Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବ୍ୟକ୍ତିତ୍ୱ ବିକାଶର ପ୍ରକୃଷ୍ଟ ମାଧ୍ୟମ ହିଁ ସେବା
ଆଞ୍ଚଳିକ

ବ୍ୟକ୍ତିତ୍ୱ ବିକାଶର ପ୍ରକୃଷ୍ଟ ମାଧ୍ୟମ ହିଁ ସେବା

September 24, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ଆଜି ଏନଏସଏସ ଦିବସ ପାଳିତ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଓ ଅଧ୍ୟାପିକା ରୀନା ରାଉତଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଜାତୀୟ ସେବା ଯୋଜନାର ୫୫ତମ ସ୍ଵନକ୍ଷତ୍ର ଦିବସ ଅବସରରେ ନିମନ୍ତ୍ରିତ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ଏହାକୁ ଉଦଘାଟନ କରିବା ପରେ ସ୍ବେଛାସେବୀ ପ୍ରଜ୍ଞାସ୍ମିତା ସାହୁ ଦେଶାତ୍ମବୋଧକ ସଂଗୀତ ଗାନ କରି ସ୍ବେଛାସେବୀ ମାନଙ୍କୁ ଅନୁପ୍ରାଣିତ କରିଥିଲେ।

ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧି ସ୍ୱାଗତ ଭାଷଣ ପ୍ରଦାନ କରି କହିଲେ ଯେ ଜାତୀୟ ସେବା ଯୋଜନାର ସ୍ବେଛାସେବୀମାନେ ସେମାନଙ୍କର ନିଷ୍ଠା ଓ ସେବା ମାଧ୍ୟମରେ ବାଲୁଗାଁ ମହାବିଦ୍ୟାଳୟର ଗାରିମାକୁ ରାଜ୍ୟ ଓ ଜାତୀୟ ସ୍ତରରେ ବହୁଗୁଣିତ କରିପାରିଛନ୍ତି। ନିମନ୍ତ୍ରିତ ଅତିଥି ବକ୍ତା ଭାବେ ବିଶିଷ୍ଟ ସମାଜସେବୀ ଶ୍ରୀସୋମ ଯୋଗଦେଇ ଜାତୀୟ ସେବା ଯୋଜନାର ବହୁମୁଖୀ ବ୍ୟକ୍ତିତ୍ୱ ବିକାଶ କାର୍ଯ୍ୟକ୍ରମ ସହ ଶିକ୍ଷାର୍ଥୀ ମାନଙ୍କର ବୌଦ୍ଧିକ ଓ ସର୍ଜନାତ୍ମକ ଦକ୍ଷତା କିପରି ପରିପୂରକ ତାହା ଉପସ୍ଥାପନ କରିଥିଲେ। ସେ ପୁଣି କହିଲେ ଯେ ପ୍ରତିଟି ଶିକ୍ଷାର୍ଥୀଠାରେ ଅସୀମ ସମ୍ଭାବନା ରହିଛି। ଏନଏସଏସ କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷାର୍ଥୀର ଅନ୍ତର୍ନିହିତ ଶକ୍ତିର ବିକାଶ ଘଟିବା ସହ ରାଷ୍ଟ୍ରନିର୍ମାଣ କ୍ଷେତ୍ରରେ ସେ ସହାଭାଗୀ ହୋଇଥାଏ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ବିବେକାନନ୍ଦ କେନ୍ଦ୍ର ସଂଚାଳକ ବୈରାଗୀ ବଳ ଓ ସ୍ବେଛାସେବୀ ଆସମା ବେଗମ ଯୋଗଦେଇ ସେବା କ୍ଷେତ୍ରରେ ନିଜର ଅଭିଜ୍ଞତା ବର୍ଣ୍ଣନା କରିବା ସହ ସେବା କ୍ଷେତ୍ରରେ ନେତୃତ୍ୱ ନେବାର କୌଶଳ ସମ୍ପର୍କରେ ପରାମର୍ଶ ଦେଇଥିଲେ। ଏହି ଅବସରରେ ଅଧ୍ୟାପିକା ଝରଣା ନାଥ,ସ୍ନିଗ୍ଧା ରାଣୀ ମୁଦୁଲି,ପ୍ରାକ୍ତନ ସ୍ବେଛାସେବୀ ବବୁଲ ରଣସିଂହ,ସଂଧ୍ୟା ରାଣୀ ବେହେରା ଓ ମୋନାଲିସା ରାଉତଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଏଥିସହ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଚଳନ ହୋଇଥିବା ସୁଭଦ୍ରା ଯୋଜନା ସଚେତନତା କାର୍ଯ୍ୟକ୍ରମ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରିଥିଲେ।

କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର କୈଳାସ ଚନ୍ଦ୍ର ମହାରଣା। ଧନ୍ୟବାଦ ଅର୍ପଣ କରିଥିଲେ ମହିଳା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ରୀନା ରାଉତ।  କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ ଓ ରଶ୍ମୀପ୍ରିୟା ବେହେରା।

BJP Ads
ଜାତୀୟ ସେବା ଯୋଜନା ବାଲୁଗାଁ ମହାବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ବାପୁଜୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ସଫେଇ ଓ ବୃକ୍ଷ ରୋପଣ

November 3, 2025

ବାଲୁଗାଁ କଲେଜରେ ସାଇବର ସଚେତନତା କାର୍ଯ୍ୟକ୍ରମ

November 3, 2025

ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ଯୋଗଦେଲେ ଆଇନମନ୍ତ୍ରୀ

October 31, 2025

ଭୀମ ଭୋଇ ମହାବିଦ୍ୟାଳୟର ପ୍ରାଧ୍ୟାପିକାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

October 30, 2025
BJP Ads
Latest News

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବ୍ରହ୍ମପୁର ଓ ପୁରୀ ମଧ୍ୟରେ ବିଶେଷ ପାସେଞ୍ଜର ଟ୍ରେନ, ଜାଣନ୍ତୁ ସମୟ

November 4, 2025

ଚିଲିକା ନିର୍ବାଚନ ମଣ୍ଡଳିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

November 4, 2025

ଟିଭିଏସ୍ ମୋଟର୍ସ ସହିତ ବୁଝାମଣାପତ୍ର ସ୍ୱାକ୍ଷର କଲେ ଉତ୍ତରାଖଣ୍ଡ ସରକାର: ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ

November 4, 2025

୩୫ ତମ ଦିନରେ ପହଞ୍ଚିଲା ଆମେରିକା ବନ୍ଦ: ରିପବ୍ଲିକାନ ଏବଂ ଡେମୋକ୍ରାଟଙ୍କ ମଧ୍ୟରେ ଗତିରୋଧ ଜାରି

November 4, 2025

ଆଫ୍ରିକୀୟ ଦେଶ ମାଲିର ରାଜଧାନୀକୁ ଦଖଲ କରିବ ଅଲକାଏଦା!: ଆତଙ୍କବାଦୀ ହିଂସା ବୃଦ୍ଧି

November 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.