Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ମା’ ଭଗବତୀ ମନ୍ଦିରରେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଶ୍ରଦ୍ଧାଳୁ, କାମରେ ଆସୁନି ଭ୍ରାମ୍ୟମାଣ ଶୌଚାଳୟ
ଆଞ୍ଚଳିକ

ମା’ ଭଗବତୀ ମନ୍ଦିରରେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଶ୍ରଦ୍ଧାଳୁ, କାମରେ ଆସୁନି ଭ୍ରାମ୍ୟମାଣ ଶୌଚାଳୟ

December 7, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ଓଡ଼ିଶାର ପ୍ରସିଦ୍ଧ ଶକ୍ତିପିଠ ବାଣପୁରସ୍ଥିତ ମା’ ଭଗବତୀ ମନ୍ଦିରରେ ଭକ୍ତମାନେ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ନିମନ୍ତେ ବାଣପୁର ଏନଏସି ପକ୍ଷରୁ ନିର୍ମିତ ଶୌଚାଳୟ କୁ ଭାଙ୍ଗିଦିଆଯାଇଥିବା ବେଳେ ଉକ୍ତ ସ୍ଥାନରେ ଏନଏସି ପକ୍ଷରୁ ଏକ ଭ୍ରାମ୍ୟମାଣ ଶୌଚାଳୟର ବ୍ୟବସ୍ଥା ହୋଇଛି।

ତେବେ ରକ୍ଷଣାବେକ୍ଷଣର ଅଭାବରୁ ଉକ୍ତ ଶୌଚାଳୟଟି କୌଣସି କାମକୁ ଆସୁନାହିଁ। ଫଳରେ ରାଜ୍ୟର କୋଣ ଅନୁକୋଣରୁ ପ୍ରତ୍ୟହ ଆସୁଥିବା ହଜାର ହଜାର ଭକ୍ତ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଉକ୍ତ ଘଟଣାକୁ ଏନଏସି ଗମ୍ଭୀରତାର ସହ ନେଉନଥିବାରୁ ରାଜ୍ୟର ଉକ୍ତ ପ୍ରମୁଖ ଆଧ୍ୟାତ୍ମିକ ପିଠର ଛବି ସର୍ବସାଧାରଣରେ ମଳିନ ହେଉଛି।

ଭ୍ରାମ୍ୟମାଣ ଶୌଚାଳୟରେ ଧୂଳିର ଆସ୍ତର ଜମିରହିଥିବା ସହ ଅଳିଆ ଆବର୍ଜନା ପଡିରହିଥିବା ଦେଖିବାକୁ ମିଳିଛି। ଏପରିକି ଏନଏସି ପକ୍ଷରୁ କୌଣସି କର୍ମଚାରୀକୁ ଏହାର ତଦାରଖ ପାଇଁ ମୁତୟନ କରାଯାଇନାହିଁ। ଫଳରେ ପୁରୁଷ ଭକ୍ତମାନେ ବାଧ୍ୟହୋଇ ରାସ୍ତା ପାର୍ଶ୍ୱରେ ପରିସ୍ରା କରୁଥିବା ବେଳେ ମହିଳା ଭକ୍ତମାନେ ଲୋକଲଜ୍ୟା ଭୟରେ ନିରୁପାୟ ହୋଇ ଫେରୁଥିବାର ଦେଖିବାକୁ ମିଳିଛି। ତେବେ ଏପରି ସମ୍ବେଦନଶୀଳ ସମସ୍ୟା ପ୍ରତି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ ଧ୍ୟାନ ଦେଉନାହାନ୍ତି ଯାହାକି ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟ କରିଛି।

ତେବେ ଏ ନେଇ ଏଣ୍ଡାଓମେଣ୍ଟ ସଭାପତି ତଥା ବାଣପୁର ତହସିଲଦାର ଟି. ପଦ୍ମନାଭ ଦୋରାଙ୍କୁ ଯୋଗାଯୋଗ କରାଯିବାରୁ ସେ ଉକ୍ତ ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ଦେବେ ବୋଲି କହିଛନ୍ତି। ଯଥାଶୀଘ୍ର ମା’ ଭଗବତୀ ମନ୍ଦିର ନିକଟରେ ଭକ୍ତଙ୍କ ପାଇଁ ଭ୍ରାମ୍ୟମାଣ ଶୌଚାଳୟକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ସହ ଏନଏସି ପକ୍ଷରୁ ତାହାର ନିୟମିତ ତଦାରଖ ପାଇଁ ସାଧାରଣରେ ଦୃଢ଼ ଦାବି ହେଉଛି।

ପ୍ରସିଦ୍ଧ ଶକ୍ତିପିଠ ବାଣପୁର ମା’ ଭଗବତୀ ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ତାଳପଦା ସମୁଦ୍ର କୂଳରୁ ମୃତ ଡଲଫିନ୍‌ ଉଦ୍ଧାର

September 23, 2026

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସାତସମାରେ ସ୍ୱଚ୍ଛତା ପକ୍ଷ ପାଳିତ

September 23, 2026

୩ କିଲୋମିଟର ଭାରରେ ବୋହିବା ପରେ ଆମ୍ବୁଲାନ୍ସରେ ଜନ୍ମ ନେଲା ଶିଶୁକନ୍ୟା

September 22, 2026

ବ୍ରହ୍ମପୁର ବ୍ୟାଙ୍କ କଲୋନୀ ଉନ୍ନୟନ କମିଟି ବୈଠକ

September 21, 2026
Latest News

ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟିଲେ ରାଜ୍ୟସ୍ତରୀୟ ବରିଷ୍ଠ ନାଗରିକ ମହାସଙ୍ଘର ସଦସ୍ୟ

September 24, 2026

କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ

September 24, 2026

ସମ୍ବଲପୁରରେ ନକଲି ସିମ୍‌ କାରବାର ଠାବ: ୩ ଅଭିଯୁକ୍ତ ଗିରଫ

September 24, 2026

ଜିଲ୍ଲାପାଳଙ୍କ ଘୋଷଣା: ପ୍ରଥମ ଥର ପାଇଁ ସିଧା ପ୍ରସାରଣ ହେବ କଟକ ଦଶହରା ଭସାଣି

September 24, 2026

ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା: ବାଚସ୍ପତି ଓ ବିଧାନସଭା ସଚିବଙ୍କୁ ହାଇକୋର୍ଟଙ୍କ ନୋଟିସ୍, ୨୯ରେ ପରବର୍ତ୍ତୀ ଶୁଣାଣି

September 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.