Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରରେ ଖୋଲିଲା ଏଚଡ଼ିଏଫସି ବ୍ୟାଙ୍କର ନୂତନ ଶାଖା: ଉଦଘାଟନ କଲେ ଖୋର୍ଦ୍ଧା ଜିଲ୍ଲାପାଳ
ଆଞ୍ଚଳିକ

ବାଣପୁରରେ ଖୋଲିଲା ଏଚଡ଼ିଏଫସି ବ୍ୟାଙ୍କର ନୂତନ ଶାଖା: ଉଦଘାଟନ କଲେ ଖୋର୍ଦ୍ଧା ଜିଲ୍ଲାପାଳ

March 28, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ସହରରେ ଦେଶର ଅଗ୍ରଣୀ ଘରୋଇ ବ୍ୟାଙ୍କ ଏଚଡ଼ିଏଫସି ବ୍ୟାଙ୍କର ନୂତନ ଶାଖା ଉଦଘାଟିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ଉକ୍ତ ବ୍ୟାଙ୍କକୁ ଉଦଘାଟନ କରିଛନ୍ତି। ଏହା ଓଡ଼ିଶାର ୨୨୭ ତମ ଏବଂ ଖୋର୍ଦ୍ଧା ଜିଲ୍ଲାର ୪୪ ତମ ଶାଖା।

ଏହି ଅବସରରେ ଏଚଡ଼ିଏଫସି ବ୍ୟାଙ୍କ କ୍ଲଷ୍ଟର ହେଡ଼ ଅନିମେଶ ବିଶ୍ୱାଳ, ବାଣପୁର ଶାଖା ପରିଚାଳକ ଅମୁଲ୍ୟ ନାୟକ, ବାଲୁଗାଁ ଶାଖା ପରିଚାଳକ ଉତ୍କଳ ରାଉତ, କୁଞ୍ଜୁରୀ ଶାଖା ପରିଚାଳକ ହିମାଂଶୁ ମିଶ୍ର ଆଦି ଉପସ୍ଥିତ ଥିଲେ।

ତେବେ ଆଜି ଉଦଘାଟନ ଦିବସରେ ବାଣପୁର ବ୍ଲକର ଚାରି ଗୋଟି ସ୍ୱୟଂ ସହାୟକ ମହିଳା ଗୋଷ୍ଠୀଙ୍କୁ ପାଖାପାଖି ୧୫ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଥିବା ବାଣପୁର ଶାଖା ପରିଚାଳକ ଶ୍ରୀ ନାୟକ କହିଛନ୍ତି। ଅନୁରୂପ ଭାବେ ଏଚଡ଼ିଏଫସି ଦେଶର ଏକ ପ୍ରତିଷ୍ଠିତ ଏବଂ ବହୁ ପୁରୁଣା ଘରୋଇ ବ୍ୟାଙ୍କ ହୋଇଥିବା ବେଳେ ବାଣପୁରବାସିଙ୍କୁ ଏହା ଉତ୍କୃଷ୍ଟ ସେବା ପ୍ରଦାନ କରିବ ବୋଲି କହିଛନ୍ତି ଶ୍ରୀ ନାୟକ।

ବାଣପୁରରେ ଏକାଧିକ ରାଷ୍ଟ୍ରାୟତ ବ୍ୟାଙ୍କ ରହିଥିବା ବେଳେ ନୂତନ ଭାବେ ଉଦଘାଟିତ ଏଚଡ଼ିଏଫସି ବ୍ୟାଙ୍କରେ ଗ୍ରାହକମାନେ ଏକାଧିକ ସୁବିଧା ପାଇପାରିବେ। ସୁନା ଋଣ, ଲକର ସେବା, ବିନା କାଗଜପତ୍ରରେ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀଙ୍କୁ ଖୁବ କମ ସମୟରେ କ୍ଷୁଦ୍ର ଋଣ ମିଳିପାରିବ ବୋଲି ଶ୍ରୀ ନାୟକ କହିଛନ୍ତୁ। ଉକ୍ତ ବ୍ୟାଙ୍କଟି ବାଣପୁର କଲେଜ ରୋଡ ସ୍ଥିତ ଏସବିଆଈ ନିକଟରେ ଅବସ୍ଥିତ।

banpur chanchal rana hdfc bank Khordha Collector
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ମନ୍ଦିର କାର୍ଯ୍ୟାଳୟରୁ ଚୋରୀ, ମହାପ୍ରଭୃଙ୍କ ସମସ୍ତ ଅଳଙ୍କାର ଟଙ୍କା ଲୁଟି ନେଇ ଚୋର ଫେରାର

December 5, 2025

ବାଣପୁରରେ ଆନ୍ତଃ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ସ୍ତରୀୟ ବାଳିକା ଖୋ-ଖୋ ପ୍ରତିଯୋଗିତା

December 1, 2025

ଚିଲିକା ମତ୍ସ୍ୟଜୀବୀଙ୍କୁ ମାଛଧରା ସାମଗ୍ରୀ ପ୍ରଦାନ କଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

November 30, 2025

ବାଣପୁରରେ ମହିଳା ହିଂସା ବିରୋଧୀ ଅଭିଯାନ ନେଇ ସଚେତନା କାର୍ଯ୍ୟକ୍ରମ

November 30, 2025
Latest News

Pariksha Pe Charcha 2026: ଜାନୁଆରୀରେ ହେବ ପରୀକ୍ଷା ପେ ଚର୍ଚ୍ଚା, ଜାଣନ୍ତୁ କେମିତି କରିବେ ପଂଜିକରଣ

December 6, 2025

Indigo Flight Crisis: ଇଣ୍ଡିଗୋ ବିମାନ ବାତିଲ ପରେ ସରକାର ନେଲେ ଏହି କାର୍ଯ୍ୟାନୁଷ୍ଠାନ 

December 6, 2025

India Russia Bilateral Talk: 2030 ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ 100 ବିଲିୟନ ଡଲାରକୁ ବୃଦ୍ଧି ପ୍ରତିଶ୍ରୁତି

December 6, 2025

ଏଏନଏମ ପରୀକ୍ଷା ବାତିଲ ନେଇ ରାଗିଲେ ନବୀନ ପଟ୍ଟନାୟକ, କହିଲେ….

December 6, 2025

ରାଜ୍ୟ ସରକାରଙ୍କ ବଡ ନିଷ୍ପତି, ଏଣିକି କନ୍ୟା ବିବାହ ପାଇଁ ମିଳିବ ୫୧ ହଜାର ଟଙ୍କା, ଜାଣନ୍ତୁ କଣ କରିବେ

December 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.