Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ଏନଏସି କାର୍ଯ୍ୟାଳୟରେ ସୂଚନା ଅଧିକାର ଆଇନକୁ ବେଖାତିର, କମିଶନଙ୍କ ଦ୍ୱାରସ୍ତ ହେଲେ ଆବେଦନକାରୀ
ଆଞ୍ଚଳିକ

ବାଣପୁର ଏନଏସି କାର୍ଯ୍ୟାଳୟରେ ସୂଚନା ଅଧିକାର ଆଇନକୁ ବେଖାତିର, କମିଶନଙ୍କ ଦ୍ୱାରସ୍ତ ହେଲେ ଆବେଦନକାରୀ

October 19, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି କାର୍ଯ୍ୟାଳୟରେ ସୂଚନା ଅଧିକାର ଆଇନକୁ ଉଲ୍ଲଂଘନ କରାଯାଉଛି। ଏହି ଆଇନକୁ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଠିକ ଭାବରେ ଅନୁପାଳନ କରୁନାହାନ୍ତି। ସୂଚନା ଅଧିକାର କର୍ମୀଙ୍କୁ ନିର୍ଦ୍ଧାରିତ ସମୟ ସୀମା ଭିତରେ ସୂଚନା ପ୍ରଦାନ କରିନଥିବାରୁ ବାଧ୍ୟ ହୋଇ ଆବେଦନକାରି ରାଜ୍ୟ ସୂଚନା କମିଶନଙ୍କ ଦ୍ୱାରସ୍ତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ବାଣପୁର ଅଞ୍ଚଳର ଆଇନଜୀବୀ ଓ ସୂଚନା ଅଧିକାର କର୍ମୀ ସୀତାରାମ ଅଗ୍ରୱାଲଙ୍କ କ୍ଷେତ୍ରରେ।

ଆବେଦନକାରୀ ଶ୍ରୀ ଅଗ୍ରୱାଲ ଚଳିତ ବର୍ଷ ଜୁଲାଇ ମାସ ୧୦ ତାରିଖ ଏବଂ ୧୬ ତାରିଖରେ ବାଣପୁର ଏନଏସି ରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଥ୍ୟ ହାସଲ ପାଇଁ ପୃଥକ ପୃଥକ ଭାବେ ଦୁଇ ଗୋଟି ଆରଟିଆଇ ଫର୍ମରେ ଆବେଦନ କରିଥିଲେ।ଆବେଦନପତ୍ର ଗ୍ରହଣର ୩୦ଦିନ ଭିତରେ ଆବେଦନକାରୀଙ୍କୁ ସୂଚନା ପ୍ରଦାନ କରିବାର ବିଧି ରହିଛି। ଏହି ନିୟମକୁ କାର୍ଯ୍ୟାଳୟ ପକ୍ଷରୁ ଠିକ୍‌ ଭାବରେ ପାଳନ କରା ନ ଯିବାରୁ ଆବେଦନକାରୀ ପ୍ରଥମ ଅଭିଯୋଗ ଗ୍ରହଣକାରୀ ଅଧିକାରୀ ତଥା ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ କାଦମ୍ବିନୀ ଜେନାଙ୍କ ନିକଟରେ ଚଳିତ ମାସ ଅଗଷ୍ଟ ୨୦ ତାରିଖରେ ଅଭିଯୋଗ କରିଥିଲେ।

