Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ପକ୍ଷୀ ସୁରକ୍ଷା ଓ ସ୍ବଚ୍ଛ ଚିଲିକା ଅଭିଯାନ
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ପକ୍ଷୀ ସୁରକ୍ଷା ଓ ସ୍ବଚ୍ଛ ଚିଲିକା ଅଭିଯାନ

December 31, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ: ମରାଳ ମାଳିନୀ ନୀଳାମ୍ବୁ ଚିଲିକା ହେଉଛି ପକ୍ଷୀ ଭୂସ୍ବର୍ଗ। ଏହାର ଆର୍ଦ୍ରଭୂମି ଓ ଅନୁକୂଳ ଜୈବ ବିବିଧତା ଓ ସନ୍ତୁଳିତ ପରିବେଶ ଦ୍ୱାରା ଆକର୍ଷିତ ହୋଇ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ବିଶ୍ୱର ବିଭିନ୍ନ ପ୍ରଜାତିର ବିହଙ୍ଗ ଚିଲିକାର ନଳବଣ ଓ଼ ଉପକୂଳରେ ଶୀତ ତଥା ଆଦ୍ୟ ବସନ୍ତ ଅତିବାହିତ କରି ନିଜ ନିଜ ଦେଶକୁ ବାହୁଡ଼ି ଯାଆନ୍ତି। ଏମାନଙ୍କୁ ଦେଖିବା ପାଇଁ ପର୍ଯ୍ୟଟକ ମାନଙ୍କ ଭିଡ଼ ଜମେ। ଏହି ସମୟରେ କତିପୟ ପକ୍ଷୀ ଶିକାରୀ ସକ୍ରିୟ ହୋଇ ନିରୀହ ବିଦେଶୀ ପକ୍ଷୀମାନଙ୍କୁ ବିଭିନ୍ନ ଉପାୟରେ ଶିକାର କରିଥାନ୍ତି।

ଚଳିତ ବର୍ଷ ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ଼ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡର ମିଳିତ ଆୟୋଜନରେ “ପକ୍ଷୀ ବଞ୍ଚାଅ – ଚିଲିକା ବଞ୍ଚାଅ” ଶୀର୍ଷକ ପ୍ରସଙ୍ଗ ନେଇ ସାଇକେଲ ଅଭିଯାନ ମାଧ୍ୟମରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଓ ଅଧ୍ୟାପିକା ରୀନା ରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ବାଲୁଗାଁ ବନ୍ୟପ୍ରାଣୀ ରେଞ୍ଜର ରଶ୍ମିତା ଜେନା, ମିଳିତ ଭାବେ ଉଦଘାଟନ କରିବା ପରେ ସାଇକେଲ ଶୋଭାଯାତ୍ରା ଆରମ୍ଭ ହୋଇଥିଲା।

ଡ଼ିଏଫଓ ଅମ୍ଲାନ ନାୟକ ଓ ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ଦିଗଦର୍ଶନରେ ଆୟୋଜିତ ଏହି ଉଦଘାଟନ କାର୍ଯ୍ୟକ୍ରମରେ ଡକ୍ଟର ମୋନାଲିସା ମାନସିଂହ ଅଧ୍ୟାପକ ମୃଡ଼ାଣି ଶଙ୍କର ପ୍ରସାଦ ମିଶ୍ର, ଚନ୍ଦନ ନାୟକ, ସ୍ୱାତୀ ସ୍ଵାଗତିକା ସାହୁ, ପ୍ରିୟମ୍ବଦା ମହାପାତ୍ର, ବିଶ୍ୱଜିତ ଦାସ ପ୍ରମୁଖ ସ୍ବେଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ। ସ୍ଵେଚ୍ଛାସେବୀମାନେ ଚିଲିକା କୁଳ ଓ ବାଲୁଗାଁ ବଜାର ପରିକ୍ରମା କରି ବିଦେଶାଗତ ପକ୍ଷୀଙ୍କୁ ଆମର ଅତିଥି ଭାବେ ବିବେଚନା କରି ସେମାନଙ୍କୁ ସୁରକ୍ଷା ଦେବା ପାଇଁ ସଚେତନ କରାଇଥିଲେ। ଏହାପରେ ସ୍ଵେଚ୍ଛାସେବୀ ମାନେ ବଡକୁଳ ଗ୍ରାମ ପରିକ୍ରମା କରି ଚିଲିକା ଉନ୍ନୟନ କର୍ତ୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ ନିକଟ ଚିଲିକା କୂଳ ସଫେଇ କରି ପଲିଥିନ ମୁକ୍ତ ଚିଲିକାର ବାର୍ତ୍ତା ପ୍ରଚାର କରିଥିଲେ।

କାର୍ଯ୍ୟକ୍ରମରେ ମନୋରଞ୍ଜନ ମିଶ୍ରଙ୍କ ସମେତ ସିଡିଏ ର ସମସ୍ତ କର୍ମଚାରୀ, ଚିଲିକା ବନ୍ୟପ୍ରାଣୀ ବନଖଣ୍ଡର କର୍ମଚାରୀ ଓ ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ମାନେ ସାମିଲ ହୋଇଥିଲେ।

ଚିଲିକା ବାଲୁଗାଁ ମହାବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଲୀଳାକ୍ଷେତ୍ରକୁ ଗଲା ମା’ ଭଗବତୀଙ୍କ ଆଜ୍ଞାମାଳ, ତିନିଦିନ ହେବ ଶ୍ରୀଜଗନ୍ନାଥ ମହୋତ୍ସବ

December 12, 2025

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ମାନବାଧିକାର ଦିବସ ପାଳନ

December 11, 2025

ଚିଲିକାରେ ଅବକାରୀ ବିଭାଗର ଚଢାଉ: ୫୧୭ ଲିଟର ମହୁଲି ଜବତ, ୩ ଗିରଫ

December 10, 2025

ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା: ବାଲୁଗାଁ କଲେଜର ଛାତ୍ରଙ୍କୁ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ପଦକ

December 10, 2025
Latest News

ପୁଣି ଥରେ କ୍ରିକେଟ୍ ରେ ଦାଗ: ‘ମ୍ୟାଚ୍ ଫିକ୍ସିଂ’ ଅଭିଯୋଗରେ ଚାରି ଭାରତୀୟ ଖେଳାଳି ତୁରନ୍ତ ନିଲମ୍ବିତ

December 13, 2025

ଶୀତଦିନେ ବଢିଯାଏ ହୃଦଘାତର ବିପଦ, ଜାଣନ୍ତୁ ଏହି ସମୟରେ ହୃଦୟକୁ କିପରି ରଖିବେ ସୁସ୍ଥ

December 13, 2025

୨୦୨୫-୨୬ରେ ୧,୧୬,୪୭୦ କୋଟିରେ ପହଞ୍ଚିଲା ରେଳ ନିରାପତ୍ତା ବଜେଟ

December 13, 2025

ଓମ୍ଫେଡ୍ କୁ ମିଳିଲା ଟ୍ରଷ୍ଟ ବ୍ରାଣ୍ଡ ଅଫ୍ ଦି ଓଡିଶା ଆଓ୍ୱାର୍ଡ

December 13, 2025

ଚାଣକ୍ୟ ନୀତି: ମୃତ୍ୟୁସମ ଜୀବନ ବିତାଇଥାନ୍ତି ଏହି ପାଞ୍ଚ ପ୍ରକାରର ଲୋକ

December 13, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.