ଆସନ୍ତାକାଲି ପାରୀକଂସାରୀ ଗ୍ରାମରେ ବାର୍ଷିକ ଉତ୍ସବ, ସନ୍ଧ୍ୟାରେ ପରିବେଷଣ ହେବ ସାମାଜିକ ନାଟକ

Published: Feb 9, 2025, 8:41 pm IST

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ପାରୀକଂସାରୀ ଗ୍ରାମରେ ପ୍ରଭୁ ତ୍ରିନାଥ ଦେବଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଆସନ୍ତାକାଲି ତଥା ଫେବୃୟାରୀ ୧୦ ତାରିଖରେ ଉକ୍ତ ଗ୍ରାମରେ ପ୍ରଭୁ ତ୍ରିନାଥ ଦେବଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ। ବାର୍ଷିକ ଉତ୍ସବ ଉପଲକ୍ଷେ ପ୍ରଭୁ ତ୍ରିନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଯଜ୍ଞ ଅନୁଷ୍ଠିତ ହେବ।

ସୋଲରୀ ପାହାଡ଼ ପାଦ ଦେଶରେ ଅବସ୍ଥିତ ଛୋଟିଆ ଗ୍ରାମ ପାରୀକଂସାରୀରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାଧୂମଧାମରେ ଉକ୍ତ ଉତ୍ସବ ପାଳନ କରାଯାଉଛି।

ଏହି ପରିପ୍ରେକ୍ଷୀରେ ନାଟ୍ୟକାର ଓ ନିର୍ଦ୍ଧେଶକ ଉପେନ୍ଦ୍ର କୁମାର ପରିଡାଙ୍କ ବଳିଷ୍ଠ କଳା କୌଶଳରେ ମଞ୍ଚସ୍ଥ ହେବାକୁ ଯାଉଥିବା ଅଶ୍ରୁସଜ୍ଜଳିତ ପାରିବାରିକ ନାଟକ “ଲୁଚି ଲୁଚି ବସି କିଏ କାନ୍ଦୁଛି” ପରିବେଷଣ ହେବ। ବାର୍ଷିକ ଉତ୍ସବରେ ଯୋଗ ଦେଇ ପ୍ରଭୁ ତ୍ରିନାଥ ଦେବଙ୍କ ଆଶୀର୍ବାଦ ଲାଭ କରିବା ସହ ସାମାଜିକ ନାଟକକୁ ଉପଭୋଗ କରିବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି।

Related posts