Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ କଲେଜରେ ଜାତୀୟ ସେମିନାର
ଆଞ୍ଚଳିକ

ବାଲୁଗାଁ କଲେଜରେ ଜାତୀୟ ସେମିନାର

December 16, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ମହାବିଦ୍ୟାଳୟ ଇଂରାଜୀ ବିଭାଗ ପକ୍ଷରୁ ସମସାମୟିକ ଭାରତୀୟ ସାହିତ୍ୟ ଓ ସମାଜରେ ରାମାୟଣ ଓ ମହାଭାରତର ପରିବର୍ତ୍ତିତ ଦୃଷ୍ଟିକୋଣ ଶୀର୍ଷକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷl ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଜାତୀୟ ସମ୍ପାନରେ ଭାରତର ବିଭିନ୍ନ ବିଶ୍ୱ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଧ୍ୟାପକମାନେ ଯୋଗଦେଇ ରାମାୟଣ ଓ ମହାଭାରତର ସାମ୍ପ୍ରତିକ ପ୍ରାସଙ୍ଗିକତା ଓ ଭାରତୀୟ ସାହିତ୍ୟରେ ଏହାର ପ୍ରଭାବର ବିଭିନ୍ନ ଦିଗ ସମ୍ପର୍କରେ ପ୍ରବନ୍ଧ ଉପସ୍ଥାପନ କରିବା ସହ ଏହାକୁ ଜନମାନସରେ ବ୍ୟାପକ କରିବାକୁ ବୌଦ୍ଧିକ ଯୁକ୍ତି ବାଢ଼ିଥିଲେ।

ନିମନ୍ତ୍ରିତ ଅତିଥିମାନେ ପ୍ରଥମେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ଅଧ୍ୟାପିକା ଡକ୍ଟର ମୋନାଲିସା ମାନସିଂହ ଅତିଥି ପରିଚୟ ପ୍ରଦାନ କରିବା ପରେ ବିଭାଗୀୟ ମୁଖ୍ୟ ତଥା ଆବାହିକା ଡକ୍ଟର ଜୟନ୍ତୀ ସାମଲ ସମ୍ପlନର ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ।

ଏହି ଅବସରରେ ଅଧ୍ୟକ୍ଷା ମଂଚାସୀନ ଅତିଥି ମାନଙ୍କୁ ଉତ୍ତରୀୟ ଓ ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ପରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହାପରେ ସମ୍ମାନିତ ଅତିଥି ଭାବେ ଡକ୍ଟର ମନୋରଞ୍ଜନ ବେହୁରା ଯୋଗଦେଇ ବିଭିନ୍ନ ଭାଷାରେ ବିଭିନ୍ନ ରଚୟିତାଙ୍କ ଦ୍ୱାରା ଲିଖିତ ଭଗବତ ଗୀତାରେ ମହାଭାରତର ଚରିତ୍ର ବିଶ୍ଳେଷଣ କରିବା ସହ ଭାରତୀୟ ସାହିତ୍ୟରେ ଚରିତ୍ରମାନଙ୍କର ପରିବର୍ତ୍ତିତ ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ।

ଏହାପରେ ମୁଖ୍ୟବକ୍ତା ନ୍ୟାସନାଲ ଡିଫେନ୍ସ ଏକାଡେମୀର ପ୍ରାକ୍ତନ ପ୍ରଫେସର ନିଶାମଣୀ କର ଓ ମୁଖ୍ୟ ଅତିଥି ଭାବେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଗୁରୁ ଚରଣ ବେହେରା ଯୋଗଦେଇ ସମସାମୟିକ ଭାରତୀୟ ଓ ବିଶ୍ୱ ସାହିତ୍ୟରେ ରାମାୟଣ ଓ ମହାଭାରତରେ ସନ୍ନିବେଷିତ ମୂଲ୍ୟବୋଧର ସାମ୍ପ୍ରତିକ ଦୃଷ୍ଟିକୋଣ ସମ୍ପର୍କରେ ସେମାନଙ୍କର ଗଭୀର ଚିନ୍ତନ ଓ ସମୀକ୍ଷା ଉପସ୍ଥାପନ କରିଥିଲେ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଶିକ୍ଷାର୍ଥୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଅଧ୍ୟାପକ ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ସଂଯୋଜନା କରିଥିବା ବେଳେ ଅଧ୍ୟାପକ ପତିତପାବନ ପଣ୍ଡା ଅନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।  ଏହାପରେ ଦ୍ୱିତୀୟ ଅଧିବେଶନରେ ଡକ୍ଟର ଗଙ୍ଗାଧର ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିଲା। ଏଥିରେ ଅଧ୍ୟାପକ ବିଭୁତିଭୂଷଣ ହୋତା, ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି, ମନସ୍ମିନୀ ପଟ୍ଟନାୟକ, ଡକ୍ଟର ଅକ୍ଷୟ ମିଶ୍ର, ଡକ୍ଟର ଚନ୍ଦନ ପ୍ରସାଦ ଜେନା, ତ୍ରିଲୋଚନ ସାହୁ, ଡକ୍ଟର ଅନିଲ ନନ୍ଦ, ଡକ୍ଟର ସନ୍ତୋଷ ରଥ ପ୍ରମୁଖ ଆଲୋଚନାଚକ୍ରର ବିଷୟ ସମ୍ପର୍କିତ ପ୍ରବନ୍ଧ ଉପସ୍ଥାପନ କରିଥିଲେ।

ଡକ୍ଟର ଆଶୁତୋଷ ସlମନ୍ତସିଂହାର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉପସ୍ଥାପିତ ହୋଇଥିବା ପ୍ରବନ୍ଧ ଗୁଡିକ ଉପରେ ବିଶ୍ଳେଷଣାତ୍ମକ ବକ୍ତବ୍ୟ ପ୍ରଦାନ କରିଥିଲେ। ଛାତ୍ରୀ ଅର୍ଚିତା ପ୍ରଧାନ ଉପସଂହାର ବକ୍ତବ୍ୟ ପ୍ରଦାନ କରିଥିଲେ।

ଜାତୀୟ ଆଲୋଚନାଚକ୍ର ବାଲୁଗାଁ ମହାବିଦ୍ୟାଳୟ ମହାଭାରତ ରାମାୟଣ
Share. Facebook Twitter LinkedIn Email WhatsApp Copy Link

Related Posts

ନାକଟିଦେଉଳରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିରାକରଣ ସଚେତନତା ସଭା

February 24, 2026

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ଗାଲୁଆ ଗ୍ରାମ ପଂଚାୟତରେ ‘ପଲ୍ଲୀରେ ପ୍ରଶାସନ’ ଜନଶୁଣାଣି

February 23, 2026

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

February 22, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.