Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରରେ ଶୀତଳ ଷଷ୍ଠୀ ଯାତ୍ରା: ଧୁମଧାମରେ ପାଳିତ ହେଲା ମହାଦେବ ଓ ମାତା ପାର୍ବତୀଙ୍କର ବିବାହ ଉତ୍ସବ
ଆଞ୍ଚଳିକ

ବାଣପୁରରେ ଶୀତଳ ଷଷ୍ଠୀ ଯାତ୍ରା: ଧୁମଧାମରେ ପାଳିତ ହେଲା ମହାଦେବ ଓ ମାତା ପାର୍ବତୀଙ୍କର ବିବାହ ଉତ୍ସବ

June 10, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କର ବିବାହ ବା ମହାମିଳନ ଉତ୍ସବ। ଦେବ ଓ ଶକ୍ତିଙ୍କ ମିଳନକୁ ଦିବ୍ୟମିଳନ କୁହାଯାଏ। ଆସନ୍ତାକାଲି ଶୀତଳ ଷଷ୍ଠୀ। ଏହି ମହାନ ପରମ୍ପରା ଓଡି଼ଶାରେ କାହିଁ କେଉଁ ଅନାଦି କାଳରୁ ପ୍ରଚଳିତ ହୋଇ ଆସୁଅଛି। ଏହି ପର୍ବ ପଶ୍ଚିମ ଓଡ଼ିଶାର ପ୍ରତ୍ୟେକ ଶୈବପିଠ ମାନଙ୍କରେ ଖୁବ ଧୂମଧାମରେ ପାଳିତ ହୋଇ ଆସୁଥୁବା ବେଳେ ଓଡ଼ିଶାର ଅନ୍ୟତ୍ର ମଧ୍ୟ ଶୀତଳ ଷଷ୍ଠୀ ଯାତ୍ରାକୁ ବହୁ ଯାକଯମକରେ ପାଳନ କରାଯାଉଛି।

ଜ୍ୟେଷ୍ଠ ମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ଏହି ପର୍ବ ପାଳନ କରାଯାଏ। ଏହି ପରିପ୍ରେକ୍ଷୀରେ ବାଣପୁର ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମରେ ଶ୍ରୀ ଶ୍ରୀ ଗତିଃଶ୍ଵର ଦେବଙ୍କ ପୀଠରେ ମହାଡ଼ମ୍ବରରେ ପାଳନ ହେଉଛି ଶୀତଳ ଷଷ୍ଠୀ ଯାତ୍ରା। ବରପକ୍ଷ ଓ କନ୍ୟାପକ୍ଷଙ୍କ ସହ ଗ୍ରାମବାସୀଙ୍କ ଘରେ ଘରେ ବନ୍ଧୁବାନ୍ଧବଙ୍କ ଆଗମନରେ ଗାଁ ଉଛୁଳି ପଡୁଛି।

ଚଳିତ ବର୍ଷ ବରପକ୍ଷ ଦେବ ଦେବ ମହାଦେବଙ୍କ ପକ୍ଷରୁ ପିତା ମାତା ଭାବରେ ଦିଲ୍ଲୀପ କୁମାର ପଣ୍ଡା ଓ ତାଙ୍କ ସହଧର୍ମିଣୀ ବାସନ୍ତୀ ପଣ୍ଡା ହୋଇଥିବା ବେଳେ କନ୍ୟାପକ୍ଷ ମାତା ପାର୍ବତୀଙ୍କ ତରଫରୁ ବ୍ରଜକିଶୋର ପଣ୍ଡା ଏବଂ ତାଙ୍କ ସହଧର୍ମିଣୀ ସଂଯୁକ୍ତା ପଣ୍ଡା ଉପବିଶନ ହୋଇଛନ୍ତି।

