Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ୧୪ କୋଟି ମୂଲ୍ୟର ଜଳ ସମ୍ପଦ ବିଭାଗ ପ୍ରକଳ୍ପକୁ ଶିଳାନ୍ୟାସ କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
ଆଞ୍ଚଳିକ

ବାଣପୁର: ୧୪ କୋଟି ମୂଲ୍ୟର ଜଳ ସମ୍ପଦ ବିଭାଗ ପ୍ରକଳ୍ପକୁ ଶିଳାନ୍ୟାସ କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

December 16, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ଆଜି ବାଣପୁର ଶାଳିଆ ଜଳ ସେଚନ ଉପଖଣ୍ଡରେ ମୁଖ୍ୟ କେନାଲର ବିଭିନ୍ନ ସ୍ଥାନରେ ୧୪ କୋଟି ଟଙ୍କାର ପ୍ରକଳ୍ପକୁ ଶିଳାନ୍ୟାସ କରିଛନ୍ତି ଆଇନ ମନ୍ତ୍ରୀ ତଥା ଚିଲିକା ବିଧାୟକ ପୃଥ୍ୱୀରାଜ ହରିଚନ୍ଦନ। ଶାଳିଆ ଜଳସେଚନ ଅଧୀନରେ ଥିବା କେନାଲ ରାସ୍ତା ବାଣପୁରର ବିଭିନ୍ନ ଗ୍ରାମକୁ ସଂଯୋଗ କରୁଥିବା ବେଳେ ଦୀର୍ଘଦିନ ଧରି ମରାମତି ହୋଇପାରି ନଥିବାରୁ ଜନ ଅସନ୍ତୋଷ ଦେଖାଯାଇଥିଲା। ଏହାକୁ ପ୍ରାଥମିକତା ଦେଇ ଶ୍ରୀଯୁକ୍ତ ହରିଚନ୍ଦନ ଶାଳିଆ ଜଳସେଚନ ପ୍ରକଳ୍ପର ମାମୁଁ ଭଣଜା ଡିଷ୍ଟ୍ରିବ୍ୟୁଟାରିର ବାମପାର୍ଶ୍ୱ ବନ୍ଧ ସେବା ରାସ୍ତା ନିମନ୍ତେ, ୩୩. ୫୨ଲକ୍ଷ, ମୁଖ୍ୟ କେନାଲର ଆର.ଡ଼ି ଶୂନ୍ୟରାସ୍ତା ଠାରୁ ୪୯୪୨ ମିଟରରେ ବଣ୍ଟନ ପ୍ରଣାଳୀ ଓ ସୁରକ୍ଷା ପ୍ରାଚୀର ଉନ୍ନତି କରଣ ନିମନ୍ତେ ୧୧କୋଟି ୪୫ଲକ୍ଷ, ସାହସପୁର ଡିଷ୍ଟ୍ରିବ୍ୟୁଟାରୀର ୪କି. ମି ପର୍ଯ୍ୟନ୍ତ ୯୮. ୨୩ଲକ୍ଷ, ଆର.ଡି ରୋଡ ଠାରୁ ୪୯୪୨ ମି. ପର୍ଯ୍ୟନ୍ତ ସେବା ରାସ୍ତାର ଉନ୍ନତି କରଣ ନିମନ୍ତେ ୧୨୭. ୮୮ଲକ୍ଷ ଟଙ୍କାର ପ୍ରକଳ୍ପ ଜଳସେଚନ ବିଭାଗ ତରଫରୁ ଅନୁମୋଦନ ଲାଭ କରିଥିଲା।

ଆଜି ସମସ୍ତ ପ୍ରକଳ୍ପକୁ ନଡ଼ିଆ ଫଟାଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ହରିଚନ୍ଦନ।

ଉକ୍ତ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ବାଣପୁର ବ୍ଲକ ଅଧକ୍ଷ ଅମରେନ୍ଦ୍ର ରଣସିଂହ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ନନ୍ଦପୁର ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆ, ଭେଟେଶ୍ୱର ସରପଞ୍ଚ ସାବିତ୍ରୀ ଭୋଳ, ଭବାନୀପୁର ସରପଞ୍ଚ କାର୍ତ୍ତିକ ବାରିକ, ଦାମିଆ ସରପଞ୍ଚ ବୀଣାପାଣି ଷଣ୍ଢ, ସମିତି ସଭ୍ୟା ମାନି ଶବର ପ୍ରମୁଖ ଉପସ୍ଥିତ ଥିଲେ।

ତେବେ ଶାଳିଆ ଡ୍ୟାମ ତଳ ଅଂଚଳରେ ସଂଯୋଗ କରୁଥିବା କେନାଲ ରାସ୍ତାର ମରାମତି ପ୍ରକଳ୍ପକୁ ନେଇ ସ୍ଥାନୀୟ ଅଧିବାସୀ ମାନ୍ୟବର ମନ୍ତ୍ରୀଙ୍କ ଉପରେ ଖୁସିବ୍ୟକ୍ତ କରିଥିଲେ।  ଚିଲିକାର ଉନ୍ନତିକରଣ ନିମନ୍ତେ ଆଗକୁ ବହୁ ପ୍ରତିକ୍ଷିତ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଶ୍ରୀଯୁକ୍ତ ହରିଚନ୍ଦନ ଗଣମାଧ୍ୟମକୁ ପ୍ରକାଶ କରିଥିଲେ।

ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ପ୍ରିୟବ୍ରତ ବେହେରା, ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସାହୁ,କନିଷ୍ଠ ଯନ୍ତ୍ରୀ ମନୋଜ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

BJP Ads
ପୃଥ୍ୱୀରାଜ ହରିଚନ୍ଦନ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାପୁଜୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ସଫେଇ ଓ ବୃକ୍ଷ ରୋପଣ

November 3, 2025

ବାଲୁଗାଁ କଲେଜରେ ସାଇବର ସଚେତନତା କାର୍ଯ୍ୟକ୍ରମ

November 3, 2025

ରାଜ୍ୟରେ ଚାଲିଥିବା ସମସ୍ତ ଜାତୀୟ ରାଜପଥ ପ୍ରକଳ୍ପର ନିର୍ମାଣ ଅଗ୍ରଗତି ସମୀକ୍ଷା କଲେ ପୂର୍ତ୍ତ‌ ମନ୍ତ୍ରୀ

November 2, 2025

ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ଯୋଗଦେଲେ ଆଇନମନ୍ତ୍ରୀ

October 31, 2025
BJP Ads
Latest News

ଭାରତ ଏବଂ ଇସ୍ରାଏଲର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ପ୍ରତିନିଧିସ୍ତରୀୟ ଆଲୋଚନା

November 4, 2025

ବିହାରର ଐତିହାସିକ ସ୍ଥଳୀ ପରିଦର୍ଶନ କଲେ ୨୪ ବିଦେଶୀ ପର୍ଯ୍ୟଟକ

November 4, 2025

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବ୍ରହ୍ମପୁର ଓ ପୁରୀ ମଧ୍ୟରେ ବିଶେଷ ପାସେଞ୍ଜର ଟ୍ରେନ, ଜାଣନ୍ତୁ ସମୟ

November 4, 2025

ଚିଲିକା ନିର୍ବାଚନ ମଣ୍ଡଳିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

November 4, 2025

ଟିଭିଏସ୍ ମୋଟର୍ସ ସହିତ ବୁଝାମଣାପତ୍ର ସ୍ୱାକ୍ଷର କଲେ ଉତ୍ତରାଖଣ୍ଡ ସରକାର: ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ

November 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.