Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ପ୍ରବାସୀ ଶ୍ରମିକଙ୍କ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ
ଆଞ୍ଚଳିକ

ବାଣପୁର: ପ୍ରବାସୀ ଶ୍ରମିକଙ୍କ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ

September 25, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଓ ଚିଲିକା ବ୍ଲକ ଅଞ୍ଚଳରେ ସର୍ବାଧିକ ପ୍ରବାସୀ ଶ୍ରମିକମାନେ ବାସ କରୁଥିବା ବେଳେ ବିଭିନ୍ନ ସମୟରେ ଉକ୍ତ ଶ୍ରମିକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। କେତେବେଳେ ଦେଶ ବିଦେଶରେ କାର୍ଯ୍ୟ କରୁଥିବା ସମ୍ପୃକ୍ତ ଶ୍ରମିକମାନଙ୍କୁ ବିଭିନ୍ନ କମ୍ପାନୀମାନେ ଉଚିତ ପ୍ରାପ୍ୟ ଦେଉନଥିବା ଅଭିଯୋଗ ହେଉଛି ତ ଆଉ କେତେବେଳେ ଶ୍ରମିକ ମାନେ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ପାଉଥିବା ଅଭିଯୋଗ ହେଉଛି। ଏପରିକି ବହୁ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ ମଧ୍ୟ ଘଟୁଛି।

ତେବେ ଏହାର ମୁଖ୍ୟ କାରଣ ହେଉଛି ଶ୍ରମିକ ମାନେ ରାଜ୍ୟ ତଥା ଦେଶ ବାହାରେ କାର୍ଯ୍ୟ କରିବାକୁ ଯାଉଥିବା ବେଳେ ସ୍ଥାନୀୟ ଶ୍ରମ କାର୍ଯ୍ୟାଳୟରେ ନିଜ ନାମ ପଞ୍ଜିକରଣ କରୁନାହାନ୍ତି। ଯାହା ଫଳରେ ସରକାରଙ୍କ ପାଖେ ଉକ୍ତ ଶ୍ରମିକମାନଙ୍କ ପ୍ରକୃତ ତଥ୍ୟ ରହୁନାହିଁ ଏବଂ ଶ୍ରମିକ ମାନେ ବିପଦ ସମୟରେ ସରକାରୀ ସହାୟତାରୁ ବଞ୍ଚିତ ହେଉଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ସମସ୍ୟା, ଆଇନଗତ ସହାୟତା ଓ ସୁବିଧା ବିଷୟରେ ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଭେଟେଶ୍ୱର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବାଣପୁର କୋର୍ଟ ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବାଣପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସ୍ନାତକୀ ଦାସ, ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଆଇଆଇସି ରମେଶ କୁମାର ଦେବତ୍ତା,ସରପଞ୍ଚ ସାବିତ୍ରୀ ଭୋଳ, ବାଣପୁର ଓକିଲ ସଂଘ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା, ଫ୍ରଣ୍ଟ ଅଫିସ ରିଟେନର ପଦ୍ମଜା ପଟ୍ଟନାୟକ, ବାଲୁଗାଁ ସହକାରୀ ଶ୍ରମ ଅଧିକାରୀ ସୌମ୍ୟରଞ୍ଜନ କର ଏବଂ ଆଇନଜୀବୀମାନେ ଯୋଗ ଦେଇଥିଲେ।

ଏହି ଅବସରରେ ବିଚାରପତି ଶ୍ରୀ ମହାପାତ୍ର ପ୍ରବାସୀ ଶ୍ରମିକମାନଙ୍କ ବିଭିନ୍ନ ଆଇନଗତ ଅଧିକାର ଏବଂ ସୁବିଧା ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଶ୍ରମିକମାନଙ୍କ ପାଇଁ ସରକାର ନିର୍ଦ୍ଧାରଣ କରିଥିବା କାର୍ଯ୍ୟ ସମୟ ଅବଧି, ପ୍ରାପ୍ୟ ଏବଂ ବିଶେଷ କରି ମହିଳା ଶ୍ରମିକମାନଙ୍କ ପାଇଁ ଥିବା ବିଭିନ୍ନ ଆଇନ ବିଷୟରେ ଅବଗତ କରାଇଥିଲେ ବିଚାରପତି ଶ୍ରୀ ମହାପାତ୍ର। ତତସହିତ ସ୍ଥାନୀୟ ଶ୍ରମ କାର୍ଯ୍ୟାଳୟରେ ଶ୍ରମିକମାନଙ୍କୁ ନିଜ ନାମ ପଞ୍ଜିକରଣ କରାଇବା ପାଇଁ ପରାମର୍ଶ ଦେଇଥିଲେ। ଯାହାଦ୍ୱାରା ଅସୁବିଧା ସମୟରେ ଶ୍ରମିକମାନେ ସରକାରୀ ତଥା ଆଇନଗତ ସହାୟତା ପାଇପାରିବେ।

