Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ମା’ ଭଗବତୀ ମନ୍ଦିରରେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଶ୍ରଦ୍ଧାଳୁ, କାମରେ ଆସୁନି ଭ୍ରାମ୍ୟମାଣ ଶୌଚାଳୟ
ଆଞ୍ଚଳିକ

ମା’ ଭଗବତୀ ମନ୍ଦିରରେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଶ୍ରଦ୍ଧାଳୁ, କାମରେ ଆସୁନି ଭ୍ରାମ୍ୟମାଣ ଶୌଚାଳୟ

December 7, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ଓଡ଼ିଶାର ପ୍ରସିଦ୍ଧ ଶକ୍ତିପିଠ ବାଣପୁରସ୍ଥିତ ମା’ ଭଗବତୀ ମନ୍ଦିରରେ ଭକ୍ତମାନେ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ନିମନ୍ତେ ବାଣପୁର ଏନଏସି ପକ୍ଷରୁ ନିର୍ମିତ ଶୌଚାଳୟ କୁ ଭାଙ୍ଗିଦିଆଯାଇଥିବା ବେଳେ ଉକ୍ତ ସ୍ଥାନରେ ଏନଏସି ପକ୍ଷରୁ ଏକ ଭ୍ରାମ୍ୟମାଣ ଶୌଚାଳୟର ବ୍ୟବସ୍ଥା ହୋଇଛି।

ତେବେ ରକ୍ଷଣାବେକ୍ଷଣର ଅଭାବରୁ ଉକ୍ତ ଶୌଚାଳୟଟି କୌଣସି କାମକୁ ଆସୁନାହିଁ। ଫଳରେ ରାଜ୍ୟର କୋଣ ଅନୁକୋଣରୁ ପ୍ରତ୍ୟହ ଆସୁଥିବା ହଜାର ହଜାର ଭକ୍ତ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଉକ୍ତ ଘଟଣାକୁ ଏନଏସି ଗମ୍ଭୀରତାର ସହ ନେଉନଥିବାରୁ ରାଜ୍ୟର ଉକ୍ତ ପ୍ରମୁଖ ଆଧ୍ୟାତ୍ମିକ ପିଠର ଛବି ସର୍ବସାଧାରଣରେ ମଳିନ ହେଉଛି।

ଭ୍ରାମ୍ୟମାଣ ଶୌଚାଳୟରେ ଧୂଳିର ଆସ୍ତର ଜମିରହିଥିବା ସହ ଅଳିଆ ଆବର୍ଜନା ପଡିରହିଥିବା ଦେଖିବାକୁ ମିଳିଛି। ଏପରିକି ଏନଏସି ପକ୍ଷରୁ କୌଣସି କର୍ମଚାରୀକୁ ଏହାର ତଦାରଖ ପାଇଁ ମୁତୟନ କରାଯାଇନାହିଁ। ଫଳରେ ପୁରୁଷ ଭକ୍ତମାନେ ବାଧ୍ୟହୋଇ ରାସ୍ତା ପାର୍ଶ୍ୱରେ ପରିସ୍ରା କରୁଥିବା ବେଳେ ମହିଳା ଭକ୍ତମାନେ ଲୋକଲଜ୍ୟା ଭୟରେ ନିରୁପାୟ ହୋଇ ଫେରୁଥିବାର ଦେଖିବାକୁ ମିଳିଛି। ତେବେ ଏପରି ସମ୍ବେଦନଶୀଳ ସମସ୍ୟା ପ୍ରତି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ ଧ୍ୟାନ ଦେଉନାହାନ୍ତି ଯାହାକି ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟ କରିଛି।

ତେବେ ଏ ନେଇ ଏଣ୍ଡାଓମେଣ୍ଟ ସଭାପତି ତଥା ବାଣପୁର ତହସିଲଦାର ଟି. ପଦ୍ମନାଭ ଦୋରାଙ୍କୁ ଯୋଗାଯୋଗ କରାଯିବାରୁ ସେ ଉକ୍ତ ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ଦେବେ ବୋଲି କହିଛନ୍ତି। ଯଥାଶୀଘ୍ର ମା’ ଭଗବତୀ ମନ୍ଦିର ନିକଟରେ ଭକ୍ତଙ୍କ ପାଇଁ ଭ୍ରାମ୍ୟମାଣ ଶୌଚାଳୟକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ସହ ଏନଏସି ପକ୍ଷରୁ ତାହାର ନିୟମିତ ତଦାରଖ ପାଇଁ ସାଧାରଣରେ ଦୃଢ଼ ଦାବି ହେଉଛି।

ପ୍ରସିଦ୍ଧ ଶକ୍ତିପିଠ ବାଣପୁର ମା’ ଭଗବତୀ ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ବ୍ଲକରେ ଯୋଗଦେଲେ ନୂତନ ବିଡ଼ିଓ

August 4, 2025

ନରସିଂହପୁର କ୍ଲଷ୍ଟରରେ ଦ୍ଵିତୀୟ ମାସିକ କ୍ଲଷ୍ଟର ବୈଠକ

August 2, 2025

ବାଣପୁର: କର୍ମକ୍ଷେତ୍ରରେ ମହିଳାମାନଙ୍କ ଉପରେ ଯୌନ ନିର୍ଯ୍ୟାତନା ଅଧିନିୟମ ସମ୍ବନ୍ଧୀୟ ଆଇନ ସଚେତନତା କାର୍ଯ୍ୟକ୍ରମ

July 31, 2025

ଗୋଦାବରୀଶ ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଓ ଦାୟିତ୍ଵ ଗ୍ରହଣ ଉତ୍ସବ

July 31, 2025
Latest News

ସୁଭଦ୍ରା ଭଉଣୀମାନଙ୍କ ସହ ବାର୍ତ୍ତାଳାପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

August 5, 2025

ଓଭାଲ୍ ଟେଷ୍ଟରେ ବିଜୟ ପରେ ମଧ୍ୟ ନିରାଶ କଲେ ଗୌତମ ଗମ୍ଭୀର: ଦେଖନ୍ତୁ ରିପୋର୍ଟ କାର୍ଡ

August 5, 2025

ଅଗଷ୍ଟ ୬ରେ କର୍ତ୍ତବ୍ୟ ଭବନ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

August 5, 2025

ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ର ବା ସଚେତନତା ରଥର ଶୁଭ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

August 5, 2025

ବଳଙ୍ଗା ପୀଡିତାଙ୍କ ପୈତୃକ ଗ୍ରାମ ବାୟାବର ଯାଇ ଶେଷ ଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.