Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ନିଃଶୁକ୍ଳ ଚକ୍ଷୁ ଚିକିତ୍ସା ଶିବିର
ଆଞ୍ଚଳିକ

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ନିଃଶୁକ୍ଳ ଚକ୍ଷୁ ଚିକିତ୍ସା ଶିବିର

September 8, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଏକ ନିଃଶୁକ୍ଳ ଚକ୍ଷୁ ଚିକିତ୍ସା ଶିବିର ଶାଳିଆ ବିଦ୍ୟାନିକେତନ ସରକାରୀ ଉଚ୍ଚ ବିଦ୍ୟାଳୟ, ପ୍ରତାପ ମାଣିକପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରର ଉଦ୍‌ଘାଟନ ବିଦ୍ୟାଳୟର ସଭାପତି ମାଧବ ଚନ୍ଦ୍ର ଦଳେଇଙ୍କ କରକମଳରେ କରାଯାଇଥିଲା।

ଉକ୍ତ ଶିବିରରେ ୨୦୯ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇ ସମସ୍ତଙ୍କୁ ଔଷଧ ପ୍ରଦାନ କରିବା ସହିତ ୬୫ ଜଣଙ୍କୁ ଚଷମା ପ୍ରଦାନ କରାଯାଇଛି। ଉକ୍ତ ଶିବିରକୁ ଖୋର୍ଦ୍ଧା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡାକ୍ତର ରଶ୍ମି ସୁଦିପ୍ତା ଆଚାର୍ଯ୍ୟ ଓ ଚକ୍ଷୁ ସହାୟକ ମଧୁସ୍ମିତା ମହାପାତ୍ର ଦ୍ବାରା ପରୀକ୍ଷା କରାଯାଇଥିଲା। ମୋତିଆବିନ୍ଦୁ ଅପରେସନ ପାଇଁ ୧୪ ଜଣ ଯୋଗ୍ଯ ହିତାଧିକାରୀଙ୍କୁ ଭୁବନେଶ୍ବରସ୍ଥିତ ରୋଟାରୀ ରୟାଲ ଚକ୍ଷୁ ଚିକିତ୍ସାଳୟର ବିଶେଷଜ୍ଞଙ୍କ ଦ୍ବାରା ଚିହ୍ନଟ କରାଯାଇ ସେମାନଙ୍କୁ ନିଜ ଦାୟିତ୍ୱରେ ଭୂବନେଶ୍ବର ନେଇ ଆସନ୍ତା କାଲି ଅସ୍ତ୍ରୋପଚାର କରି ତା’ ପର ଦିନ ସେମାନଙ୍କୁ ନିଜ ଗ୍ରାମରେ ପହଁଚାଇବାର ବ୍ଯବସ୍ଥା କରାଯାଇଛି। ଚକ୍ଷୁ ଦାନ ନିମନ୍ତେ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା। ଏଥିରେ ଚକ୍ଷୁ ଦାନ ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା କରାଯିବା ପରେ ସେଥି ମଧ୍ୟରୁ ୨୫ ଜଣ ବ୍ଯକ୍ତି ଚକ୍ଷୁ ଦାନ କରିବା ନିମିତ୍ତ ସହମତି ପ୍ରକାଶ କରିଥିଲେ।

