Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଆଇନ ମନ୍ତ୍ରୀଙ୍କ ପରାମର୍ଶ ପରେ ବାଣପୁର ବିଡିଓଙ୍କ ତତ୍ପରତା: ଚି଼ହ୍ନଟ ହେଲା ପାନୀୟ ଜଳ ସମସ୍ୟା ଅଞ୍ଚଳ
ଆଞ୍ଚଳିକ

ଆଇନ ମନ୍ତ୍ରୀଙ୍କ ପରାମର୍ଶ ପରେ ବାଣପୁର ବିଡିଓଙ୍କ ତତ୍ପରତା: ଚି଼ହ୍ନଟ ହେଲା ପାନୀୟ ଜଳ ସମସ୍ୟା ଅଞ୍ଚଳ

June 28, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ନିକଟରେ ଆଇନ ମନ୍ତ୍ରୀ ତଥା ଚିଲିକା ବିଧାୟକ ପୃଥ୍ଵୀରାଜ ହରିଚନ୍ଦନଙ୍କ ପରାମର୍ଶକ୍ରମେ ବାଣପୁର ବିଡିଓ ଶୀତଲ ଅଗ୍ରୱାଲ ବ୍ଲକର ବିଭିନ୍ନ ପଞ୍ଚାୟତ ପରିଦର୍ଶନ କରି ପାନୀୟ ଜଳ ସମସ୍ୟାର ସମାଧାନ ଦିଗରେ ତତ୍ପର ହୋଇଛନ୍ତି।  ବିଡିଓ ଗମ୍ଭାରୀମୁଣ୍ଡା, ମୋରାମୋରି, ନାଚୁଣୀ ଓ କୁଲେଇ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ପରିଦର୍ଶନରେ ଯାଇ ପାନୀୟ ଜଳ ସମସ୍ୟା ଥିବା ଅଞ୍ଚଳଗୁଡିକୁ ଚି଼ହ୍ନଟ କରିଥିଲେ। ଏବଂ ଏଥିସହିତ ସମ୍ପୃକ୍ତ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଥିଲେ ଏବଂ ବିଭିନ୍ନ ଅଞ୍ଚଳର ପାନୀୟ ଜଳ ସମସ୍ୟାକୁ ନେଇ ଏକ ଚିଠା ପ୍ରସ୍ତୁତ କରିଛନ୍ତି।

ଯାଞ୍ଚ ବେଳେ ଦେଖିବାକୁ ମିଳିଥିଲାକି କିଛି ବ୍ୟକ୍ତିମାନେ ସରକାରୀ ଟାଙ୍କିରୁ ନିଜ ବ୍ୟକ୍ତିଗତ ଉଦ୍ଦେଶ୍ୟରେ ପାଇପ ଲଗାଇ ପାନୀୟ ଜଳ ଘରକୁ ନେଉଛନ୍ତି ଯାହାଦ୍ୱାରା ଗ୍ରାମର ଶେଷ ଭାଗକୁ ପାନୀୟ ଜଳ ପହଞ୍ଚିପାରୁନାହିଁ। ସେ ଉକ୍ତ ବିଷୟକୁ ଗୁରୁତ୍ୱ ଦେବା ସହ ସଚେତନତା ସୃଷ୍ଟି କରିବା ପାଇଁ ସ୍ଥାନୀୟ ପିଇଓ ମାନଙ୍କୁ ନିର୍ଦେଶ ଦେଇଥିଲେ।

ତେବେ ଆଗକୁ ଉକ୍ତ ଚିଠା ଜିଲ୍ଲା ପ୍ରଶାସନ ନିକଟରେ ଉପସ୍ଥାପନ କରି ଏହାର ନିରାକରଣ ଦିଗରେ ଆର୍ଥିକ ସହାୟତା ଯୋଗାଇବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରିବେ ବୋଲି ବିଡିଓ ଶ୍ରୀମତୀ ଅଗ୍ରୱାଲ କହିଛନ୍ତି। ବିଡିଓଙ୍କ ଗସ୍ତ ସମୟରେ ଆରଡବ୍ଲୁଏସଏସ ଜେଇ ମଧ୍ୟ ଉପସ୍ଥିତ ଥିଲେ।

ଆଇନ ମନ୍ତ୍ରୀ ଚିଲିକା ବିଧାୟକ ପାନୀୟ ଜଳ ସମସ୍ୟା ପୃଥ୍ଵୀରାଜ ହରିଚନ୍ଦନ ବାଣପୁର ଶୀତଲ ଅଗ୍ରୱାଲ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ରୋଭର ରେଞ୍ଜରଙ୍କ କୋଶରଡା ଗ୍ରାମରେ ବସ୍ତ୍ର ବଣ୍ଟନ

November 16, 2025

ବାଣପୁର: ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ପାଳିତ

November 15, 2025

ବାଲୁଗାଁ: ରେଡକ୍ରସ ପକ୍ଷରୁ ଜିଲ୍ଲାସ୍ତରୀୟ ଶିକ୍ଷା ତାଲିମ ଶିବିର

November 15, 2025

ଗୋଦାବରୀଶ ମହାବିଦ୍ୟାଳୟରେ ଦିନିକିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

November 15, 2025
Latest News

ହାର୍ଦ୍ଦିକଙ୍କ ପ୍ରତ୍ୟାବର୍ତ୍ତନ ହେବ କି?: ଦେଖନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ସମ୍ଭାବ୍ୟ ODI ଦଳ 

November 17, 2025

ଦିଲ୍ଲୀ ବିସ୍ଫୋରଣ: ଅଭିଯୁକ୍ତ ଆମିରଙ୍କୁ ୧୦ ଦିନିଆ ପୋଲିସ ରିମାଣ୍ଡରେ ପଠାଇଲେ NIA କୋର୍ଟ

November 17, 2025

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଦୋଷୀ ସାବ୍ୟସ୍ତ: ମୃତ୍ୟୁଦଣ୍ଡ ଦଣ୍ଡିତ କଲେ କୋର୍ଟ

November 17, 2025

ରାଜ୍ୟସ୍ତରୀୟ ଶିଶୁ କ୍ରୀଡା ମହୋତ୍ସବ ‘ଉତ୍ସାହ ୨୦୨୫’ ଉଦଯାପିତ

November 17, 2025

ତୃତୀୟ ସର୍ବ ଭାରତୀୟ କ୍ରିକେଟ ଚାମ୍ପିୟନସିପ୍: ଚମ୍ପିଆନ ଟିମକୁ ଟ୍ରଫି ପ୍ରଦାନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

November 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.