Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ଓ ଚିଲିକାର ସମସ୍ତ ଜଗନ୍ନାଥ ମନ୍ଦିରର ପ୍ରତିନିଧିଙ୍କୁ ନେଇ ଗଠିତ ହେଲା ଶ୍ରୀଜଗନ୍ନାଥ ମନ୍ଦିର ସମନ୍ବୟ ପରିଷଦ
ଆଞ୍ଚଳିକ

ବାଣପୁର ଓ ଚିଲିକାର ସମସ୍ତ ଜଗନ୍ନାଥ ମନ୍ଦିରର ପ୍ରତିନିଧିଙ୍କୁ ନେଇ ଗଠିତ ହେଲା ଶ୍ରୀଜଗନ୍ନାଥ ମନ୍ଦିର ସମନ୍ବୟ ପରିଷଦ

February 20, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ପ୍ରଥମ ଥର ପାଇଁ ଖୋର୍ଦ୍ଧା ଜିଲ୍ଲା ବାଣପୁର ମଣ୍ଡଳ ଓ ଚ଼ିଲିକା ମଣ୍ଡଳରେ ଥିବା ସମସ୍ତ ଜଗନ୍ନାଥ ମନ୍ଦିରର ପରିଚାଳନା କମିଟିର ପ୍ରମୁଖ ମାନଙ୍କୁ ନେଇ “ଶ୍ରୀଜଗନ୍ନାଥ ମନ୍ଦିର ସମନ୍ବୟ ପରିଷଦ” ଗଠିତ ହୋଇଯାଇଛି। ଆଞ୍ଚଳିକ ସ୍ତରରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରଗୁଡ଼ିକର ସୁରକ୍ଷା ସହିତ ଜଗନ୍ନାଥ ଧର୍ମ,ଐତିହ୍ୟ, ସଂସ୍କୃତି, ଚ଼େତନାର ପ୍ରଚାର ପ୍ରସାରର ଲକ୍ଷ୍ୟ ରଖି କାଙ୍କଣ ଶିଖରୀ ଲୀଳାକ୍ଷେତ୍ର ଟ୍ରଷ୍ଟର ମୁଖ୍ୟ ଡ଼ା ସୁଶାନ୍ତ କୁମାର ସାହୁଙ୍କ ଆବାହକତ୍ଵରେ ଏବଂ ଭାଟପଡ଼ାଗଡ଼ ଦଳବେହେରା ମାନବେନ୍ଦ୍ର ମହାରଥାଙ୍କ ସଭାପତିତ୍ବରେ ଗଡ଼ଠାକୁରଦଧିବାମନଜୀଉଙ୍କ ମନ୍ଦିର ନିକଟରେ ଏକ ଆଧ୍ୟାତ୍ମିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

ଶ୍ରୀଶ୍ରୀଦକ୍ଷେଶ୍ଵର ଭଗବତୀ ଦେବୋତ୍ତର କାର୍ଯ୍ୟାଳୟର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କ ପରିଚାଳନାରେ ଆୟୋଜିତ ଏହି ସମ୍ମିଳନୀରେ ଉଭୟ ମଣ୍ଡଳରେ ଥିବା ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ପ୍ରମୁଖମାନେ ଯୋଗ ଦେଇ ନିଜ ନିଜ ଅଞ୍ଚଳରେ ଥିବା ମନ୍ଦିରର ବିଭିନ୍ନ ସମସ୍ୟାଗୁଡ଼ିକ ଉପସ୍ଥାପନ କରିଥିଲେ ଏବଂ ଏଗୁଡ଼ିକର ସ୍ଥାୟୀ ସମାଧାନ ନହୋଇପାରିଲେ ଧୀରେ ଧୀରେ ମନ୍ଦିର ସହିତ ଶ୍ରୀଜଗନ୍ନାଥ ଧର୍ମ, ସଂସ୍କୃତି ,ଐତିହ୍ୟ ଲୋପ ପାଇଯିବ ବୋଲି ମତ ରଖିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀଜଗନ୍ନାଥ ସଂସ୍କୃତି, ଐତିହ୍ୟର ସୁରକ୍ଷା ଓ ପ୍ରଚାର ପ୍ରସାର ନିମନ୍ତେ ବର୍ତ୍ତମାନଯୁଗାନ୍ତକାରୀ ପଦକ୍ଷେପମାନ ଗ୍ରହଣ କରିଥିବାବେଳେ ଏବଂ ପ୍ରତି ପଞ୍ଚାୟତରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରର ଉନ୍ନତିକରଣ ନିମନ୍ତେ ଆର୍ଥିକ ଅନୁଦାନ ଯୋଗାଇ ଦେଉଥିବା ବେଳେ ମନ୍ଦିରର ନୀତିକାନ୍ତି, ପୂଜାବିଧିବିଧାନ, ଭୋଗଲାଗି ଓ ପବପର୍ବାଣୀ ପରିଚାଳନା ନିମନ୍ତେ ଆବଶ୍ୟକ ପଡ଼ୁଥିବା ଅର୍ଥର ଅଭାବ ଦେଖାଦେଉଥିବାରୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି।

