ବାଣପୁରରୁ ବ୍ରଜବିଳାସ ସାହିତ୍ୟ ଇ-ପତ୍ରିକା ପ୍ରକାଶିତ

Published: Jul 15, 2024, 7:51 pm IST

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡା଼ ଯାତ୍ରା ଶୁଭ ଅବସରରେ ଯୁବ ସ୍ତମ୍ଭକାର ବିଶ୍ବବିଜୟୀ ଦାଶଙ୍କ ସମ୍ପାଦନାରେ କଳା, ସଂସ୍କୃତି ଓ ସାହିତ୍ୟର ମାଟି ବାଣପୁରରୁ ବ୍ରଜବିଳାସ ସାହିତ୍ୟ ଇ-ପତ୍ରିକା ପ୍ରକାଶିତ ହୋଇଅଛି। ଏହି ଇ-ପତ୍ରିକା ବାଣପୁର ଅଞ୍ଚଳର ବିଶିଷ୍ଟ ଶିକ୍ଷାବିଦ୍ ସ୍ବର୍ଗତ ବ୍ରଜବନ୍ଧୁ ଦାଶଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରକାଶିତ।

ଏହି ସାହିତ୍ୟ ଇ-ପତ୍ରିକାକୁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ, ଚ଼ିଲିକା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ଡ଼ାଃ ବିଭୂତିଭୂଷଣ ହରିଚ଼ନ୍ଦନ, ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚ଼ନ୍ଦନ ପ୍ରମୁଖ ଶୁଭେଚ୍ଛା ବାର୍ତ୍ତା ଦେଇ ଯୁବ ଲେଖକ ଓ ଲେଖିକା ମାନଙ୍କୁ ଉତ୍ସାହିତ କରିଛନ୍ତି। ଏହି ପତ୍ରିକାରେ ୭୦ ରୁ ଉର୍ଦ୍ଧ୍ବ ଲେଖକ ଓ ଲେଖିକା ମାନଙ୍କର ଗୀତ, ଗଳ୍ପ ଓ ପ୍ରବନ୍ଧ ଆଦି ସ୍ଥାନିତ ହୋଇଛି।ଓଡ଼ିଆ ଭାଷା ସାହିତ୍ୟ ର ପ୍ରଚ଼ାର ପ୍ରସାର ନିମନ୍ତେ ଏହି ପତ୍ରିକା ର ମୁଖ୍ୟ ଲକ୍ଷ୍ୟ ବୋଲି ସଂପାଦକ ଶ୍ରୀ ଦାଶ ମତବ୍ୟକ୍ତ କରିବା ସହ ବର୍ଷକୁ ୨ ଥର ପ୍ରକାଶିତ ହେବ ବୋଲି କହିଛନ୍ତି।

ସହ ସମ୍ପାଦିକା ପ୍ରବାଳ ମଞ୍ଜରୀ ଦାଶ ଓ ପ୍ରିୟମ୍ବଦା ସ୍ବାଇଁ ଆମ ମାଟିର ଯୁବ ଲେଖକ ଓ ଲେଖିକା ମାନଙ୍କର ସୃଜନଶୀଳତାକୁ ପରିପ୍ରକାଶ କରିବା ପାଇଁ ଏହି ପତ୍ରିକା ପ୍ରୟାସ କରିଛି ବୋଲି କହିଛନ୍ତି।

Related posts