Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»୨୪ ତମ ମା ଅଁଳାଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ: ଅରାଙ୍ଗ ଓ କଲ୍ୟାଣ ପୁର ବିଜୟୀ
ଆଞ୍ଚଳିକ

୨୪ ତମ ମା ଅଁଳାଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ: ଅରାଙ୍ଗ ଓ କଲ୍ୟାଣ ପୁର ବିଜୟୀ

February 22, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଖୋର୍ଦ୍ଧା ବ୍ଲକ ଟାଙ୍ଗିଆପଡା ପଞ୍ଚାୟତ ଅନ୍ତର୍ଗତ ଉଇଲକିଶନ ନଗର ଗ୍ରାମରେ ୨୪ ତମ ମା ଅଁଳାଇ କର୍କ ବଲ କ୍ରିକେଟ ତୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ ହୋଇଯାଇଛି। ଆଜି ପ୍ରଥମ ଦିନରେ ୪ ଟି ଦଳକୁ ନେଇ ଦୁଇଟି ପର୍ଯ୍ୟାୟରେ ଆରମ୍ଭ ହୋଇଥିବା ଏହି ମ୍ୟାଚରେ ପ୍ରଥମେ କୁମାରବସ୍ତ ବ୍ୟାଟିଂ କରି ୧୫ ଓଭରରେ ୯ ଉଇକେଟ ବିନିମୟରେ ୨୦୬ ରନ ସଂଗ୍ରହ କରିଥିଲା। କୁମାରବସ୍ତ ଦଳ ପକ୍ଷରୁ ଶ୍ରଦ୍ଧାକର ପାତ୍ର ୧୯ ବଲରୁ ୬୦ ରନ ସଂଗ୍ରହ କରିଥିଲେ ଏବଂ ଅରାଙ୍ଗ ଦଳ ପକ୍ଷରୁ ଶୁଭ୍ରଜିତ ମହାଭୋଇ ୩ ଓଭର ବୋଲିଂ କରି ୨୭ ରନ ଦେଇ ଗୋଟିଏ ଉଇକେଟ ପାଇଥିଲେ।

ଜବାବରେ ଅରାଙ୍ଗ ଦଳ ୨୦୭ ରନର ବିଜୟ ଲକ୍ଷ କୁ ନେଇ ୧୩.୪ ଓଭର ରେ ୬ ଉଇକେଟ ହରାଇ ବିଜୟ ହାସଲ କରିନେଇଥିଲେ। ଅରାଙ୍ଗ ପକ୍ଷରୁ ତୋଫାନ ବେହେରା ୩୪ ବଲରୁ ଅପରାଜିତ ୮୪ ରନ ଏବଂ ଆଶୁତୋଷ ବେହେରା ୧୩ ବଲରୁ ଅପରାଜିତ ୫୧ ରନ କରି ଦଳକୁ ବିଜୟୀ କରାଇଥିଲେ।

ଦ୍ୱିତୀୟ ପର୍ଯ୍ୟାୟରେ କଲ୍ୟାଣପୁର ଓ ଗୁଡୁମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଗୁଡୁମ ଦଳ ପ୍ରଥମେ ବ୍ୟାଟିଂ କରି ୧୫ ଓଭର ରେ ୮ ଉଇକେଟ ହରାଇ ୧୬୪ ରନ କରିଥିଲେ।

ଜବାବରେ କଲ୍ୟାଣପୁର ଦଳ ୯.୫ ଓଭର ଖେଳି ଆବଶ୍ୟକ ୧୬୫ ରନ କରି ବିଜୟୀ ହୋଇଥିଲେ।

ଆଜିର ଏହି ଉଦଘାଟନ କାର୍ଯ୍ୟକ୍ରମକୁ ପୂର୍ବତନ ୱାର୍ଡ ସଭ୍ୟ ତଥା ସମାଜସେବୀ ତୁଷାରକାନ୍ତ ବିଶ୍ଵାଳ, ପୂର୍ବତନ ନାଏବ ସରପଞ୍ଚ ଆକାଶ କୁମାର ବିଶ୍ଵାଳ, ହିମାଂଶୁ ବରାଳ, ପ୍ରମୁଖ ଯୋଗ ଦେଇ ପିଲାଙ୍କୁ ଉତ୍ସାହିତ କରିଥିଲେ।

ସେହିପରି ଭାଷ୍ୟକାର ଭାବେ କୃଷ୍ଣଚନ୍ଦ୍ର ସାହୁ, ପ୍ରଶାନ୍ତ ନାଟୁଆ ଦାୟିତ୍ୱ ତୁଲାଇଥିବା ବେଳେ ଜିତେନ୍ଦ୍ର ସ୍ୱାଇଁ, ସୁଶାନ୍ତ ନାଟୁଆ ଅତିଥି ରୁପେ ଯୋଗ ଦେଇଥିଲେ।

ଆଜିର ଖେଳକୁ ଚନ୍ଦ୍ରକାନ୍ତ ବିଶ୍ଵାଳ ଏବଂ ତୁଷାରକାନ୍ତ ସୁନ୍ଦରାୟ ପରିଚାଳନା କରିଥିବା ବେଳେ ସ୍କୋରର ଦାୟିତ୍ୱରେ ଥିଲେ ଜିତେନ୍ଦ୍ର ବିଶ୍ଵାଳ।

ଅନ୍ୟ ମାନଙ୍କ ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟକୁ ସାଗର ବଳିୟାରସିଂ, ସୂର୍ଯ୍ୟକାନ୍ତ ସାମନ୍ତରାୟ, ଆଲୋକ ପ୍ରଧାନ, କବି ପ୍ରଧାନ, ଧର୍ମେନ୍ଦ୍ର ବିଶ୍ଵାଳ, ସୁମିତ ବିଶ୍ଵାଳ, ବବୁଲ ପ୍ରଧାନ,ରାଜୀବ ବିଶ୍ଵାଳ, ଅରୁଣ ପ୍ରଧାନ, ଶୁଭ୍ରାଂଶୁ ଶେଖର ସୁନ୍ଦରାୟ, ପ୍ରୀତମ ପ୍ରଧାନ, ଆଶିଷ କୁମାର ବିଶ୍ଵାଳ, ଆଦିତ୍ୟ ବିଶ୍ଵାଳ, ସନ୍ଦୀପ ବରାଳ ,ଦିପେଶ ବେହେରା,ପ୍ରମୁଖ ସହଯୋଗ କରିଥିଲେ।

ଅରାଙ୍ଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖୋର୍ଦ୍ଧା ବ୍ଲକ
Share. Facebook Twitter LinkedIn Email WhatsApp Copy Link

Related Posts

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026

ବେଆଇନ ମୋରମ୍ ଚାଲାଣ ଅଭିଯୋଗରେ ହାଇୱା ଗାଡ଼ି ଜବତ

February 19, 2026

ଜିଲ୍ଳାପାଳ ଏବଂ ଏସ୍ ପିଙ୍କ ନାଲିପଡା ଅର୍ଜୁନପୁର ଗ୍ରାମ ପଂଚାୟତରେ ପଲ୍ଲୀରେ ପ୍ରଶାସନ ଜନଶୁଣାଣି

February 16, 2026

ରଙ୍କନାଥ ମନ୍ଦିରରେ ନୂତନ ପ୍ରବଚନ ମଣ୍ଡପକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

February 15, 2026
Latest News

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.