Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ମହାବିଦ୍ୟାଳୟ ଅଧ୍ୟକ୍ଷାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟ ଅଧ୍ୟକ୍ଷାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା

July 31, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶଙ୍କୁ ଆଜି ମହାବିଦ୍ୟାଳୟର ଶିକ୍ଷକ ଓ ଅଣଶିକ୍ଷକଙ୍କ ପକ୍ଷରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ପ୍ରାଧ୍ୟାପିକା ଡକ୍ଟର କଳ୍ପନା ଦାଶ ପ୍ରଥମେ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରିବା ପରେ ଶିକ୍ଷକ ସଙ୍ଘ ଓ ଅଣ ଶିକ୍ଷକ ସଙ୍ଘ ପକ୍ଷରୁ ତାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରାଯାଇଥିଲା। ପ୍ରାରମ୍ଭରେ ଯୁକ୍ତଦୁଇ ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଏହି ସମ୍ବର୍ଦ୍ଧନା ସଭାରେ ଗୋଦାବରୀଶ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଶିବ ପ୍ରସାଦ ନାୟକ, ବାଲୁଗାଁ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡକ୍ଟର ଜୟନ୍ତୀ ସାମଲ, ଗ୍ରନ୍ଥଗାରିକା ରେଣୁବାଳା ଦାସ ନିଜ ବକ୍ତବ୍ୟରେ କହିଥିଲେ ଯେ, ଡକ୍ଟର କଳ୍ପନା ଦାଶ ମହାବିଦ୍ୟାଳୟର ସବୁଠୁଁ ପ୍ରିୟ ଅଧ୍ୟାପିକା। ଦୀର୍ଘ ଛତିଶ ବର୍ଷର ଅଧ୍ୟାପନା ସମୟରେ ସେ ନିଜର ସ୍ୱଭାବ ସୁଲଭ ଆଚରଣ, ଉଚ୍ଚାରଣ, ଶୈକ୍ଷିକ ପ୍ରତିବଦ୍ଧତା, ମାତୃସୁଲଭ ଗୁଣ, ମିଷ୍ଟଭାଷୀ ସ୍ଵଭାଵ, ସରଳତା ଓ ସେବାପରାୟଣତା ଆଦି ବ୍ୟକ୍ତିତ୍ୱ ମାଧ୍ୟମରେ ହଜାର ହଜାର ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ପ୍ରିୟଭାଜନ ହୋଇପାରିଛନ୍ତି।

ମଂଚାସୀନ ଅତିଥି ଭାବେ ଅଧ୍ୟାପକ ସୁବାସ ଶ୍ରୀଚନ୍ଦନ, ଶିକ୍ଷକ ସଙ୍ଘ ସଭାପତି ଡକ୍ଟର ମୋନାଲିସା ମାନସିଂହ, ସମ୍ପାଦକ ଅଧ୍ୟାପକ ବିଦ୍ୟାଧର ଜୁଝାରସିଂ, ମୁଖ୍ୟ କିରାଣୀ ସୁଧାକର ନାୟକ ତାଙ୍କ ବକ୍ତବ୍ୟରେ ଡକ୍ଟର ଦାଶ ଅଧ୍ୟକ୍ଷା ଭାବେ ଯେଉଁ ନିଷ୍ଠା ଓ ସ୍ୱଚ୍ଛତାର ସହ କାର୍ଯ୍ୟ କରିଛନ୍ତି ତାହା ସମସ୍ତଙ୍କ ପାଇଁ ବିରଳ ଦୃଷ୍ଟାନ୍ତ।

ସୂଚନାଯୋଗ୍ୟ ଯେ, ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ ନିଜ କାର୍ଯ୍ୟକାଳ ଅବଧି ସମୟରେ ଜଣେ ଦକ୍ଷ ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ, ଆଦର୍ଶ ଅଧ୍ୟାପିକା, ପ୍ରଶାସିକା, ସଂଗଠିକା ତଥା ଦୂରଦୃଷ୍ଟି ସମ୍ପନ୍ନ ଶିକ୍ଷୟିତ୍ରୀ ଭାବେ ଶିକ୍ଷାନୁଷ୍ଠାନ ପାଇଁ ଅନେକ ଗୌରବ ଆଣିଛନ୍ତି।

