Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରେଢ଼ାଖୋଲ: ରଥଯାତ୍ରା ପ୍ରସ୍ତୁତି ବୈଠକ
ଆଞ୍ଚଳିକ

ରେଢ଼ାଖୋଲ: ରଥଯାତ୍ରା ପ୍ରସ୍ତୁତି ବୈଠକ

June 11, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରେଢ଼ାଖୋଲ (କନ୍ଦର୍ପ ବେହେରା): ଚଳିତ ବର୍ଷ ରଥଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ରେଢ଼ାଖୋଲ ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହନ୍ତଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରେଢ଼ାଖୋଲରେ ହେବାକୁ ଥିବା ଚଳିତ ବର୍ଷ ରଥଯାତ୍ରା କିପରି ସୁରୁଖୁରୁରେ ହେବା ସହିତ ମନ୍ଦିର ର ସାଜସଜ୍ଜା, ବିଗ୍ରହଙ୍କ ଗଜାନନ ବେଶର ସାଜସଜ୍ଜା, ରଥଯାତ୍ରା ହେଉଥିବା କଦମ୍ବ ପଡ଼ିଆର ସଫାସୁତୁରା, ରଥ ନିର୍ମାଣ କାର୍ଯ୍ୟ ଓ ରଥ ନିର୍ମାଣ ପାଇଁ ଦରକାର ପଡ଼ୁଥିବା ରଥକାଠ, ଠାକୁରଙ୍କ ପହଣ୍ଡି, ରଥଟଣା,ମିନାବଜାର , ଭକ୍ତ ମାନେ କିଭଳି ଭଗବାନ ଙ୍କୁ ସୁରୁଖୁରୁରେ ଦର୍ଶନ କରି ପାରିବେ ଇତ୍ୟାଦି ସମସ୍ତ କାର୍ଯ୍ୟ ଓ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା।

ଚଳିତ ବର୍ଷ ରଥଯାତ୍ରା ରେ ଠାକୁର ଙ୍କ ପହଣ୍ଡି ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଘଣ୍ଟବାଜା, ନାମ କିର୍ତ୍ତନ, ଢୋଲ ଲିସାଣ , ଦୁଲଦୁଲି ବାଜା ସହ ପହଣ୍ଡି ଓ ରଥଟଣା କରିବାର ନିଷ୍ପତି ନିଆଯାଇଛି। ତା ସହିତ ରଥଯାତ୍ରା ସମୟରେ ୨ ଦିନ ବିଦେଶୀ ମଦ ଓ ଦେଶି ମଦ ଭାଟି ବନ୍ଦ ରଖାଯିବା ସହିତ ବେଆଇନ ଭାବେ ମଦ ବିକ୍ରି କରୁଥିବା ବ୍ୟକ୍ତିଙ୍କ ଉପରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ କଡା ନଜର ରଖାଯିବାକୁ ଦାୟିତ୍ଵ ଦିଆଯାଇଥିବା ସହ ରଥଯାତ୍ରା ପୂର୍ବରୁ ଜଗନ୍ନାଥ ମନ୍ଦିର, ଠାରୁ କଦମ୍ବ ପଡିଆ ମାଉସି ଗୁଡ଼ି ମନ୍ଦିର ପର୍ଯ୍ୟନ୍ତ ସଫାସୁତୁରା ଦାୟିତ୍ଵ ରେଢ଼ାଖୋଲ ଏନ୍ ଏ ସି କୁ ଓ ପହଣ୍ଡି ସମୟରେ ଖରାକୁ ଦେଖି ବଡ଼ଦାଣ୍ଡରେ ପାଣି ସ୍ପ୍ରେ ସହିତ କୌଣସି ଅଗ୍ନିକାଣ୍ଡ ଜନିତ ଘଟଣା ଆଡେଇବାକୁ ଅଗ୍ନିଶମ ବିଭାଗ କୁ ଦାୟିତ୍ବ ଦିଆଯାଇଛି।

ଏହି ବୈଠକରେ ରେଢ଼ାଖୋଲ ଏନ୍ ଏ ସି ଅଧ୍ୟକ୍ଷ ଶିବରାମ ସାହୁ, ବ୍ଲକ୍ ଅଧ୍ୟକ୍ଷ ପ୍ରଦିପ ପ୍ରଧାନ, ବରିଷ୍ଠ ଆଇନଜୀବି ଶିବପ୍ରସାଦ ପ୍ରଧାନ, ଅନାଦି ସାହୁ, ଦେବତୋର ବୋର୍ଡ କମିଟି , ବ୍ରହ୍ମ ସମାଜ, ଜଗନ୍ନାଥ କମିଟି ସଦସ୍ୟ, ସମସ୍ତ ଗଣମାଧ୍ୟମ ସମେତ, ଫରେଷ୍ଟ ବିଭାଗ, ଅଗ୍ନିଶମ ବିଭାଗ ଓ ପୋଲିସ ବିଭାଗ ର ଅଧିକାରୀ ସମେତ ସମସ୍ତ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ।

RathYatra2024 ପ୍ରସ୍ତୁତି ବୈଠକ ରଥଯାତ୍ରା ରେଢାଖୋଲ
Share. Facebook Twitter LinkedIn Email WhatsApp Copy Link

Related Posts

ନେହେରୁ ସେବା ସଂଘରେ ସମ୍ବିଧାନ ଦିବସ ପାଳିତ

November 26, 2025

ବାଣପୁର କୋର୍ଟରେ ସମ୍ବିଧାନ ଦିବସ ପାଳନ ଓ ଆଲୋଚନା ଚକ୍ର ଅନୁଷ୍ଠିତ

November 26, 2025

ବାଲୁଗାଁ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବାର୍ଷିକ ପ୍ରକଳ୍ପ ପ୍ରଦର୍ଶନୀ ଆୟୋଜିତ

November 25, 2025

ବାଲୁଗାଁ କଲେଜରେ ଏନସିସି ଦିବସ

November 23, 2025
Latest News

ଟ୍ରେନ୍ ଉପରେ ପଥର ଫିଙ୍ଗିବା ମାମଲା: 45 ଅଭିଯୁକ୍ତ ଗିରଫ, ସହଯୋଗ ପାଇଁ ପୂର୍ବତଟ ରେଳପଥର ନିବେଦନ

November 27, 2025

ଶିକ୍ଷକ ଓ ଶିକ୍ଷା କର୍ମଚାରୀ ମାନଙ୍କର ସମସ୍ୟା ସମାଧାନ କରନ୍ତୁ ସରକାର: ସମନ୍ୱୟ ସମିତି

November 27, 2025

ଦ୍ୱିତୀୟ ବିବାହ କଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ: ଆସାମ ବିଧାନସଭାରେ ଆଗତ ହେଲା ବିଲ୍

November 27, 2025

ୟୁପିଏସସିର ଶତାବ୍ଦୀ ସମ୍ମେଳନ କାର୍ଯ୍ୟକ୍ରମର ପୂର୍ଣ୍ଣାଙ୍ଗ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

November 27, 2025

IITF 2025: ପ୍ରଥମ ସ୍ଥାନ ଅଧିକାର କଲା ଓଡ଼ିଶା, ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

November 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.