Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ରେଳ ଷ୍ଟେସନରେ ବନ୍ଦେ ଭାରତ ଏକ୍ସପ୍ରେସକୁ ସ୍ଵାଗତ
ଆଞ୍ଚଳିକ

ବାଲୁଗାଁ ରେଳ ଷ୍ଟେସନରେ ବନ୍ଦେ ଭାରତ ଏକ୍ସପ୍ରେସକୁ ସ୍ଵାଗତ

September 15, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ (ସୀତାରାମ ଅଗ୍ରୱାଲ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶରେ ୬ ଟି ବନ୍ଦେ ଭାରତ ଏକ୍ସପ୍ରେସକୁ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଲୋକାର୍ପଣ କରିଥିବା ବେଳେ ଓଡ଼ିଶାରେ ବ୍ରହ୍ମପୁର-ଟାଟା ନଗର ଓ ରାଉରକେଲା-ହାୱଡା ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ବ୍ରହ୍ମପୁରରୁ ଟାଟା ନଗର ଅଭିମୁଖେ ବନ୍ଦେ ଭାରତ ଏକ୍ସପ୍ରେସକୁ ବାଲୁଗାଁ ରେଳ ଷ୍ଟେସନରେ ସ୍ୱାଗତ କରାଯାଇଛି।

ଏହି ଅବସରରେ ବାଲୁଗାଁ ଷ୍ଟେସନ ଠାରେ ରାଜ୍ୟ ଆଇନ, ଅବକାରୀ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ପୁରୀ ସାଂସଦ ସମ୍ବିତ ପାତ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଏହି ଟ୍ରେନ ଓଡ଼ିଶାର ରେଶମ ସହର ବ୍ରହ୍ମପୁର ସହ ଇସ୍ପାତ ସହର ଟାଟାନଗରକୁ ଯୋଡିବ।ବାଲୁଗାଁ ଷ୍ଟେସନରେ ଏହାର ରହଣି ଥିବାରୁ ବାଲୁଗାଁ ତଥା ଆଖପାଖ ଅଞ୍ଚଳବାସୀଙ୍କ ପାଇଁ ଅନେକ ଉପଯୋଗୀ ହୋଇପାରିବ। ଏଥିସହିତ ସହରର ପର୍ଯ୍ୟଟନ ଓ ବାଣିଜ୍ୟ କ୍ଷେତ୍ରରେ ଅଭିବୃଦ୍ଧି ହେବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି।

ଉକ୍ତ କାର୍ଯ୍ୟକ୍ରମରେ ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋଷ୍ଣା ବେହେରା, ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ବାଲୁଗାଁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ସିଆରଏସଇ ସୁବାସ ଚନ୍ଦ୍ର କର,ଏ ସଆର ଡିଇଇ ପ୍ରସନ୍ନ ପ୍ରଧାନ, ଷ୍ଟେସନ ମ୍ୟାନେଜର ଶଙ୍କର ନାୟକଙ୍କ ସମେତ ରେଳ କର୍ମଚାରୀ ଓ ଯାତ୍ରୀମାନେ ଉପସ୍ଥିତ ଥିଲେ। ଏହି ଟ୍ରେନ ବ୍ରହ୍ମପୁର ଠାରୁ ଟାଟାନଗର ଅତିକ୍ରମ କରିବ।

ଆଜି ଟ୍ରାଏଲ ରନ ଥିବାବେଳେ ବାଲୁଗାଁ ଷ୍ଟେସନରେ ଅପରାହ୍ନ ୧୨.୨୫ ରେ ପହଞ୍ଚି ୧୨.୪୦ ସମୟରେ ଛାଡିଥିଲା। ତେବେ ଉକ୍ତ ଟ୍ରେନରେ ବ୍ରହ୍ମପୁର ରୁ ଭୁବନେଶ୍ୱର ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାତ୍ରା କରିଥିବା ବେଳେ ବାଲୁଗାଁ ଷ୍ଟେସନରେ ତାଙ୍କୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଏବଂ ସାଂସଦ ଶ୍ରୀ ପାତ୍ର ଏବଂ ଉପସ୍ଥିତ ଜନସାଧାରଣ ମାନେ ଭବ୍ୟ ସ୍ୱାଗତ କରିଥିଲେ। ସପ୍ତାହରେ ମଙ୍ଗଳବାର ବ୍ୟତୀତ ଅନ୍ୟ ଛ ଦିନ ଉକ୍ତ ଟ୍ରେନ ଚଳାଚଳ କରିବାକୁ ଥିବା ବେଳେ ରେଳ ମନ୍ତ୍ରାଳୟ ପକ୍ଷରୁ ନିୟମିତ ସମୟ ସାରଣୀ ଅନୁଯାୟୀ ଉକ୍ତ ଟ୍ରେନ ବାଲୁଗାଁ ଷ୍ଟେସନରେ ରହିବ ବୋଲି ଷ୍ଟେସନ ମ୍ୟାନେଜର ଶଙ୍କର ନାୟକ ସୂଚନା ଦେଇଛନ୍ତି।

ଜନ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ଓ ରେଳ ସୁରକ୍ଷାବଳ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା।ବନ୍ଦେ ଭାରତ ଏକ୍ସପ୍ରେସ ବାଲୁଗାଁରେ ରହଣି ନେଇ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିବାସହ ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ବନ୍ଦେ ଭାରତ ଏକ୍ସପ୍ରେସ ବାଲୁଗାଁ ରେଳ ଷ୍ଟେସନ
Share. Facebook Twitter LinkedIn Email WhatsApp Copy Link

Related Posts

ମନ୍ଦାକିନୀ ନୋଡାଲ ଇଉପିଏସ ସ୍କୁଲରେ ବାର୍ଷିକ ଉତ୍ସବ

December 23, 2025

ବାଲୁଗାଁ ମହାବିଦ୍ୟାଳୟ‌ର ଅର୍ଥନୀତି ବିଭାଗ ପକ୍ଷରୁ ଏକ-ଦିବସୀୟ ଜାତୀୟ ସମ୍ପାନ ଅନୁଷ୍ଠିତ

December 23, 2025

ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ଗଣିତ ଦିବସ ପାଳନ, ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସେମିନାର

December 22, 2025

ପିଚିକୁଳି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଜନଶୁଣାଣି ଶିବିର

December 22, 2025
Latest News

ଲକ୍ଷ୍ନୌରେ ରାଷ୍ଟ୍ର ପ୍ରେରଣା ସ୍ଥଳକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

December 26, 2025

ଡିସେମ୍ବର ୨୬ ତାରିଖ ଶୁକ୍ରବାର ଦିନ କଣ ଘଟିବ ଆପଣଙ୍କର ଭାଗ୍ୟରେ, ଜାଣନ୍ତୁ ଆଜିର ରାଶିଫଳ

December 26, 2025

ଖୋର୍ଦ୍ଧା ମହୋତ୍ସବରେ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ବଡ ଭେଟି: ୫୧୬ କୋଟିରେ ୩୯ଟି ପ୍ରକଳ୍ପର ଶୁଭରମ୍ଭ 

December 25, 2025

ସୁଶାସନ ଦିବସରେ ‘ଆମ ସାଥୀ ୟୁନିଫାଏଡ୍ ହ୍ୱାଟସ୍‍ଆପ୍ ଚାଟ୍‍ବଟ୍’ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

December 25, 2025

ରେଢ଼ାଖୋଲରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସହ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ

December 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.