ମନ୍ଦିର ନାମରେ ଥିବା ଜମି ଜୁମା ଗୁଡ଼ିକରୁ ଆଦାୟ ଫସଲ ଧୀରେ ଧୀରେ ବନ୍ଦ ହେବାକୁ ଯାଉଥିବାରୁ ଜୀଉମାନଙ୍କ ପାଖରେ ପ୍ରତ୍ୟହ ଭଲରେ ଟିକେ ଭୋଗଲାଗି ହୋଇପାରୁ ନାହିଁ। କେତେକ ମନ୍ଦିର ସୁରକ୍ଷା ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାକୁ ଆସିଗଲାଣି। ସରକାରଙ୍କ ସାହାଯ୍ୟ ସମୁଦ୍ରକୁ ଶଙ୍ଖେପରି ଅନୁଭବ ହେଉଛି। ମନ୍ଦିରମାନଙ୍କରେ କାର୍ଯ୍ୟରତ ପୂଜାରୀମାନଙ୍କ ନିମନ୍ତେ ମାସିକ ଦରମା ର ସ୍ଥାୟୀବ୍ୟବସ୍ଥା ନ ହୋଇପାରୁଥିବାରୁ ପୂଜାରୀଟିଏ ମିଳିବା କଷ୍ଟକର ହୋଇପଡ଼ୁଛି ଫଳରେ ମନ୍ଦିରମାନଙ୍କରେ ତାଲା ଝୁଲିବା ଅବସ୍ଥା ଦେଖାଯାଉଛି। ଏ ଭଳି ସମସ୍ୟାଗୁଡ଼ିକର ସ୍ଥାୟୀ ପ୍ରତିକାର ନକଲେ ଧୀରେ ଧୀରେ ଏହି ମହାନ ସଂସ୍କୃତି ଲୋପପାଇଯିବ ବୋଲି ମତପ୍ରକାଶ କରି ଆଜିର ଏହି ନବଗଠିତ ସମନ୍ବୟ ପରିଷଦ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସମସ୍ୟାର ସମାଧାନ କରାଯାଇପାରିବ ବୋଲି ସମ୍ମିଳନୀରେ ସର୍ବସମ୍ମତ ମତ ପ୍ରକାଶ ପାଇଥିଲା।

