Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଉପ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ବାଣପୁର ବ୍ଲକ ଫାଟକରୁ ଖୋଲିଲା ତାଲା: ପ୍ରତ୍ୟାହୃତ ହେଲା ଆନ୍ଦୋଳନ
ଆଞ୍ଚଳିକ

ଉପ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ବାଣପୁର ବ୍ଲକ ଫାଟକରୁ ଖୋଲିଲା ତାଲା: ପ୍ରତ୍ୟାହୃତ ହେଲା ଆନ୍ଦୋଳନ

February 2, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଗତ କାଲିଠାରୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ପଡ଼ିଥିବା ତାଲା ଉପ ଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠିଙ୍କ ହସ୍ତକ୍ଷେପ ପରେ ଆଜି ମଧ୍ୟାହ୍ନରେ ଖୋଲିଛି। ପ୍ରକାଶଥାଉ କି ବାଣପୁର ବିଡ଼ିଓଙ୍କ ମନଇଚ୍ଛା ଛୁଟି ନେବା ଏବଂ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ଓ ଅବହେଳା କରିବା ଅଭିଯୋଗରେ ବ୍ଲକ ଅଧ୍ୟକ୍ଷଙ୍କ ସମେତ ବହୁ ସରପଞ୍ଚ ଓ ସମିତିସଭ୍ୟ ମାନେ ବ୍ଲକ ମୁଖ୍ୟ ଫାଟକରେ ତାଲା ପକାଇ ଗୁରୁବାର ଠାରୁ ଆନ୍ଦୋଳନ ଜାରି ରଖିଥିଲେ।

ଆଜି ଆନ୍ଦୋଳନ ଜାରି ରହିଥିବା ବେଳେ ଜିଲ୍ଲା ପ୍ରଶାସନ ତରଫରୁ ଉପ ଜିଲ୍ଲାପାଳ ଶ୍ରୀ ସେଠୀ, ବିଡ଼ିଓ ଶୀତଲ ଅଗ୍ରୱାଲ, ବାଲୁଗାଁ ଏସ୍ଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ବାଣପୁର ଆଇଆଇସି ରମେଶ କୁମାର ଦେବତା ଆନ୍ଦୋଳନ ସ୍ଥଳରେ ପହଞ୍ଚି ନିର୍ବାଚିତ ଜନପ୍ରତିନିଧିଙ୍କୁ ବୁଝାସୁଝା କରି ଫାଟକ ଖୋଲି ବ୍ଲକ ଅଫିସ ଭିତରେ ଆଲୋଚନା କରିବାକୁ କହିଥିଲେ। କିନ୍ତୁ ବ୍ଲକ ବାହାରେ ଆଲୋଚନା କରିବାକୁ ସମସ୍ତେ ଅଡ଼ି ବସିଥିଲେ।

ଶେଷରେ ଉପ ଜିଲ୍ଲାପାଳଙ୍କ ନିଷ୍ପତ୍ତି କ୍ରମେ ତହସିଲ ଅଫିସ ଆଇବିରେ ଦୀର୍ଘ ୧ଘଣ୍ଟା ଧରି ରୁଦ୍ଧଦ୍ୱାର ବୈଠକ ହୋଇଥିଲା। ବୈଠକ ପରେ ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଆନ୍ଦୋଳନ ପ୍ରତ୍ୟାହୃତ ହେବା ନେଇ ସୂଚନା ଦେବା ସହ ଆମର ଥିବା ସମସ୍ତ ଅଭିଯୋଗକୁ ଉପ ଜିଲ୍ଲାପାଳ ଗ୍ରହଣ କରିବା ସହ ବିଡ଼ିଓଙ୍କୁ ତାଗିଦ କରିଛନ୍ତି।

ଆଗକୁ ସରପଞ୍ଚ ଓ ସମିତିସଭ୍ୟମାନଙ୍କୁ ମିଳିତ ଭାବେ ନେଇ କାମ କରିବାକୁ ବିଡ଼ିଓ ପ୍ରତିଶୃତି ଦେଇଥିବାରୁ ବ୍ଲକ ତାଲା ଖୋଲା ଯାଇଥିବା ଅଧ୍ୟକ୍ଷ ଶ୍ରୀ ରଣସିଂହ କହିଛନ୍ତି।

ଦୀପ୍ତିରଞ୍ଜନ ସେଠି ବାଣପୁର ବ୍ଲକ
Share. Facebook Twitter LinkedIn Email WhatsApp Copy Link

Related Posts

ଉମାମହେଶ୍ବର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ ମହୋତ୍ସବ

April 15, 2026

ହନୁମାନ ଜୟନ୍ତୀ ଉପଲକ୍ଷେ ବାଇକ ଶୋଭାଯାତ୍ରା

April 14, 2026

ବାଲୁଗାଁ ମହାବିଦ୍ୟାଳୟରେ ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

April 13, 2026

ଗୋଦାବରୀଶ ମହାବିଦ୍ୟାଳୟ ରୋଭର ଓ ରେଞ୍ଜର ମାନଙ୍କ ଜଳ ବଣ୍ଟନ କାର୍ଯ୍ୟକ୍ରମ

April 13, 2026
Latest News

ଇସ୍ରାଏଲ୍‌-ଲେବାନନ ମଧ୍ୟରେ ଅସ୍ତ୍ରବିରତି ଘୋଷଣା

April 16, 2026

କବି ଶରତ ଚନ୍ଦ୍ର ପରିଡ଼ାଙ୍କ ମହାକାବ୍ୟ ନାରକାସୁର ବଧକୁ ଲୋକାର୍ପିତ କଲେ ବାଚସ୍ପତି

April 16, 2026

ମାଆ-ପୁଅ ଗିରଫ

April 16, 2026

ଆଜି ସଂସଦର ସ୍ୱତନ୍ତ୍ର ଅଧିବେଶନ

April 16, 2026

ଓଡ଼ିଶା-ଝାରଖଣ୍ଡ ସୀମାରେ ହାଇ ଆଲର୍ଟ

April 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.