Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ବ୍ଲକ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ
ଆଞ୍ଚଳିକ

ବାଣପୁର ବ୍ଲକ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

August 14, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଦେଶର ପ୍ରତି ନାଗରିକଙ୍କ ମଧ୍ୟରେ ଦେଶ ଭକ୍ତିକୁ ଜାଗ୍ରତ କରିବା ଏବଂ ରାଷ୍ଟ୍ରୀୟ ଗୌରବ ଓ ଏକତାର ଏକ ନୂଆ ଭାବନା ସୃଷ୍ଟି କରିବା ଲକ୍ଷ୍ୟରେ ୨୦୨୨ ମସିହା ଠାରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ହୋଇ ଆସୁଅଛି। ପ୍ରତ୍ୟେକ ପରିବାର କିପରି ଦେଶର ଜାତୀୟ ପତାକାକୁ ସମ୍ମାନ ଦେବେ ଏବଂ ସଚେତନ ହେବେ ସେଥିପାଇଁ ଅଗଷ୍ଟ ୯ତାରିଖରୁ ୧୫ତାରିଖ ପର୍ଯ୍ୟନ୍ତ ସ୍କୁଲ, କଲେଜ ଏବଂ ସରକାରୀ କାର୍ଯ୍ୟାଳୟରେ ଏହି କାର୍ଯ୍ୟକ୍ରମ ପାଳନ କରିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅଛି।

ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ତତ୍ୱାବଧାନରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ବ୍ଲକ ପରିସରରୁ ବାହାରି ପଲଟନ ପଡିଆ, କୋର୍ଟ ଦେଇ ପ୍ରତ୍ୟାବର୍ତ୍ତନ କରିଥିଲା।

ଉକ୍ତ ଶୋଭାଯାତ୍ରାରେ ବିଡ଼ିଓ ଶୀତଲ ଅଗ୍ରୱାଲ, ତହସିଲଦାର ଟି. ପଦ୍ମନାଭ ଦୋରା , ବ୍ଲକର ସମସ୍ତ କର୍ମଚାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନର ଏନସିସି ଓ ସ୍କାଉଟ ଛାତ୍ରଛାତ୍ରୀ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ। ଶୋଭାଯାତ୍ରା ବ୍ଲକ ପରିସରରେ ପହଁଚିଲା ପରେ ଏକ ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଗୋଦାବରୀଶ ମହାବିଦ୍ୟାଳୟ ଓଡ଼ିଆ ପ୍ରାଧ୍ୟାପକ ପାର୍ଥସାରଥୀ ସାମନ୍ତରାୟଙ୍କ ନିର୍ଦେଶନାରେ ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ରଙ୍କ ଲିଖିତ ଉଠ କଙ୍କାଳ ଛିଡ଼ୁ ଶୃଙ୍ଖଳ ଏବଂ ନୀଳମାଷ୍ଟ୍ରାଣୀ ନାଟକ ପରିବେଷଣ ହୋଇଥିଲା। ଯାହାକି ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲା।

ଅନୁରୂପ ଭାବେ ବ୍ଲକ ତରଫରୁ ଅଭିନଵ କାର୍ଯ୍ୟକ୍ରମ ଯଥା ତ୍ରିରଙ୍ଗା କନ୍ସର୍ଟ, ତ୍ରିରଙ୍ଗା କାନଭାସ ଓ ତ୍ରିରଙ୍ଗା ସେଲ୍ଫି ପଏଣ୍ଟର ବ୍ୟବସ୍ଥା ହୋଇଥିଲା ଯାହାକି ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ପାଲଟିଥିଲା। ବ୍ଲକ ଅଧିନସ୍ଥ ସମସ୍ତ ପଂଚାୟତରେ ଅଙ୍ଗନବାଡି କର୍ମୀ, ଆଶା, ସିଆରପି ଏବଂ ସାଧାରଣ ଲୋକଙ୍କୁ ନେଇ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ବାଣପୁର ହର ଘର ତ୍ରିରଙ୍ଗା
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ

October 2, 2026

ବାଣପୁରରେ ସେବା ସଙ୍କଳ୍ପ ଅଭିଯାନ: ରକ୍ତଦାନ ଶିବିର ସାଙ୍ଗକୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

September 30, 2026

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ସାଧାରଣ ସଭା: ସମବାୟର ବିକାଶ ଓ ବ୍ୟବସାୟିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ

September 30, 2026

କର୍ତ୍ତବ୍ୟନିଷ୍ଠ ଶିକ୍ଷୟିତ୍ରୀ ବିନୋଦିନୀ କୁଣ୍ଡୁଙ୍କୁ ଭାବବିହ୍ୱଳ ବିଦାୟ

September 30, 2026
Latest News

ଦୁର୍ଗା ମୂର୍ତ୍ତି ନେଉଥିବା ପିକ୍ଅପ୍‌କୁ ଧକ୍କା ଦେଲା ଟ୍ରକ୍‌: ୭ ମୃତ, ୧୯ ଆହତ

October 2, 2026

ତାମିଲନାଡୁ ବାଇପୋଲ୍: ଟଙ୍କା ବଣ୍ଟନ ଅଭିଯୋଗକୁ ନେଇ ରାଜନୈତିକ ଚର୍ଚ୍ଚା

October 2, 2026

ଓମଫେଡ୍ ଗ୍ରାହକଙ୍କୁ ଝଟକା, ୪ ଟଙ୍କା ଯାଏ ବଢ଼ିବ କ୍ଷୀର ଦର

October 2, 2026

ଷ୍ଟକ୍ ବଜାରରେ ହାହାକାର! ୮ ସପ୍ତାହ ଧରି ଲଗାତାର କ୍ଷତି, ଜାଣନ୍ତୁ କାହିଁକି ଖସୁଛି ସେନସେକ୍ସ-ନିଫ୍ଟି

October 2, 2026

ଆଜିଠୁ ବିଜେଡିର ପଦଯାତ୍ରା : ଶକ୍ତି ଦେଖାଇବ ବିଜେଡି

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.