ଆଇନ ମନ୍ତ୍ରୀଙ୍କ ପରାମର୍ଶ ପରେ ବାଣପୁର ବିଡିଓଙ୍କ ତତ୍ପରତା: ଚି଼ହ୍ନଟ ହେଲା ପାନୀୟ ଜଳ ସମସ୍ୟା ଅଞ୍ଚଳ

Published: Jun 28, 2024, 12:07 am IST

ବାଣପୁର (ସୀତାରାମ ଅଗ୍ରୱାଲ): ନିକଟରେ ଆଇନ ମନ୍ତ୍ରୀ ତଥା ଚିଲିକା ବିଧାୟକ ପୃଥ୍ଵୀରାଜ ହରିଚନ୍ଦନଙ୍କ ପରାମର୍ଶକ୍ରମେ ବାଣପୁର ବିଡିଓ ଶୀତଲ ଅଗ୍ରୱାଲ ବ୍ଲକର ବିଭିନ୍ନ ପଞ୍ଚାୟତ ପରିଦର୍ଶନ କରି ପାନୀୟ ଜଳ ସମସ୍ୟାର ସମାଧାନ ଦିଗରେ ତତ୍ପର ହୋଇଛନ୍ତି।  ବିଡିଓ ଗମ୍ଭାରୀମୁଣ୍ଡା, ମୋରାମୋରି, ନାଚୁଣୀ ଓ କୁଲେଇ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ପରିଦର୍ଶନରେ ଯାଇ ପାନୀୟ ଜଳ ସମସ୍ୟା ଥିବା ଅଞ୍ଚଳଗୁଡିକୁ ଚି଼ହ୍ନଟ କରିଥିଲେ। ଏବଂ ଏଥିସହିତ ସମ୍ପୃକ୍ତ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଥିଲେ ଏବଂ ବିଭିନ୍ନ ଅଞ୍ଚଳର ପାନୀୟ ଜଳ ସମସ୍ୟାକୁ ନେଇ ଏକ ଚିଠା ପ୍ରସ୍ତୁତ କରିଛନ୍ତି।

ଯାଞ୍ଚ ବେଳେ ଦେଖିବାକୁ ମିଳିଥିଲାକି କିଛି ବ୍ୟକ୍ତିମାନେ ସରକାରୀ ଟାଙ୍କିରୁ ନିଜ ବ୍ୟକ୍ତିଗତ ଉଦ୍ଦେଶ୍ୟରେ ପାଇପ ଲଗାଇ ପାନୀୟ ଜଳ ଘରକୁ ନେଉଛନ୍ତି ଯାହାଦ୍ୱାରା ଗ୍ରାମର ଶେଷ ଭାଗକୁ ପାନୀୟ ଜଳ ପହଞ୍ଚିପାରୁନାହିଁ। ସେ ଉକ୍ତ ବିଷୟକୁ ଗୁରୁତ୍ୱ ଦେବା ସହ ସଚେତନତା ସୃଷ୍ଟି କରିବା ପାଇଁ ସ୍ଥାନୀୟ ପିଇଓ ମାନଙ୍କୁ ନିର୍ଦେଶ ଦେଇଥିଲେ।

ତେବେ ଆଗକୁ ଉକ୍ତ ଚିଠା ଜିଲ୍ଲା ପ୍ରଶାସନ ନିକଟରେ ଉପସ୍ଥାପନ କରି ଏହାର ନିରାକରଣ ଦିଗରେ ଆର୍ଥିକ ସହାୟତା ଯୋଗାଇବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରିବେ ବୋଲି ବିଡିଓ ଶ୍ରୀମତୀ ଅଗ୍ରୱାଲ କହିଛନ୍ତି। ବିଡିଓଙ୍କ ଗସ୍ତ ସମୟରେ ଆରଡବ୍ଲୁଏସଏସ ଜେଇ ମଧ୍ୟ ଉପସ୍ଥିତ ଥିଲେ।

Related posts