ତେବେ ଅଭିଯୋଗପତ୍ର ଗ୍ରହଣର ୩୦ ଦିନ ଭିତରେ ଆବେଦନକାରୀଙ୍କୁ ପ୍ରଥମ ଅପିଲେଟ ଅଥରିଟି ସୂଚନା ପ୍ରଦାନ କରିବାର ବିଧି ରହିଛି। କିନ୍ତୁ ଅଦ୍ୟାବଧି ସୂଚନା ଅଧିକାର କର୍ମୀ ଶ୍ରୀ ଅଗ୍ରୱାଲଙ୍କୁ ବାଣପୁର ଏନଏସି ତଥ୍ୟ ପ୍ରଦାନ କରିନାହିଁ। ଏ ନେଇ ବିଭିନ୍ନ ଗଣମାଧ୍ୟମରେ ନିକଟରେ ଖବର ପ୍ରକାଶ ହେବା ସତ୍ୱେ ଆବେଦନକାରୀଙ୍କୁ ସୂଚନା ମିଳିନାହିଁ। ତେବେ ଏହା ପଛରେ କାର୍ଯ୍ୟନିର୍ବାହୀ ଅଧିକାରିଣୀଙ୍କ କଣ ଉଦ୍ଦେଶ୍ୟ ରହିଛି ତାହା ସନ୍ଦେହଘେରରେ।

ପରିଶେଷରେ ଆବେଦନକରି ଶ୍ରୀ ଅଗ୍ରୱାଲ ଦ୍ଵିତୀୟ ଅପିଲେଟ ଅଥରିଟି ତଥା ରାଜ୍ୟ ସୂଚନା କମିଶନଙ୍କ ଦ୍ୱାରସ୍ତ ହୋଇଛନ୍ତି ଏବଂ ତାଙ୍କ ନିକଟରେ ଶେଷ ଅପିଲ କରିଥିବା ଜଣାପଡିଛି।  ତତସହିତ ବାଣପୁର ଏନଏସି କାର୍ଯ୍ୟାଳୟରେ ସୂଚନା ଅଧିକାର କର୍ମୀଙ୍କ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ ହେଉଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଆବେଦନକାରି ଶ୍ରୀ ଅଗ୍ରୱାଲ। ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ସୂଚନା ଅଧିକାର ଆଇନ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ଉତ୍ତରାୟଣୀ ପୀଠରେ ଭାଜପାର ବନ୍ଧୁ ମିଳନ କାର୍ଯ୍ୟକ୍ରମ

July 20, 2026

ବାଣପୁର-ବାଲୁଗାଁ ରୋଟାରୀ କ୍ଲବର ଗଠନମୂଳକ ସଭା

July 20, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

July 18, 2026

ବାଣପୁରରେ ଆରଏସଏସ ଓ ଏବିଭିପି ପକ୍ଷରୁ ରଥଯାତ୍ରା ସେବା କାର୍ଯ୍ୟ

July 16, 2026
Latest News

ଭାରତରେ ଛାତ୍ର ପ୍ରତିବାଦ: ବିବାଦ ସୃଷ୍ଟି କଲା ଦାନିଶ କାନେରିଆଙ୍କ ମନ୍ତବ୍ୟ

July 23, 2026

ଫ୍ୟାନକୋଡ୍ ଆପ୍‌ରେ ଷ୍ଟ୍ରିମିଂ ହେବ ଭାରତ-ଜିମ୍ବାୱେ ଟି-୨୦ ମ୍ୟାଚ୍: ଜାଣନ୍ତୁ କେତେ ଖର୍ଚ୍ଚ ହେବ?

July 23, 2026

CJP ପ୍ରତିବାଦ ମଧ୍ୟରେ ଅଖିଳେଶ ଏବଂ ରାହୁଲଙ୍କୁ କଡ଼ା ବାର୍ତ୍ତା ଦେଲେ ମାୟାବତୀ

July 23, 2026

ଦିଲ୍ଲୀ ମେଟ୍ରୋ ଷ୍ଟେସନ ବନ୍ଦ କରିବା ଉପରେ ସୁପ୍ରିମକୋର୍ଟଙ୍କ ଦୃଢ଼ ଆଭିମୁଖ୍ୟ: ଦେଲେ ଏହି ନିର୍ଦ୍ଦେଶ

July 23, 2026

ICC ODI ରାଙ୍କିଙ୍ଗରେ ଭାରତୀୟ ବ୍ୟାଟସମ୍ୟାନଙ୍କ ପ୍ରାଧାନ୍ୟ: ଜାଣନ୍ତୁ କେଉଁଠି ରୋହିତ ଏବଂ କୋହଲି

July 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.