ନବଗଠିତ ଏହି ପରିଷଦରେ ସଭାପତି ଡ଼ା ସୁଶାନ୍ତ କୁମାର ସାହୁ, ଉପସଭାପତି ଦାଶରଥିସାହୁ ଏବଂ ପ୍ରଫୁଲ୍ଲ କୁମାର ସାହୁ, ସାଧାରଣ ସଂପାଦକ ବାଳମୁକୁନ୍ଦ ଦାସ, ଯୁଗ୍ମ ସଂପାଦକ ପ୍ରଦୋଷ କୁମାର ଦାସ, ବୃନ୍ଦାବନ ମହାରଣା, ବଳଭଦ୍ର ବିଶୋଇ, ଅସୀତ ବରଣ ବଳିୟାର ସି, କୋଷାଧକ୍ଷ ସତ୍ୟେନ୍ଦ୍ର କୁମାର ସ୍ୱାଇଁ, ସହ କୋଷାଧ୍ୟକ୍ଷ ବିଭୁଧେନ୍ଧୁ କେଶରୀ ଭୋଳ, କାର୍ଯ୍ୟକାରୀ କମିଟିର ସଭ୍ୟ ନିରଞ୍ଜନ ମହାରଣା, ଶାରଳା ଦାସ, ଲକ୍ଷ୍ମୀଧର ବେହେରା, ମଦନ ମୋହନ ମହାନ୍ତି, ରୂପକକୁମାର ମହାନ୍ତି, ସଦେଇ ବାରିକୀ ଓ ସୁଧୀର ପଣ୍ଡା ଏବଂ ଉପଦେଷ୍ଠାମଣଳୀ ସଭ୍ୟ ଭାବରେ ମାନବେନ୍ଦ୍ର ମହାରଥା, ନୃସିଂହ ପ୍ରସାଦ ମିଶ୍ର, ବାବାପଦ୍ମପାଦ ଦାସ, ହାଡ଼ିବନ୍ଧୁ ପଟ୍ଟନାୟକ, ଗୌରୀ ଶଂକର ରଥ ଶର୍ମା, ସୁରେନ୍ଦ୍ରନାଥ ଜଗଦ୍ଦେବ ଓ ମଧୁସୂଦନ ସେନାପତି ମନୋନୀତ ହୋଇଥିଲେ।

ସ୍ଥାନୀୟ ଦାସକାଠିଆ କଳାକାରଙ୍କ ଦ୍ୱାରା ଲୋକସଂଗୀତ ଉପସ୍ଥାପନ କରାଯାଇଥିଲା। ପରିଶେଷରେ ପ୍ରଦୋଷକୁମାର ଦାସ ଧନ୍ୟବାଦାର୍ପଣ କରିଥିଲେ।

ଚିଲିକା ଜଗନ୍ନାଥ ମନ୍ଦିର ବାଣପୁର ଭାଟପଡ଼ା
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026

ଡାଲିର ଗୁଣ ଜ୍ଞାନ ଓ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

March 9, 2026

ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ସୁବର୍ଣ୍ଣ ଜୟନ୍ତୀ ମହାସମାରୋହରେ ପାଳିତ

March 7, 2026

ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

March 5, 2026
Latest News

ବିଜେଡ଼ି ଛାଡ଼ିଲେ ବାଲେଶ୍ଵର ସଦର ବ୍ଲକ ଅଧ୍ୟକ୍ଷା

March 11, 2026

ହରିଶ ରାଣାଙ୍କ ଇଚ୍ଛାମୃତ୍ୟୁକୁ ମଞ୍ଜୁର କଲେ ସୁପ୍ରିମକୋର୍ଟ: ଜାଣନ୍ତୁ ସଂପୂର୍ଣ୍ଣ ମାମଲା

March 11, 2026

ଟି-୨୦ ବିଶ୍ୱକପ୍ ପରେ ରାଙ୍କିଂ ଜାରି କଲା ଆଇସିସି: ସବୁ କ୍ଷେତ୍ରରେ ଭାରତୀୟ ଖେଳାଳିଙ୍କ ପ୍ରାଧାନ୍ୟ

March 11, 2026

ଆମେରିକାର ତୈଳ ବିଶୋଧନାଗାରରେ ୨୫ ଲକ୍ଷ କୋଟି ନିବେଶ କରିବ ଭାରତ?: ଧନ୍ୟବାଦ ଦେଲେ ଟ୍ରମ୍ପ୍

March 11, 2026

ଫିନଟେକ୍ ପ୍ରକଳ୍ପକୁ ଟୋକିଓ ବୈଶ୍ବିକ ବିତ୍ତ ଫୋରମ୍ ରେ ପ୍ରଦର୍ଶିତ କଲେ ଓଡ଼ିଶାର ଛାତ୍ରଛାତ୍ରୀ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.