଓ ପାଳିଆ ମାଳି ପବିତ୍ର ନାୟକ, ଶିବ ନାୟକ, ସଂଗ୍ରାମ ମହାପାତ୍ର ଶଙ୍କର ନାୟକ ଭିତର ଶୋଧ କରି ଧୋପଖାଳ କରିଥିଲେ।

ସୁଆର ସେବକ ଟୁଟୁ ପଣ୍ଡା, ରଂଜନ ଷଡ଼ଙ୍ଗୀ ଗୋବର ଗଙ୍ଗାଜଳରେ ରୋଷଶାଳା ଲିପା ପୋଛା କରି ଶୋଧ କରିଥିଲେ। ନୂଆ ଚୁଲିପଡ଼ିଥିଲା। ଦେବା ଦେବୀଙ୍କୁ ନୂତନ ବସ୍ତ୍ର, ଏଣ୍ଡୁରିପାଇଁ ନୁଆଁ ହାଣ୍ଡି ନୂଆ ଅଥର କନା ସହିତ ସମସ୍ତ ଦ୍ରବ୍ୟ ମନ୍ଦିର କାର୍ଯ୍ୟାଳୟରୁ ଆଣି କାଳୁ ଦଣ୍ଡ ସେଣା ଯୋଗାଇ ଦେଇଥିଲେ। ସକାଳୁ ମା’ଙ୍କ ଅଙ୍ଗରାଗ ମାଜଣା, ମହାପସ୍ରାଦ ଅର୍ପଣ, ବେଶ, ବଲ୍ଲଭ ଆଳତୀ,ସାଧାରଣ ଦର୍ଶନ ପରେ ଅମୃତ ବେଳା ଦିବା ୨ ଘ/ ୧୭ମି ଗତେ ଦେବା ଦେବୀଙ୍କ ପାଖରେ ନୂଆ ଚାଉଳ ନୂଆବିରି, ନୂଆ ଚୂଡାରୁ ପ୍ରସ୍ତୁତ ଖେଚେଡ଼ି, ଡାଲି,ଆମ୍ବିଳ, ମହୁର, ଶାଗମୁଗ,ଏଣ୍ଡୁରି, ଘସା ବିଡ଼ିଆ, ଫଳ ମୂଳ ଇତ୍ୟାଦି ନୈବେଦ୍ୟ ଆକାରରେ ଠା କରାଯାଇ ଘଣ୍ଟା କାହାଳି ବୀର ବାଦ୍ୟବାଜି ପରିଛା ସାଆନ୍ତ ପ୍ରସନ୍ନ ମହାପାତ୍ର ଧୂପ ବଢାଇ ଆଳତି କରିଥିଲେ। ପରମ୍ପରା ଅନୁସାରେ ମା’ଙ୍କୁନବାନ୍ନ ଲାଗି ପର୍ଯ୍ୟନ୍ତ ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କ କୌଣସି ପ୍ରକାର ଯଜମାନି ଭୋଗରାଗ ଲାଗି ବନ୍ଦ ଥିଲା।

ପରେନିଯୋଗୀ ସେବାୟତମାନେ ମା’ଙ୍କ ନବାନ୍ନ ପ୍ରସାଦ ସେବନ କରି ସମସ୍ତ ଶ୍ରଦ୍ଧାଳୁଙ୍କୁ ମଧ୍ଯ ନବାନ୍ନପ୍ରସାଦବଣ୍ଟନ କରିଥିଲେ। ମା’ ଙ୍କ ମନ୍ଦିରର ପ୍ରଚଳିତ ଏହି ନବାନ୍ନ ନୀତିକାନ୍ତି ସଂପୂର୍ଣ୍ଣ ନିଆରା ଢ଼ଙ୍ଗରେ ପାଳିତ ହେବାର ବିଧି କାହିଁ କେଉଁ କାଳରୁ ଚଳି ଆସୁଥିବା କଥା ମନ୍ଦିର କାର୍ଯ୍ୟାଳୟର କାର୍ଯ୍ୟ ନିର୍ବାହୀ ବାଳମୁକୁନ୍ଦ ଦାସଙ୍କଠାରୁ ପ୍ରକାଶ।

ନବାନ୍ନ ବାଣପୁର ଭଗବତୀ ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଣପୁର ଓ ବାଲୁଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ଶ୍ରୀ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

June 20, 2026
Latest News

ଆଦିତ୍ୟ ବିର୍ଲା ଗ୍ରୁପ୍‌ ର ନୂଆ ପଦକ୍ଷେପ, ଶୁଭାରମ୍ଭ କଲା ଆଇଏନ୍‌ଟି ଆଦିତ୍ୟ ବିର୍ଲା ପରଫର୍‌ମିଂ ଆର୍ଟସ୍‌ ଏକାଡେମୀ 

June 23, 2026

ପ୍ରଶାନ୍ତ ମହାସାଗରରେ ବିପଜ୍ଜନକ ଏଲ ନିନୋ ସକ୍ରିୟ: ଭାରତ ପାଇଁ ସୃଷ୍ଟି କରୁଛି ବଡ଼ ବିପଦ

June 23, 2026

ଏବେ ବିଶ୍ୱକୁ ମୁକ୍ତ ଭାବରେ ତେଲ ବିକ୍ରୟ କରିବ ଇରାନ: ଭାରତ ହେବ ଲାଭବାନ!

June 23, 2026

ଟିମ୍ ଇଣ୍ଡିଆ ପାଇଁ ବଡ଼ ଝଟକା!: ଆୟରଲ୍ୟାଣ୍ଡ ଗସ୍ତରୁ ବାଦ ପଡିଲେ ଏହି ଖେଳାଳି

June 23, 2026

ବିଦ୍ରୋହୀ ଗୋଷ୍ଠୀକୁ ଚ୍ୟାଲେଞ୍ଜ: ନୂଆ କମିଟି ଗଠନ କଲେ ମମତା ବାନାର୍ଜୀ

June 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.