Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ମା’ ଭଗବତୀ ମନ୍ଦିର ନବୀକରଣ ନିମନ୍ତେ ରାସ୍ତା ଅବରୋଧ କଲା ପ୍ରଶାସନ: ବିରୋଧ କଲେ ଗ୍ରାମବାସୀ
ଆଞ୍ଚଳିକ

ମା’ ଭଗବତୀ ମନ୍ଦିର ନବୀକରଣ ନିମନ୍ତେ ରାସ୍ତା ଅବରୋଧ କଲା ପ୍ରଶାସନ: ବିରୋଧ କଲେ ଗ୍ରାମବାସୀ

March 16, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ମା’ ଭଗବତୀଙ୍କ ପାର୍ଶ୍ଵ ଦେଇ ଯାଇଥିବା ରାସ୍ତାକୁ ମନ୍ଦିର ନବୀକରଣ କରାଯିବାର କାରଣ ଦର୍ଶାଇ ପ୍ରଶାସନ ଅବରୋଧ କରିଥିବାରୁ ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ଚାରିଖଣ୍ଡ ଗ୍ରାମବାସୀ ଆଜି ଅପରାହ୍ନରେ ବାଣପୁର ଆଇଆଇସି ଓ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରକାଶ ଥାଉକି ଉକ୍ତ ରାସ୍ତା ବାଣପୁର ଏନଏସି ତୁଳସୀଦେଇପୁର ଗ୍ରାମକୁ ସଂଯୋଗ କରୁଥିବା ବେଳେ ସେହି ରାସ୍ତା ଦେଇ ଅଚ୍ୟୁତରାଜପୁର, ମହାନ୍ତି ସାହି, ଶ୍ରୀନିବାସପୁର ଶାସନର ଗ୍ରାମବାସୀ ବାଣପୁର ସହରକୁ ଯିବା ଆସିବା କରନ୍ତି। ଦାବିପତ୍ର ମୁତାବକ ଗ୍ରାମବାସୀଙ୍କୁ କୌଣସି ସୂଚନା ନ ଦେଇ ରାସ୍ତାକୁ ଅବରୋଧ କରାଯାଇଛି। ଯାହାକି କେଉଁ ପ୍ରାଚୀନ କାଳରୁ ପୁରୁଷାନୁକ୍ରମିକ ଗ୍ରାମର ଅଧିବାସୀ ମାନେ ଉକ୍ତ ରାସ୍ତା ଦେଇ ବିବାହ, ବ୍ରତ, ଦିଅଁ ଗନସା ଭଳି ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟରେ ଯା’ ଆସ କରନ୍ତି।

ପ୍ରକାଶ ଥାଉକି ମା’ ଭଗବତୀ ଗ୍ରାମ ଗୁଡିକର ଇଷ୍ଟଦେବୀ ଏବଂ ଗ୍ରାମ ଦେବୀ ହୋଇଥିବା ବେଳେ ରାସ୍ତାଟି ଅବରୋଧ କରାଗଲେ ସେମାନଙ୍କର ଧାର୍ମିକ ଓ ସାମାଜିକ ଅଧିକାର କ୍ଷୁର୍ଣ୍ଣ ହେବ। ରାସ୍ତାଟି ଅଞ୍ଚଳ ବାସିଙ୍କର ଦୈନନ୍ଦିନ ଆବଶ୍ୟକୀୟ ରାସ୍ତା ଅଟେ। ଏହି ରାସ୍ତା ଦେଇ ନିତିଦିନ ଛୋଟ ଛୋଟ ପିଲା ପାଠ ପଢିବା, ଝିଅ ବୋହୁ ମାନେ ବଜାରକୁ ଯିବା ଆସିବା କରୁଥିବାରୁ ଏହା ଅବାଧ ଓ ମୁକ୍ତ ଯିବା ଆସିବା କାର୍ଯ୍ୟରେ ଲାଗୁଛି। ଏଥିରେ ବାଧା ଉପୁଜିଲେ ଅଞ୍ଚଳବାସି ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ଗ୍ରାମବାସୀମାନଙ୍କର ଅପୂରଣୀୟ କ୍ଷତି ହେବ। ତେଣୁ ଏହାକୁ ଅବାଧ ଓ ମୁକ୍ତ ଯିବା ଆସିବାର ବନ୍ଦୋବସ୍ତ କରିବାକୁ ବାଣପୁର ତହସିଲଦାରଙ୍କୁ ନିଜର ଦାବୀ ଉପରୋକ୍ତ ଗ୍ରାମବାସୀମାନେ ଜଣାଇଛନ୍ତି।

ତେବେ ଏ ନେଇ ବାଣପୁର ତହସିଲଦାର ଟି ପଦ୍ମନାଭ ଦୋରାଙ୍କୁ ପଚାରିବାରୁ ଉକ୍ତ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ କରାଯିବ ନାହିଁ ଏବଂ ଏକ ପାଦଚଲା ରାସ୍ତା ଜନସାଧାରଣଙ୍କ ପାଇଁ ନିର୍ମାଣ ହେବ ବୋଲି କହିଛନ୍ତି।

ବାଣପୁର ମା’ ଭଗବତୀ
Share. Facebook Twitter LinkedIn Email WhatsApp Copy Link

Related Posts

ନାକଟିଦେଉଳ ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

February 2, 2026

ବାଲୁଗାଁ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ପରିଷଦର ବାର୍ଷିକ ସାରସ୍ୱତ ସମାରୋହ ଓ କବିତା ପାଠୋତ୍ସବ

January 31, 2026

ଦୁର୍ଗା ଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା

January 31, 2026

ଛତ୍ରପୁର ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ

January 31, 2026
Latest News

ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ମୂଲ୍ୟାଙ୍କନ ହେବ ଡିଜିଟାଲ: CBSE ର ପ୍ରସ୍ତୁତି ଆରମ୍ଭ

February 2, 2026

ନାକଟିଦେଉଳ ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

February 2, 2026

“ପାକିସ୍ତାନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ICC “: ଜେଡ଼ିୟୁ, ବିଜେପିର ଆସିଲା ବଡ଼ ପ୍ରତିକ୍ରିୟା

February 2, 2026

ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଶିବସେନା ନେତାଙ୍କ ଘଟଣାସ୍ଥଳରେ ମୃତ୍ୟୁ

February 2, 2026

ରୂପା ଦରରେ ୧.୩୪ ଲକ୍ଷ ହ୍ରାସ, ୧.୩୮ ଲକ୍ଷକୁ ଖସିଲା ସୁନା!

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.