ଅନୁରୂପ ଭାବେ ବିଚାରପତି ଶ୍ରୀମତୀ ଦାସ ମଧ୍ୟ ଶ୍ରମିକ ମାନଙ୍କ ପାଇଁ ଉଦ୍ଧିଷ୍ଟ ବିଭିନ୍ନ ଆଇନ ବିଷୟରେ ସଚେତନ କରାଇଥିଲେ ଏବଂ ପ୍ରବାସୀ ଶ୍ରମିକମାନେ ବିଭିନ୍ନ ରାଜ୍ୟ ତଥା ବିଦେଶକୁ କାର୍ଯ୍ୟ କରିବା ପାଇଁ ଯିବା ପୁର୍ବରୁ ନିଜ ନାମ ସ୍ଥାନୀୟ ଶ୍ରମ କାର୍ଯ୍ୟାଳୟରେ ପଞ୍ଜିକୃତ କରିବା ଅବା ସରପଞ୍ଚଙ୍କୁ ଅବଗତ କରାଇବା ପାଇଁ ପରାମର୍ଶ ଦେଇଥିଲେ। ବ୍ଲକ ଅଧ୍ୟକ୍ଷ ଶ୍ରୀ ରଣସିଂହ ମଧ୍ୟ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ।

ସେହିଭଳି ସହକାରୀ ଶ୍ରମ ଅଧିକାରୀ ଶ୍ରୀ କର ଶ୍ରମିକ ମାନଙ୍କୁ ନିଜ ନାମ ଶ୍ରମ କାର୍ଯ୍ୟାଳୟରେ ପଞ୍ଜିକୃତ କରାଇବା ପାଇଁ ଅନୁରୋଧ କରିଥିଲେ। ସମ୍ପ୍ରତି ଉକ୍ତ ପଞ୍ଜିକରଣ ଅନଲାଇନ ମାଧ୍ୟମରେ ମଧ୍ୟ ହୋଇପାରୁଛି। ବିଭିନ୍ନ ସହଜ କେନ୍ଦ୍ରରେ ଉକ୍ତ ସୁବିଧା ଉପଲବ୍ଧ।

ତତସହିତ ଶ୍ରମିକମାନେ ଯେକୌଣସି ସମୟରେ ସେମାନଙ୍କ ଅସୁବିଧା ନେଇ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଆସିପାରିବେ ବୋଲି ଶ୍ରୀ କର କହିଥିଲେ। ଅବସରରେ ୨ ଜଣ ଶ୍ରମିକଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ପୁରୁଷ ଓ ମହିଳା ଶ୍ରମିକମାନେ ଯୋଗଦେଇଥିଲେ। ସମାଜସେବୀ ଜିତେନ୍ଦ୍ର ଭୋଳ ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ ସହଯୋଗ କରିଥିଲେ।

ପ୍ରବାସୀ ଶ୍ରମିକ ବାଣପୁର ସଚେତନତା କାର୍ଯ୍ୟକ୍ରମ
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ଗାଲୁଆ ଗ୍ରାମ ପଂଚାୟତରେ ‘ପଲ୍ଲୀରେ ପ୍ରଶାସନ’ ଜନଶୁଣାଣି

February 23, 2026

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

February 22, 2026

ବାଣପୁର: ପଦ୍ମଶ୍ରୀ ଉପେନ୍ଦ୍ର ମହାରଥିଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

February 22, 2026
Latest News

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.