Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଅଁଳାଇ ପୀଠରେ ବିଜେଡି କର୍ମୀ ସମାବେଶ: ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ପାଇଁ ନେଲେ ସଂକଳ୍ପ
ଆଞ୍ଚଳିକ

ଅଁଳାଇ ପୀଠରେ ବିଜେଡି କର୍ମୀ ସମାବେଶ: ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ପାଇଁ ନେଲେ ସଂକଳ୍ପ

December 18, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ୨୦୨୪ ନିର୍ବାଚନ ଯେତିକି ପାଖେଇ ଆସୁଛି ଜଟଣୀ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଉଷ୍ମତା ସେତିକି ବଢ଼ିଚାଲିଛି। ତାରି ଭିତରେ ଆଜି ସମାଜସେବୀ, ଆଇନୀଜୀବୀ ଅର୍ଜୁନ ପରିଡାଙ୍କ ନେତୃତ୍ୱରେ ଜଟଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧ ନମ୍ବର ଜୋନ ଟାଙ୍ଗିଆପଡା ପଞ୍ଚାୟତ ଉଇଲକିଶନ ନଗର ଅଁଳାଇ ଦେବୀଙ୍କ ପୀଠରେ ବିଜେଡି ଦଳ ପକ୍ଷରୁ ଏକ ବିରାଟ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ୧ ହଜାରରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ କର୍ମୀ ଏହି ସମାବେଶରେ ଯୋଗ ଦେଇଥିଲା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ଶ୍ରୀ ପରିଡା ସଂକଳ୍ପ କରାଇଥିଲେ।

ସେହିପରି ମହିଳା କର୍ମୀମାନଙ୍କୁ ନେଇ ଏକ ପଦଯାତ୍ରା କରାଯାଇଥିଲା ବେଳେ ତୃଣମୂଳ ସ୍ତରରେ ଦଳକୁ ମଜବୁତ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ପରେ ଶ୍ରୀ ପରିଡା ରାଜ୍ୟ ସରକାରଙ୍କ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ କରିଥିବା ସମସ୍ତ ଯୋଜନା କହିବା ସହିତ ନବୀନ ଓଡିଶାରେ ବିଭିନ୍ନ ଗ୍ରାମ ଓ ସହରରେ ହେଉଥିବା ନୂତନ ଓ ରୁପାନ୍ତିକରଣ କାର୍ଯ୍ୟ, ମହିଳା ଶସକ୍ତି କରଣ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଓ ୫-ଟି ଦ୍ୱାରା ହେଉଥିବା ବିକାଶ କାର୍ଯ୍ୟ ଉପରେ କର୍ମୀଙ୍କୁ କହିଥିଲେ।

ସେହିପରି ଚଳିତ ଥର ଜଟଣୀରେ ବିଜେଡି ଓ ଶଙ୍ଖ ଚିହ୍ନକୁ ଘରେ ଘରେ ପହଞ୍ଚେଇବାକୁ ପ୍ରତି ବୁଥ ସ୍ତରରେ ଏକ ୫ ଜଣିଆ କମିଟି ଗଠନ କରାଯାଇଥିଲା। ଯେଉଁମାନେ କି ଦଳର ଯୋଜନାକୁ ପ୍ରତି ଘରେ ପହଞ୍ଚେଇବେ।

ଏହି ସମାବେଶରେ ପୂର୍ବତନ ବରିଷ୍ଠ ସମିତି ସଭ୍ୟ ସନ୍ତୋଷ ରଣା, ପୂର୍ବତନ ସରପଞ୍ଚ କଲ୍ୟାଣୀ ଦଳେଇ, ୱାର୍ଡ ସଭ୍ୟ ଲଳିତ ମୋହନ ସ୍ୱାଇଁ, ନାଏବ ସରପଞ୍ଚ ସୁଦର୍ଶନ ପ୍ରଧାନ, ମଙ୍ଗୁଳି ହରିଚନ୍ଦନ, ବିମ୍ବାଧର ବରାଳ, ଲକ୍ଷ୍ମୀଧର ସାମନ୍ତରାୟ, ଅର୍ଜୁନ ଲେଙ୍କା, ତ୍ରିନାଥ ବିଶ୍ୱାଳ, ଶରତ ସାହୁ, ମମତା ସାହୁ, ପ୍ରଫୁଲ ଭଟ, ପ୍ରଶାନ୍ତ ବିଶ୍ୱାଳ, ପ୍ରମୁଖ ନେତୃତ୍ୱ ନେଇଥିବା ବେଳେ ଶେଷରେ ପବିତ୍ର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।

ଜଟଣୀ ନିର୍ବାଚନ ମଣ୍ଡଳୀ ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

କୁକୁଡାଖଣ୍ଡି ବ୍ଲକରେ ତୃତୀୟ ମାସିକ କ୍ଲଷ୍ଟର ବୈଠକ

September 12, 2026

ବାଣପୁର: ବ୍ଲକ ସ୍ତରୀୟ ଇଣ୍ଡୋର ସ୍ପୋର୍ଟ୍ସ ଉଦଯାପିତ

September 9, 2026

ବାଣପୁରରେ ସାକ୍ଷରତା ଦିବସ ଉପଲକ୍ଷେ ୩୫ ଜଣ ସମ୍ମାନିତ

September 9, 2026

ବାଣପୁର: ବ୍ଲକ୍ ସ୍ତରୀୟ ଚକ୍ଷୁ ଚିକିତ୍ସା ତାଲିମ୍ ଶିବିର ଉଦଯାପିତ

September 9, 2026
Latest News

ନିମାପଡାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପ ମୁଖ୍ୟମନ୍ତ୍ରୀ

September 13, 2026

ଚାଷୀଙ୍କ ପାଇଁ କ୍ରଣ୍ଟାକ୍ଟ ଫାର୍ମିଂ କେତେ ଲାଭଦାୟକ?: ଦାମଠାରୁ ଚୁକ୍ତିର ସର୍ତ୍ତ ଯାଏଁ ଜାଣନ୍ତୁ ସବୁକିଛି

September 13, 2026

ଭାପୁର ଓ ଖଣ୍ଡପଡ଼ାରେ ୭ଟି ରାସ୍ତା ଓ ସେତୁ ନିର୍ମାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପୂର୍ତ୍ତ ମନ୍ତ୍ରୀ

September 13, 2026

ଖୋର୍ଦ୍ଧାରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

September 13, 2026

ବିଶ୍ୱ ବାଣିଜ୍ୟ ସଂଗଠନ (WTO) ମୁଖ୍ୟଙ୍କୁ ଭେଟିଲେ ପୀୟୁଷ ଗୋୟଲ 

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.