ପୁରୋହିତ ଅରୁଣ କୁମାର ବିଗ୍ରହ ତତ୍ୱାବଧାନରେ ସୋମବାର କନ୍ୟାଘର ତରଫରୁ ଦେବ ଦେବ ମହାଦେବଙ୍କୁ ବର ନିମନ୍ତ୍ରଣ କରାଯାଇଥିଲା। ଗୋଧୂଳି ଲଗ୍ନରେ ବାଜା, ବାଣ, ରୋଷଣୀ ଓ ପଟୁଆରରେ ଦେବ ଦେବ ମହାଦେବଙ୍କ ସହ ଶ୍ରଦ୍ଧାଳୁ ମାନଙ୍କ ସହ ଗ୍ରାମ ପରିକ୍ରମା ପରେ ମନ୍ଦିରରେ ପହଂଚି ଦେବ ଦମ୍ପତିଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବିବାହରେ କନ୍ୟାଘର ତରଫରୁ ମହାଦେବଙ୍କୁ ଯାନୀ ଯୌତୁକ ସହ ବନ୍ଦାଣ କରାଯାଇ ଅଭ୍ୟର୍ଥନା ଦେଇ ବିବାହ ସମାପନ ହୋଇଥିଲା। ଦେବଦମ୍ପତିଙ୍କ ବିବାହ କାର୍ଯ୍ୟ ଉପଲକ୍ଷେ ଶହଶହ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିବା ବେଳେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଦେବ ଦମ୍ପତିଙ୍କ ଆଶୀର୍ବାଦ ନେଇଥିଲେ।

ଆସନ୍ତାକାଲି ଦେବଦମ୍ପତି ବିଭିନ୍ନ ସାଜସଜ୍ଜା ସହ ନଗର ପରିକ୍ରମା କରି ଶୀତଳ ଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ବର୍ଷାକାଳରେ ଧରିତ୍ରୀ ମା ଶୀତଳ ହୋଇଥାନ୍ତି। ବର୍ଷାର ଆଗମନରେ ଏହି ମହାନ ପର୍ବ ପାଳନ ହେଉଥିବାରୁ ଏହାକୁ ଶୀତଳ ଷଷ୍ଠୀ ନାମରେ ପାଳନ ହେଉଥିବା ଲୋକକଥାରୁ ଜଣାଯାଏ। ସମସ୍ତ କାର୍ଯ୍ୟକ୍ରମକୁ ଗ୍ରାମ କମିଟି ଓ ଗ୍ରାମବାସୀ ଉପସ୍ଥିତ ରହି ସୁଚାରୁ ରୂପେ ପରିଚାଳନା କରିଥିଲେ।

ବାଣପୁର ବିବାହ ଉତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ପାଇକ ବିଦ୍ରୋହ: ଓଡ଼ିଆ ଅସ୍ମିତାର ଏକ ଅନନ୍ୟ ଅଗ୍ନିଶିଖା

June 1, 2026

ବାଣପୁର: ଅଗ୍ନିକାଣ୍ଡ କ୍ଷତିଗସ୍ତ ପରିବାରଙ୍କୁ ସାକ୍ଷାତ କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

May 29, 2026

ମହାଭାରତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

May 28, 2026

ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ

May 28, 2026
Latest News

ବଙ୍ଗଳା ନିର୍ବାଚନ ପୂର୍ବରୁ ହିଂସା ଉପରେ NIA ର କାର୍ଯ୍ୟାନୁଷ୍ଠାନ: ୩୧ ଅଭିଯୁକ୍ତଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ

June 2, 2026

“ତୃତୀୟ ପକ୍ଷର ହସ୍ତକ୍ଷେପ ଗ୍ରହଣୀୟ ନୁହେଁ”: ସୀମା ବିବାଦ ଉପରେ ଭାରତର ନେପାଳକୁ କଡ଼ା ବାର୍ତ୍ତା

June 2, 2026

ଆଫଗାନିସ୍ତାନ ବିରୋଧରେ ପ୍ରଥମ ଟେଷ୍ଟ ପାଇଁ ଏହି ୧୧ ଖେଳାଳିଙ୍କୁ ମିଳିବ ସୁଯୋଗ!

June 2, 2026

ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: CBSE ଅଧ୍ୟକ୍ଷ ରାହୁଲ ସିଂହ ଏବଂ ସଚିବ ହିମାଂଶୁ ଗୁପ୍ତାଙ୍କ ହେଲା ବଦଳି

June 2, 2026

CBSEର ପୁନଃମୂଲ୍ୟାୟନ ପୋର୍ଟାଲରେ ସାଇବର ଆକ୍ରମଣ

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.