Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ଏନଏସି ରାସ୍ତାରେ କୃତ୍ରିମ ପାର୍କର ଭ୍ରମ: ନଷ୍ଟ ହେଲା ହଜାର ହଜାର ଲିଟର ପାନୀୟ ଜଳ
ଆଞ୍ଚଳିକ

ବାଣପୁର ଏନଏସି ରାସ୍ତାରେ କୃତ୍ରିମ ପାର୍କର ଭ୍ରମ: ନଷ୍ଟ ହେଲା ହଜାର ହଜାର ଲିଟର ପାନୀୟ ଜଳ

February 17, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଏନଏସି ର ଦୁଇ ନମ୍ବର ୱାର୍ଡ ଦାଶରଥିପୁର ଗ୍ରାମ ରାସ୍ତାରେ ପାନୀୟ ଜଳ ପାଇପ ଫାଟି କୃତ୍ରିମ ପାର୍କର ଭ୍ରମ ସୃଷ୍ଟି ହୋଇଛି।

ଉକ୍ତ ରାସ୍ତା ଦେଇ ବାଣପୁର ସବ ଜେଲ, ଭବାନୀପୁର ପଞ୍ଚାୟତ, ଶନି ମନ୍ଦିରକୁ ଏକାଧିକ ଗ୍ରାମବାସୀ ଯାତାୟାତ କରୁଥିବା ବେଳେ ଆଜି ସକାଳେ ଉକ୍ତ ରାସ୍ତା ପାଣିରେ ଉବୁଟୁବୁ ହେଉଥିବା ଦେଖିବାକୁ ମିଳିଛି। ତେବେ ଦୀର୍ଘ ସମୟ ଧରି ହଜାର ହଜାର ଲିଟର ପାନୀୟ ଜଳ ନଷ୍ଟ ହୋଇଛି।

ଗୋଟିଏ ପକ୍ଷରେ ସରକାର ଜଳ ହିଁ ଜୀବନ ନାରା ଦେଉଥିବା ବେଳେ ଅପରପକ୍ଷରେ ଏପରି ପାନୀୟ ଜଳ ଅପବ୍ୟୟ ସ୍ଥାନୀୟ ପ୍ରଶାସନର ଅନ୍ତରିକତା କୁ ପଦାରେ ପକାଇଛି।

ତେବେ ଏ ଦୃଶ୍ୟ କିଛି ନୂଆ ନୁହେଁ। ବାଣପୁର ଏନଏସି ର ପ୍ରତି ୱାର୍ଡରେ ନିତିଦିନ ଏହିପରି ଛୋଟ ମୋଟ ଦୃଶ୍ୟ ଦେଖିବାକୁ ମିଳିଛି। ଜନ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପ୍ରତି ଘରେ ପିଇବା ପାଣି ପାଇଁ ମୁଖ୍ୟ ରାସ୍ତାକୁ ଖୋଳି ଟ୍ୟାପ କନେକ୍ସନ ଦିଆଯାଇଥିବା ବେଳେ ରକ୍ଷଣାବେକ୍ଷଣ ଅଭାବ ଏବଂ ଦୁର୍ବଳ ଭିତ୍ତିଭୂମି ଲାଗି ଏପରି ବାରମ୍ବାର ଘଟଣା ଘଟୁଛି ଏବଂ ହଜାର ହଜାର ପାନୀୟ ଜଳ ଅପଚୟ ହେଉଛି।

ସହରର ବିଷରପାଟଣା, ଥାନା ରୋଡ, କଲେଜ ଛକ ଆଦି ସ୍ଥାନରେ ପ୍ରତିଦିନ ପାନୀୟ ଜଳ ଅପବ୍ୟୟ ହେଉଛି। ଅନୁରୂପଭାବେ ବାଣପୁର ଏନଏସି ରେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଏକାଧିକ ୱାର୍ଡ ଉକ୍ତ କାରଣରୁ ଜଳମଗ୍ନ ହୋଇ ରହୁଛି। ଏନଏସି କର୍ତ୍ତୃପକ୍ଷ ଏବଂ ଜନସ୍ୱାସ୍ଥ୍ୟ ବିଭାଗ ଉକ୍ତ ସମସ୍ୟାପ୍ରତି ଦୃଷ୍ଟିଦେବା ସହ ଏହାର ସ୍ଥାୟୀ ସମାଧାନ ପାଇଁ ସାଧାରଣରେ ଦାବି ହେଉଛି।

ବାଣପୁର ଏନଏସି
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁରରେ ଜାତୀୟ ଆଇନ ସେବା ଦିବସ ପାଳିତ

November 10, 2026

ବସ୍ତିରେ ଶିଶୁଙ୍କ ସହ ଦୀପାବଳି ପାଳିଲା ବାଲୁଗାଁ ଏବିଭିପି: କୁନି ମୁହଁରେ ଫୁଟିଲା ହସ

November 7, 2026

ଲାଞ୍ଚ ନେଇ ପୋଖରୀକୁ ଡେଇଁଲେ ଏସ୍‌ଆଇ: ପିଛା କରି କାବୁ କଲା ଭିଜିଲାନ୍ସ

November 4, 2026

ମନରେଗା କାର୍ଯ୍ୟରେ ଲାଞ୍ଚ: ପୂର୍ବତନ GRSଙ୍କୁ ୩ ବର୍ଷ ଜେଲ୍

November 4, 2026
Latest News

୧୩ ବର୍ଷର ବିବାହ ପରେ ଅଲଗା ହେଲେ ପବନ କଲ୍ୟାଣ ଓ ପତ୍ନୀ ଅନ୍ନା

November 10, 2026

Govardhan Puja: ଆଜି ଗୋବର୍ଦ୍ଧନ ପୂଜା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

November 10, 2026

ବର୍ଷାରେ ଧୋଇଗଲା ମ୍ୟାଚ୍: ରଦ୍ଦ ହେଲା ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ

November 10, 2026

ଗଛରେ ପିଟି ହୋଇ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ

November 10, 2026

ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା: ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

November 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.