Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରରେ ଶୀତଳ ଷଷ୍ଠୀ ଯାତ୍ରା: ଧୁମଧାମରେ ପାଳିତ ହେଲା ମହାଦେବ ଓ ମାତା ପାର୍ବତୀଙ୍କର ବିବାହ ଉତ୍ସବ
ଆଞ୍ଚଳିକ

ବାଣପୁରରେ ଶୀତଳ ଷଷ୍ଠୀ ଯାତ୍ରା: ଧୁମଧାମରେ ପାଳିତ ହେଲା ମହାଦେବ ଓ ମାତା ପାର୍ବତୀଙ୍କର ବିବାହ ଉତ୍ସବ

June 10, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କର ବିବାହ ବା ମହାମିଳନ ଉତ୍ସବ। ଦେବ ଓ ଶକ୍ତିଙ୍କ ମିଳନକୁ ଦିବ୍ୟମିଳନ କୁହାଯାଏ। ଆସନ୍ତାକାଲି ଶୀତଳ ଷଷ୍ଠୀ। ଏହି ମହାନ ପରମ୍ପରା ଓଡି଼ଶାରେ କାହିଁ କେଉଁ ଅନାଦି କାଳରୁ ପ୍ରଚଳିତ ହୋଇ ଆସୁଅଛି। ଏହି ପର୍ବ ପଶ୍ଚିମ ଓଡ଼ିଶାର ପ୍ରତ୍ୟେକ ଶୈବପିଠ ମାନଙ୍କରେ ଖୁବ ଧୂମଧାମରେ ପାଳିତ ହୋଇ ଆସୁଥୁବା ବେଳେ ଓଡ଼ିଶାର ଅନ୍ୟତ୍ର ମଧ୍ୟ ଶୀତଳ ଷଷ୍ଠୀ ଯାତ୍ରାକୁ ବହୁ ଯାକଯମକରେ ପାଳନ କରାଯାଉଛି।

ଜ୍ୟେଷ୍ଠ ମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ଏହି ପର୍ବ ପାଳନ କରାଯାଏ। ଏହି ପରିପ୍ରେକ୍ଷୀରେ ବାଣପୁର ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମରେ ଶ୍ରୀ ଶ୍ରୀ ଗତିଃଶ୍ଵର ଦେବଙ୍କ ପୀଠରେ ମହାଡ଼ମ୍ବରରେ ପାଳନ ହେଉଛି ଶୀତଳ ଷଷ୍ଠୀ ଯାତ୍ରା। ବରପକ୍ଷ ଓ କନ୍ୟାପକ୍ଷଙ୍କ ସହ ଗ୍ରାମବାସୀଙ୍କ ଘରେ ଘରେ ବନ୍ଧୁବାନ୍ଧବଙ୍କ ଆଗମନରେ ଗାଁ ଉଛୁଳି ପଡୁଛି।

ଚଳିତ ବର୍ଷ ବରପକ୍ଷ ଦେବ ଦେବ ମହାଦେବଙ୍କ ପକ୍ଷରୁ ପିତା ମାତା ଭାବରେ ଦିଲ୍ଲୀପ କୁମାର ପଣ୍ଡା ଓ ତାଙ୍କ ସହଧର୍ମିଣୀ ବାସନ୍ତୀ ପଣ୍ଡା ହୋଇଥିବା ବେଳେ କନ୍ୟାପକ୍ଷ ମାତା ପାର୍ବତୀଙ୍କ ତରଫରୁ ବ୍ରଜକିଶୋର ପଣ୍ଡା ଏବଂ ତାଙ୍କ ସହଧର୍ମିଣୀ ସଂଯୁକ୍ତା ପଣ୍ଡା ଉପବିଶନ ହୋଇଛନ୍ତି।

