Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବଡ଼କୁଳ ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବାର୍ଷିକ ଉତ୍ସବ ଅନୁଷ୍ଠିତ
ଆଞ୍ଚଳିକ

ବଡ଼କୁଳ ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବାର୍ଷିକ ଉତ୍ସବ ଅନୁଷ୍ଠିତ

December 26, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ: ବଡ଼କୁଳସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃସଦନର ବାର୍ଷିକ ଉତ୍ସବ ଗୁରୁବାର ଦିନ ସଭାପତି ଭାଗୀରଥି ସ୍ୱାଇଁଙ୍କ ପୌରୋହିତ୍ୟ ଏବଂ ଅଧ୍ୟକ୍ଷ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ବଡ଼ପଦରସ୍ଥିତ ମାତୃସ୍ତୁତିର ଭାଇ ସୁରେନ୍ଦ୍ର କୁମାର ଜେନା ନିଜ କରକମଳରେ ଅଖଣ୍ଡ ଭାରତ ଆଧ୍ୟାତ୍ମିକ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।

ଉକ୍ତ ଉତ୍ସବରେ ବୋଲଗଡ଼ ବ୍ଲକ ଅନ୍ତର୍ଗତ ସଂପୁରସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁ ମୁଖ୍ୟ ଅତିଥି, ଶିଶୁ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ମୁଖବକ୍ତା ରୂପେ ଯୋଗଦାନ କରିଥିଲେ। ସଭାପତି ଶ୍ରୀ ସ୍ବାଇଁ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ଦେଇଥିଲେ। ତାହାପରେ ଅନୁଷ୍ଠାନର ସମ୍ପାଦକ ଦୁଃଶାସନ ଜାଲି ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ।

ଈଶ୍ୱର ଭକ୍ତ, ଶ୍ରବଣ କୁମାର ପରି ପିତୃଭକ୍ତ ହେବା ସହ ଚରିତ୍ର ନିଷ୍କଳଙ୍କ ରଖିବା ଏବଂ ସ୍ୱାସ୍ଥର ଉପଯୁକ୍ତ ଯତ୍ନ ନେବାକୁ ମୁଖ୍ୟ ଅତିଥି ଶ୍ରୀ ସ୍ୱାଇଁ ବିଦ୍ୟାର୍ଥୀମାନଙ୍କୁ ପରାମର୍ଶ ଦେଇଥିବା ବେଳେ ମୁଖ୍ୟବକ୍ତା ଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଥିଲେ ‘ପୂର୍ଣାଙ୍ଗ ଶିକ୍ଷାର ଲକ୍ଷ୍ୟ ଆତ୍ମିକ ଚେତନାର ଉତ୍ତରଣ।

ସଭାପତି ଶ୍ରୀ ସ୍ବାଇଁଙ୍କ ରଚନା ଓ ନିର୍ଦ୍ଦେଶନାରେ ‘ଚିଲିକାର ବିଳାପ’ ନାଟକ ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ମଞ୍ଚସ୍ଥ ହୋଇଥିଲା। ନାଟ୍ୟ ନିର୍ଦ୍ଦେଶକ ଜିତେନ୍ଦ୍ର କୁମାର ମହାରଣାଙ୍କ ନିର୍ଦ୍ଦେଶରେ ଛାତ୍ରଛାତ୍ରୀ ୧୭ ଟି ନୃତ୍ୟ ପରିବେଷଣ କରିଥିଲେ।

ପୂର୍ଵ ଅନୁଷ୍ଠିତ ୨୭ଟି ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା
ବିଦ୍ୟାର୍ଥୀ ଅତିଥିମାନଙ୍କଠାରୁ ପ୍ରମାଣ ପତ୍ର ଓ ପୁରସ୍କାର ଗ୍ରହଣ କରିଥିଲେ। ଅନୁଷ୍ଠାନର ଉପାଧ୍ୟକ୍ଷ ଦାଶରଥୀ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଉକ୍ତ ଉତ୍ସବ ପାଳନରେ ପ୍ରଧାନ ଶିକ୍ଷକ ଗଗନ କୁମାର ବେହେରା, ଭ୍ରମରବର ପାଇକରାୟ, ରମେଶ ଚନ୍ଦ୍ର ହରିଚନ୍ଦନ, ରବି ନାରାୟଣ ପାତ୍ର ସମେତ ପରିଚାଳନା କମିଟିର ସମସ୍ତ ସଭ୍ୟ, ନଳିନୀପ୍ରଭା ସାମନ୍ତ, ସୁରେଶ କୁମାର ବାରିକ, ମହେନ୍ଦ୍ର କୁମାର ବେହେରା, ପ୍ରଭାତ
କୁମାର ବାରିକ, ଲଳିତା ନନ୍ଦ, ମନ୍ଦାକିନୀ ପଲେଇ, ପାୟଲ ବିଶୋଇ, ପ୍ରିୟଙ୍କା ଜାଲି, ସୁମିତ୍ରା
ନାୟକ, ବିଳାସିନୀ ବେହେରା, ଶୀତଲ କୁମାରୀ ଓ ସସ୍ମିତା ସୁବୁଦ୍ଧି, ଗୀତଞ୍ଜଳି ବାରିକ ଓ ରୀନା ବେହେରା ସହଯୋଗ କରିଥିଲେ।

ବାର୍ଷିକ ଉତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ହାଇସ୍କୁଲର ଆଦର୍ଶ ଶିକ୍ଷକ ଓ ସୁନାମଧନ୍ୟ ସାହିତ୍ୟିକ ଜିତେନ୍ଦ୍ର ନାଥ ବରାଳଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

June 16, 2026

ବାଣପୁର: ତୋରସିଂ ଗ୍ରାମରେ ପାରମ୍ପରିକ କ୍ରୀଡା ପ୍ରତିଯୋଗିତା

June 15, 2026

ବଡ଼କୁଳ ଓଟିଡିସି ପାନ୍ଥନିବାସ ଠାରେ ଗଣପର୍ବ ରଜ ଉତ୍ସବ ପାଳିତ

June 14, 2026

ସଲପଡିହ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

June 7, 2026
Latest News

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ବାତିଲ ହେଲା ଟ୍ରେନ

June 17, 2026

ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ ମୁହାଁକୁ ଠେଲି ଦେଇଛି ଡବଲ ଇଞ୍ଜିନ୍ ସରକାର: ସି.ପି.ଆଇ.(ଏମ୍)

June 17, 2026

ମମତା ବାନାର୍ଜୀଙ୍କୁ ବଡ଼ ସୁଯୋଗ ଦେଲେ ବାଚସ୍ପତି!: ଏବେ ବିଭାଜନରୁ ବଞ୍ଚିପାରିବ କି ଟିଏମସି?

June 17, 2026

ଆଫଗାନିସ୍ତାନକୁ ପରାସ୍ତ କରି ୧୦୧ ରନ୍ ରେ ଜିତିଲା ଭାରତ

June 17, 2026

ଆଫଗାନିସ୍ତାନ ବିପକ୍ଷରେ ଇତିହାସ ରଚିଲେ ଇଶାନ କିଶାନ

June 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.