କ୍ଳବ ସଭାପତି ଶ୍ୟାମସୁନ୍ଦର ପୃଷ୍ଟି, ସଂପାଦକ ଅଶୋକ କୁମାର ନାୟକ, ପୂର୍ବତନ ସଭାପତି ବିଜୟ କୁମାର ନନ୍ଦ, ବିଜୟ କୁମାର ବେହେରା, ଧୀରେନ୍ଦ୍ରନାଥ ପାତ୍ର, ସୁରେଶ ଚନ୍ଦ୍ର ବେହେରା, ରବିନାରାୟଣ ନାୟକ, ଜଗଦୀଶ ଲାଖୋଟିଆ, ଗୋପାଳ ଚନ୍ଦ୍ର ନାୟକ, ନନ୍ଦ କିଶୋର ମିଶ୍ର ଓ ସଭ୍ୟ ଡ. ଚିନ୍ତାମଣି ମିଶ୍ର, ଡା. ସିଏ. ମନୋରଞ୍ଜନ ବାରିକ, ସୁନୀଲ କୁମାର ପାତ୍ର, ପ୍ରସନ୍ନ ସାମନ୍ତରାୟ, ହିମାଂଶୁ କୁମାର ପାତ୍ର, ରବୀନ୍ଦ୍ରନାଥ ପ୍ରଧାନ ଓ ଡ. ସୁନୀଲ କୁମାର ପଟ୍ଟନାୟକ, ସୋମନାଥ ସୁବୁଦ୍ଧି ଓ ପ୍ରମୋଦ ପୃଷ୍ଟି ପ୍ରମୁଖଙ୍କ ସହିତ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ର ଅଧୀନସ୍ଥ ଆଶା କର୍ମୀ ମାନେ ଶିବିର ପରିଚାଳନା କରିଥିଲେ।

ଉକ୍ତ ଶିବିରକୁ ବାଲୁଗାଁ ଶ୍ରୀଜଗନ୍ନାଥ ଚକ୍ଷୁ ଚିକିତ୍ସାଳୟ ଓ ମେଡିସିନ୍ ଷ୍ଟୋର ବିଶେଷ ଭାବରେ ସହାୟତା କରିଥିଲେ।

ଚକ୍ଷୁ ଚିକିତ୍ସା ଶିବିର ବାଣପୁର ବାଲୁଗାଁ ରୋଟାରୀ କ୍ଳବ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ବରିଷ୍ଠ ନାଗରିକ ସଂଘର ବିଭିନ୍ନ ଦାବି ପୂରଣ କରିବା ଲାଗି ପ୍ରତିଶ୍ରୁତି ଦେଲେ ଆଇନ ମନ୍ତ୍ରୀ

March 25, 2026

ପଖାଳ ଦିବସରେ ବାଣପୁରରେ ପ୍ରଚଳିତ ମା’ଭଗବତୀଙ୍କ ଅତିପ୍ରିୟ ପଖାଳ ଭୋଗ ଲୋକକଥା

March 20, 2026

ଖୋଲିଲା ମା’ ଭଗବତୀ ମନ୍ଦିର ଭିତର ହୁଣ୍ଡି: ଜାଣନ୍ତୁ ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ କେତେ?

March 16, 2026

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026
Latest News

2026 IPL ର ଉଦଘାଟନୀ ଉତ୍ସବ ବାତିଲ: ଜାଣନ୍ତୁ କାରଣ

March 27, 2026

ନିର୍ବାଚନ ହେବାକୁ ଥିବା ୫ ଟି ରାଜ୍ୟରେ ବିଜେପି ର ବିଧାୟକ ସଂଖ୍ୟା କେତେ?: ଜାଣନ୍ତୁ ସ୍ଥିତି

March 27, 2026

ମୋଦୀଙ୍କୁ ପ୍ରଶଂସା କଲେ ଟ୍ରମ୍ଫ: ଯୁଦ୍ଧ ମଧ୍ୟରେ ବଡ଼ ବିବୃତ୍ତି ଦେଲେ ଆମେରିକା ରାଷ୍ଟ୍ରପତି

March 27, 2026

ମାତ୍ର ୩୫ ବର୍ଷ ବୟସରେ ନେପାଳର ପ୍ରଧାନମନ୍ତ୍ରୀ ହେଲେ ବାଲେନ୍ ଶାହ: ଜାଣନ୍ତୁ ସେ କିଏ?

March 27, 2026

ପ୍ରବେଶ ଉତ୍ସବର ଉତ୍ସାହ: ଶିକ୍ଷା ପାଇଁ ଦ୍ୱାର ଦ୍ୱାର ବୁଲି ଶିଶୁଙ୍କୁ ନିମନ୍ତ୍ରଣ ଜଣାଇଲେ ବାଚସ୍ପତି

March 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.