ପୁରୋହିତ ଅରୁଣ କୁମାର ବିଗ୍ରହ ତତ୍ୱାବଧାନରେ ସୋମବାର କନ୍ୟାଘର ତରଫରୁ ଦେବ ଦେବ ମହାଦେବଙ୍କୁ ବର ନିମନ୍ତ୍ରଣ କରାଯାଇଥିଲା। ଗୋଧୂଳି ଲଗ୍ନରେ ବାଜା, ବାଣ, ରୋଷଣୀ ଓ ପଟୁଆରରେ ଦେବ ଦେବ ମହାଦେବଙ୍କ ସହ ଶ୍ରଦ୍ଧାଳୁ ମାନଙ୍କ ସହ ଗ୍ରାମ ପରିକ୍ରମା ପରେ ମନ୍ଦିରରେ ପହଂଚି ଦେବ ଦମ୍ପତିଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବିବାହରେ କନ୍ୟାଘର ତରଫରୁ ମହାଦେବଙ୍କୁ ଯାନୀ ଯୌତୁକ ସହ ବନ୍ଦାଣ କରାଯାଇ ଅଭ୍ୟର୍ଥନା ଦେଇ ବିବାହ ସମାପନ ହୋଇଥିଲା। ଦେବଦମ୍ପତିଙ୍କ ବିବାହ କାର୍ଯ୍ୟ ଉପଲକ୍ଷେ ଶହଶହ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିବା ବେଳେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଦେବ ଦମ୍ପତିଙ୍କ ଆଶୀର୍ବାଦ ନେଇଥିଲେ।

ଆସନ୍ତାକାଲି ଦେବଦମ୍ପତି ବିଭିନ୍ନ ସାଜସଜ୍ଜା ସହ ନଗର ପରିକ୍ରମା କରି ଶୀତଳ ଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ବର୍ଷାକାଳରେ ଧରିତ୍ରୀ ମା ଶୀତଳ ହୋଇଥାନ୍ତି। ବର୍ଷାର ଆଗମନରେ ଏହି ମହାନ ପର୍ବ ପାଳନ ହେଉଥିବାରୁ ଏହାକୁ ଶୀତଳ ଷଷ୍ଠୀ ନାମରେ ପାଳନ ହେଉଥିବା ଲୋକକଥାରୁ ଜଣାଯାଏ। ସମସ୍ତ କାର୍ଯ୍ୟକ୍ରମକୁ ଗ୍ରାମ କମିଟି ଓ ଗ୍ରାମବାସୀ ଉପସ୍ଥିତ ରହି ସୁଚାରୁ ରୂପେ ପରିଚାଳନା କରିଥିଲେ।

BJP Ads
ବାଣପୁର ବିବାହ ଉତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକା ବୋଇତ ବନ୍ଦାଣ ଉତ୍ସବ ମଞ୍ଚରେ କବିତା ପାଠୋତ୍ସବ

November 4, 2025

ବାଣପୁର: ସମାଜସେବୀ ଡ଼ା ରାଧାଚରଣ ପଣ୍ଡାଙ୍କ ୫୧ତମ ଶ୍ରାଦ୍ଧୋତ୍ସବ

November 4, 2025

ବାପୁଜୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ସଫେଇ ଓ ବୃକ୍ଷ ରୋପଣ

November 3, 2025

ବାଲୁଗାଁ କଲେଜରେ ସାଇବର ସଚେତନତା କାର୍ଯ୍ୟକ୍ରମ

November 3, 2025
BJP Ads
Latest News

ବଦାୟୁଁରେ କକୋଡା ମେଳା ଉଦଘାଟନ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଏଲ ବର୍ମା

November 5, 2025

ଜାତି ଏବଂ ଧର୍ମ ଆଧାରରେ ସେନାକୁ ବିଭାଜିତ କରିବା ଗଣତନ୍ତ୍ର ପାଇଁ ଏକ ଦୁଃଖଦ ଘଟଣା: ଚିରାଗ ପାସୱାନ

November 5, 2025

ଇସି ବିରୋଧରେ ‘ହାଇଡ୍ରୋଜେନ୍ ବୋମା’ ଫୁଟାଇଲେ ରାହୁଲ ଗାନ୍ଧୀ?: ଉତ୍ତର ଦେଲେ ନିର୍ବାଚନ କମିଶନ

November 5, 2025

ରାଇଜିଂ ଷ୍ଟାର ଏସିଆ କପ୍: ଘୋଷଣା ହେଲା ଟିମ୍ ଇଣ୍ଡିଆ ଏ, ଜାଣନ୍ତୁ ଭାରତ-ପାକିସ୍ତାନ ମ୍ୟାଚ୍ ର ତାରିଖ

November 5, 2025

Kartik Purnima: କାର୍ତ୍ତିକ ପୂର୍ଣ୍ଣିମା ଓ ଦେବ ଦୀପାବଳି ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଜଣାଇଲେ ଶୁଭେଚ୍ଛା

November 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.