Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରେଢ଼ାଖୋଲ: ରଥଯାତ୍ରା ପ୍ରସ୍ତୁତି ବୈଠକ
ଆଞ୍ଚଳିକ

ରେଢ଼ାଖୋଲ: ରଥଯାତ୍ରା ପ୍ରସ୍ତୁତି ବୈଠକ

June 11, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରେଢ଼ାଖୋଲ (କନ୍ଦର୍ପ ବେହେରା): ଚଳିତ ବର୍ଷ ରଥଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ରେଢ଼ାଖୋଲ ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହନ୍ତଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରେଢ଼ାଖୋଲରେ ହେବାକୁ ଥିବା ଚଳିତ ବର୍ଷ ରଥଯାତ୍ରା କିପରି ସୁରୁଖୁରୁରେ ହେବା ସହିତ ମନ୍ଦିର ର ସାଜସଜ୍ଜା, ବିଗ୍ରହଙ୍କ ଗଜାନନ ବେଶର ସାଜସଜ୍ଜା, ରଥଯାତ୍ରା ହେଉଥିବା କଦମ୍ବ ପଡ଼ିଆର ସଫାସୁତୁରା, ରଥ ନିର୍ମାଣ କାର୍ଯ୍ୟ ଓ ରଥ ନିର୍ମାଣ ପାଇଁ ଦରକାର ପଡ଼ୁଥିବା ରଥକାଠ, ଠାକୁରଙ୍କ ପହଣ୍ଡି, ରଥଟଣା,ମିନାବଜାର , ଭକ୍ତ ମାନେ କିଭଳି ଭଗବାନ ଙ୍କୁ ସୁରୁଖୁରୁରେ ଦର୍ଶନ କରି ପାରିବେ ଇତ୍ୟାଦି ସମସ୍ତ କାର୍ଯ୍ୟ ଓ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା।

ଚଳିତ ବର୍ଷ ରଥଯାତ୍ରା ରେ ଠାକୁର ଙ୍କ ପହଣ୍ଡି ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଘଣ୍ଟବାଜା, ନାମ କିର୍ତ୍ତନ, ଢୋଲ ଲିସାଣ , ଦୁଲଦୁଲି ବାଜା ସହ ପହଣ୍ଡି ଓ ରଥଟଣା କରିବାର ନିଷ୍ପତି ନିଆଯାଇଛି। ତା ସହିତ ରଥଯାତ୍ରା ସମୟରେ ୨ ଦିନ ବିଦେଶୀ ମଦ ଓ ଦେଶି ମଦ ଭାଟି ବନ୍ଦ ରଖାଯିବା ସହିତ ବେଆଇନ ଭାବେ ମଦ ବିକ୍ରି କରୁଥିବା ବ୍ୟକ୍ତିଙ୍କ ଉପରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ କଡା ନଜର ରଖାଯିବାକୁ ଦାୟିତ୍ଵ ଦିଆଯାଇଥିବା ସହ ରଥଯାତ୍ରା ପୂର୍ବରୁ ଜଗନ୍ନାଥ ମନ୍ଦିର, ଠାରୁ କଦମ୍ବ ପଡିଆ ମାଉସି ଗୁଡ଼ି ମନ୍ଦିର ପର୍ଯ୍ୟନ୍ତ ସଫାସୁତୁରା ଦାୟିତ୍ଵ ରେଢ଼ାଖୋଲ ଏନ୍ ଏ ସି କୁ ଓ ପହଣ୍ଡି ସମୟରେ ଖରାକୁ ଦେଖି ବଡ଼ଦାଣ୍ଡରେ ପାଣି ସ୍ପ୍ରେ ସହିତ କୌଣସି ଅଗ୍ନିକାଣ୍ଡ ଜନିତ ଘଟଣା ଆଡେଇବାକୁ ଅଗ୍ନିଶମ ବିଭାଗ କୁ ଦାୟିତ୍ବ ଦିଆଯାଇଛି।

ଏହି ବୈଠକରେ ରେଢ଼ାଖୋଲ ଏନ୍ ଏ ସି ଅଧ୍ୟକ୍ଷ ଶିବରାମ ସାହୁ, ବ୍ଲକ୍ ଅଧ୍ୟକ୍ଷ ପ୍ରଦିପ ପ୍ରଧାନ, ବରିଷ୍ଠ ଆଇନଜୀବି ଶିବପ୍ରସାଦ ପ୍ରଧାନ, ଅନାଦି ସାହୁ, ଦେବତୋର ବୋର୍ଡ କମିଟି , ବ୍ରହ୍ମ ସମାଜ, ଜଗନ୍ନାଥ କମିଟି ସଦସ୍ୟ, ସମସ୍ତ ଗଣମାଧ୍ୟମ ସମେତ, ଫରେଷ୍ଟ ବିଭାଗ, ଅଗ୍ନିଶମ ବିଭାଗ ଓ ପୋଲିସ ବିଭାଗ ର ଅଧିକାରୀ ସମେତ ସମସ୍ତ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ।

RathYatra2024 ପ୍ରସ୍ତୁତି ବୈଠକ ରଥଯାତ୍ରା ରେଢାଖୋଲ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ସମାଜସେବୀ ରମେଶ ଷଡ଼ଙ୍ଗୀଙ୍କ ଦ୍ଵାଦଶାହ ଶୋକସଭା

August 12, 2026

ବାଲୁଗାଁ କଲେଜରେ ନିର୍ବାଚନ ସାକ୍ଷରତା କ୍ଲବର ଆଲୋଚନାଚକ୍ର

August 10, 2026

ରେଢ଼ାଖୋଲ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ଭୂମିପୂଜନ ଓ ଅସ୍ଥାୟୀ ଭବନ ଉଦ୍‌ଘାଟିତ

August 8, 2026

ଆସନ୍ତା ୮ ରେ କେନ୍ଦ୍ରୀୟ ବିଦ୍ୟାଳୟର ଭୂମି ପୂଜନ କରିବେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ

August 6, 2026
Latest News

ଶୋ’ରୁମ୍‌ରେ ଚୋରର ହାଇଡ୍ରାମା: କଫି ପିଇଲା, ନାଚିଲା, ବାଇକ୍‌ ନେଇ ମାରିଲା ଛୁ’

August 13, 2026

ଫୁଲୁଛି ବୁଢ଼ାବଳଙ୍ଗ, ବଢ଼ୁଛି ବିପଦ: ଜଳବନ୍ଦୀ ଅନେକ ପରିବାର

August 13, 2026

ବୈତରଣୀରେ ବଢୁଛି ବନ୍ୟାଜଳ, କେନ୍ଦୁଝର ପାଟଣା ଓ ଆନନ୍ଦପୁରରେ ବିପଦ ସଂକେତ ଟପିଲା

August 13, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ

August 13, 2026

ସଂସଦର ମୌସୁମୀ ଅଧିବେଶନ: ଉଭୟ ସଦନରେ ୧୨ ବିଲ୍‌ ଗୃହୀତ

August 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.