Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରରେ ଖୋଲିଲା ଏଚଡ଼ିଏଫସି ବ୍ୟାଙ୍କର ନୂତନ ଶାଖା: ଉଦଘାଟନ କଲେ ଖୋର୍ଦ୍ଧା ଜିଲ୍ଲାପାଳ
ଆଞ୍ଚଳିକ

ବାଣପୁରରେ ଖୋଲିଲା ଏଚଡ଼ିଏଫସି ବ୍ୟାଙ୍କର ନୂତନ ଶାଖା: ଉଦଘାଟନ କଲେ ଖୋର୍ଦ୍ଧା ଜିଲ୍ଲାପାଳ

March 28, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ସହରରେ ଦେଶର ଅଗ୍ରଣୀ ଘରୋଇ ବ୍ୟାଙ୍କ ଏଚଡ଼ିଏଫସି ବ୍ୟାଙ୍କର ନୂତନ ଶାଖା ଉଦଘାଟିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ଉକ୍ତ ବ୍ୟାଙ୍କକୁ ଉଦଘାଟନ କରିଛନ୍ତି। ଏହା ଓଡ଼ିଶାର ୨୨୭ ତମ ଏବଂ ଖୋର୍ଦ୍ଧା ଜିଲ୍ଲାର ୪୪ ତମ ଶାଖା।

ଏହି ଅବସରରେ ଏଚଡ଼ିଏଫସି ବ୍ୟାଙ୍କ କ୍ଲଷ୍ଟର ହେଡ଼ ଅନିମେଶ ବିଶ୍ୱାଳ, ବାଣପୁର ଶାଖା ପରିଚାଳକ ଅମୁଲ୍ୟ ନାୟକ, ବାଲୁଗାଁ ଶାଖା ପରିଚାଳକ ଉତ୍କଳ ରାଉତ, କୁଞ୍ଜୁରୀ ଶାଖା ପରିଚାଳକ ହିମାଂଶୁ ମିଶ୍ର ଆଦି ଉପସ୍ଥିତ ଥିଲେ।

ତେବେ ଆଜି ଉଦଘାଟନ ଦିବସରେ ବାଣପୁର ବ୍ଲକର ଚାରି ଗୋଟି ସ୍ୱୟଂ ସହାୟକ ମହିଳା ଗୋଷ୍ଠୀଙ୍କୁ ପାଖାପାଖି ୧୫ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଥିବା ବାଣପୁର ଶାଖା ପରିଚାଳକ ଶ୍ରୀ ନାୟକ କହିଛନ୍ତି। ଅନୁରୂପ ଭାବେ ଏଚଡ଼ିଏଫସି ଦେଶର ଏକ ପ୍ରତିଷ୍ଠିତ ଏବଂ ବହୁ ପୁରୁଣା ଘରୋଇ ବ୍ୟାଙ୍କ ହୋଇଥିବା ବେଳେ ବାଣପୁରବାସିଙ୍କୁ ଏହା ଉତ୍କୃଷ୍ଟ ସେବା ପ୍ରଦାନ କରିବ ବୋଲି କହିଛନ୍ତି ଶ୍ରୀ ନାୟକ।

ବାଣପୁରରେ ଏକାଧିକ ରାଷ୍ଟ୍ରାୟତ ବ୍ୟାଙ୍କ ରହିଥିବା ବେଳେ ନୂତନ ଭାବେ ଉଦଘାଟିତ ଏଚଡ଼ିଏଫସି ବ୍ୟାଙ୍କରେ ଗ୍ରାହକମାନେ ଏକାଧିକ ସୁବିଧା ପାଇପାରିବେ। ସୁନା ଋଣ, ଲକର ସେବା, ବିନା କାଗଜପତ୍ରରେ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀଙ୍କୁ ଖୁବ କମ ସମୟରେ କ୍ଷୁଦ୍ର ଋଣ ମିଳିପାରିବ ବୋଲି ଶ୍ରୀ ନାୟକ କହିଛନ୍ତୁ। ଉକ୍ତ ବ୍ୟାଙ୍କଟି ବାଣପୁର କଲେଜ ରୋଡ ସ୍ଥିତ ଏସବିଆଈ ନିକଟରେ ଅବସ୍ଥିତ।

banpur chanchal rana hdfc bank Khordha Collector
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

“ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣକୁ ସ୍ୱାଗତ କରୁଛି”: ପ୍ରିୟଙ୍କା ଚତୁର୍ବେଦୀଙ୍କ ବଡ଼ ବୟାନ

March 23, 2026

ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

March 23, 2026

ତିନୋଟି ନୂତନ ଉପକ୍ରମର ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.