Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଐତିହାସିକ ଚନ୍ଦନ ପୁଷ୍କରିଣୀର ପୁନରୁଦ୍ଧାର ନିମନ୍ତେ ଶିଳାନ୍ୟାସ କଲେ ଆଇନ ମନ୍ତ୍ରୀ
ଆଞ୍ଚଳିକ

ଐତିହାସିକ ଚନ୍ଦନ ପୁଷ୍କରିଣୀର ପୁନରୁଦ୍ଧାର ନିମନ୍ତେ ଶିଳାନ୍ୟାସ କଲେ ଆଇନ ମନ୍ତ୍ରୀ

February 16, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ଦୀର୍ଘ ୫୪ ବର୍ଷ ପରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭୀମପୁର ଗ୍ରାମର ପ୍ରାଚୀନ ଚନ୍ଦନ ପୁଷ୍କରିଣୀର ପୁନଃରୁଦ୍ଧାର ପାଇଁ ଚିଲିକା ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଶିଳାନ୍ୟାସ କରିଛନ୍ତି। ପ୍ରାଚୀନ ବଙ୍କାଡ଼ଗଡ଼ର ମାନସିଂହ ବଂଶର ରାଜା ଙ୍କ ଦ୍ଵାରା ସାମନ୍ତରାୟପୁର ଓ ନରହରିପୁର ଦୁଇ ବ୍ରାହ୍ମଣ ଶାସନର ଆରାଧ୍ୟ ଠାକୁର ଶ୍ରୀ ଗୋପୀନାଥଦେବ, ସ୍ଵପ୍ନେଶ୍ଵରଦେବ, ଝାଡେଶ୍ଵର ଦେବ, ମା’କନକ ଦୁର୍ଗା ଓ ଅନନ୍ତ ସ୍ୱାମୀ ମଠ ଠାକୁରଙ୍କ ଚନ୍ଦନ ଓ ଚାପଯାତ୍ରା ନିମନ୍ତେ ଖନନ କରାଯାଇଥିବା ଏହି ପ୍ରାଚୀନ ପୁଷ୍କରିଣୀ ବହୁବର୍ଷ ଧରି ପୁନରୁଦ୍ଧାର ହୋଇପାରିନଥିବାରୁ ଏହା ପଙ୍କପୂର୍ଣ୍ଣ ଓ ଅବ୍ୟବହୃତ ପୂର୍ତ୍ତିଗନ୍ଧମୟ ଅବସ୍ଥାରେ ପଡ଼ିରହିଥିଲା। ଗ୍ରାମବାସୀମାନେ ସ୍ନାନଶୌଚ଼ ପାଇଁ ଅକଥନୀୟ ଅସୁବିଧାର ସମ୍ମୁଖୀନ ହେଉଥିଲେ।

ପରିଶେଷରେ ଗାଲୁଆ ଗ୍ରାମପଞ୍ଚାୟତର ସରପଞ୍ଚ ସୁରେଶ ଚନ୍ଦ୍ର ବାରିକୀ, ଯୁବନେତା ସନ୍ତୋଷ ଚୌଧୁରୀ ଓ ଭୀମପୁର ଗ୍ରାମବାସୀଙ୍କ ଅନୁରୋଧକ୍ରମେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଏହାର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ୨୫ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା ସହିତ ଗ୍ରାମର ଶେଷ ଭାଗରେ ପ୍ରବାହିତ କଂସାରୀ ନଦୀ ଉପରେ ଏକ ସେତୁ, ଗ୍ରାମରେ କଲ୍ୟାଣ ମଣ୍ଡପ ନିର୍ମାଣ, ବାନାମ୍ବର ଏକାଡ଼େମୀରେ ଯୁକ୍ତ ଦୁଇ ଶିକ୍ଷା ଆରମ୍ଭ ସହିତ କ୍ରୀଡ଼ା ଷ୍ଟାଡିୟମ୍ ଓ ପଣ୍ଡିତ ଗୋଦାବରୀଶମିଶ୍ରଙ୍କ ବାଲ୍ୟଶିକ୍ଷା ସ୍ଥଳୀ ଭୀମପୁର ପ୍ରାଥମିକ ବିଦ୍ୟାଳୟରରେ ପଣ୍ଡିତ ମିଶ୍ରଙ୍କ ସ୍କୃତି ସଂଗ୍ରହାଳୟ ପରି ଅନେକ ଉନ୍ନତିମୂଳକ କାର୍ଯ୍ୟର ଘୋଷଣା କରିଥିଲେ।

ପ୍ରଫେସର ନଳିନୀ କାନ୍ତ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ସଂଗଠକ ଜିତେନ୍ଦ୍ର ଭୋଳ, ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ, ବିଭୁତି ଭୂଷଣ ନନ୍ଦ, ବାଳମୁକୁନ୍ଦ ଦାସ, ଭେଟିନାଥ ଜେନା, ପ୍ରଶାନ୍ତ କାଣ୍ଡି, ବିରଞ୍ଚି ନାରାୟଣ କାଣ୍ଡି,ପଞ୍ଚାୟତର ସମସ୍ତ ଜନ ପ୍ରତିନିଧି, ବିଭିନ୍ନ ପଞ୍ଚାୟତର ସରପଞ୍ଚ,ଗ୍ରାମର ବିଭିନ୍ନ ମହିଳା ସଂଗଠନ ଓ ଗ୍ରାମବାସୀ ମାନେ ଯୋଗଦେଇଥିଲେ।

ପରିଶେଷରେ ସାମନ୍ତରାପୁରର ଆରାଧ୍ୟ ଠାକୁର ଗୋପୀନାଥ ଦେବଙ୍କ ମନ୍ଦିର ପରିଦର୍ଶନ କରି ମନ୍ଦିରର ଉନ୍ନତିକରଣ ନିମନ୍ତେ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବାକୁ ପ୍ରତିଶୃତି ଦେଇ ଗ୍ରାମର ସମାଜସେବୀ ଦିବଙ୍ଗତ ଝାଡ଼େଶ୍ଵର ପ୍ରଧାନଙ୍କ ଅକାଳ ବିୟୋଗରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ତାଙ୍କ ଗୃହକୁ ଯାଇ ଆତ୍ମାର ସଦଗତି କାମନା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ।

ପୃଥ୍ଵୀରାଜ ହରିଚନ୍ଦନ ବଙ୍କାଡ଼ଗଡ଼ ବାଣପୁର ବ୍ଲକ ଭୀମପୁର ଗ୍ରାମ
Share. Facebook Twitter LinkedIn Email WhatsApp Copy Link

Related Posts

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

February 22, 2026

ବାଣପୁର: ପଦ୍ମଶ୍ରୀ ଉପେନ୍ଦ୍ର ମହାରଥିଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

February 22, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026
Latest News

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.