ଏହି ଅବସରରେ ଅଧ୍ୟାପକ ମୃଡ଼ାଣି ଶଙ୍କର ପ୍ରସାଦ ମିଶ୍ର, ସୁବ୍ରତ ତ୍ରିପାଠୀ, ପତିତପାବନ ପଣ୍ଡା, ଡକ୍ଟର ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟ, ପ୍ରବୀଣ ଜେନା, ଡକ୍ଟର ସନ୍ତୋଷ ରଥ, ସୁନିତା ନନ୍ଦ, ଅମ୍ରିତା ନନ୍ଦ, କ୍ରିଷ୍ଣା ସେଠି, ଶୁଭଦର୍ଶିନୀ ବିଶ୍ୱାଳ, ଝରଣା ନାଥ, ଶିବ ରାମ ସିଂ, ସ୍ୱାତୀ ସ୍ଵାଗତିକା ସାହୁ, ରୀନା ରାଉତ, ରୋଜାଲିନ ମିଶ୍ର, ମନସ୍ବିନୀ ପଟ୍ଟନାୟକ ପ୍ରମୁଖ ଡକ୍ଟର ଦାଶଙ୍କ ସହ ବିତିଥିବା ସ୍ମରଣୀୟ ମୁହୂର୍ତ୍ତର ଅବତାରଣା କରିଥିଲେ।

ଏହାପରେ କର୍ମଚାରୀମାନେ ଅଧ୍ୟକ୍ଷା ଦାଶଙ୍କୁ ସନନ୍ଦ ପତ୍ର ସହ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ ଧୋବୀ ଚରଣ ପରିଡା।

ଅବସରକାଳୀନ ସମ୍ବର୍ଦ୍ଧନା ଡକ୍ଟର କଳ୍ପନା ଦାଶ ବାଲୁଗାଁ ମହାବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ କଲେଜରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ

January 9, 2026

ଗୋଦାବରୀଶ ମହାବିଦ୍ୟାଳୟରେ ମହିଳା ଆତ୍ମରକ୍ଷା କୌଶଳ ତାଲିମ୍ ଶିବିର ଉଦ୍ଘାଟିତ

January 9, 2026

ବାଣପୁରରେ ନିରନ୍ତର ଅଭିବୃଦ୍ଧି ମେଳା

January 8, 2026

ଭୀମ ଭୋଇ କଲେଜରେ ରକ୍ତଦାନ ଶିବିର: ୨୫ ୟୁନିଟ୍ ରକ୍ତ ସଂଗ୍ରହ

January 6, 2026
Latest News

ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ମିଳିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ଅନ୍ତରିଣ ରିପୋର୍ଟ

January 10, 2026

ଆଜି ଜାନୁୟାରୀ ୧୦ ତାରିଖ ଶନିବାରରେ ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭ ଖବର

January 10, 2026

ଏନ୍ଏସଜିର ଜାତୀୟ ଆଇଇଡି ତଥ୍ୟ ପରିଚାଳନା ବ୍ୟବସ୍ଥାର ଉଦଘାଟନ କଲେ ଅମିତ ଶାହ

January 9, 2026

ଡିଜିଟାଲ୍‌ କ୍ରିଏଟରମାନଙ୍କୁ ସଶକ୍ତ କରିବା ଲାଗି ଡିଡି ନ୍ୟୁଜରେ ‘କ୍ରିଏଟର୍ସ କର୍ଣ୍ଣର୍‌’ର ଶୁଭାରମ୍ଭ

January 9, 2026

ଚଳିତ ବର୍ଷ ସମୟସାରଣୀରେ 549 ଟ୍ରେନର ଗତି ବଢ଼ାଇଲା ଭାରତୀୟ ରେଳବାଇ

January 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.