Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରଙ୍କନାଥ ଦେବଙ୍କ ପିଠର ଉନ୍ନତିକରଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
ଆଞ୍ଚଳିକ

ରଙ୍କନାଥ ଦେବଙ୍କ ପିଠର ଉନ୍ନତିକରଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

February 26, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର:ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ପୀଠର ଉନ୍ନତିକରଣ ନିମନ୍ତେ ଗତକାଲି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଶ୍ରୀ ଶ୍ରୀ ଶ୍ରୀ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ଆନୁକୂଲ୍ୟରେ ମନ୍ଦିର ପରିସରରେ ଜାରି ରହିଥିବା ତିନି ଦିବସୀୟ ପ୍ରବଚନ କାର୍ଯ୍ୟକ୍ରମରେ ଯୋଗଦେଇ ଉକ୍ତ ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମନ୍ତ୍ରୀ ଶ୍ରୀ ହରିଚନ୍ଦନ।

ଏହି ଅବସରରେ ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ବେହେରା,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୁମନ୍ତ ପଟ୍ଟନାୟକ, ସମାଜସେବୀ ନନ୍ଦ କିଶୋର ମିଶ୍ର, ବାଣପୁର ନଗର ମଣ୍ଡଳ କାର୍ଯ୍ୟକାରୀ ସଭାପତି ରବିନାରାୟଣ ମିଶ୍ର, ଶ୍ରୀ ଶ୍ରୀ ଶ୍ରୀ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ସଭାପତି ପବନ କୁମାର ରାମ, ସମ୍ପାଦକ ମନୋଜ କୁମାର ଅଗ୍ରୱାଲ, ବରିଷ୍ଠ ସଭ୍ୟ ରାଧାମୋହନ ଅଗ୍ରୱାଲ, ଗିରିଧାରୀ ପାତ୍ର, ଅଶୋକ ପାତ୍ର, ଦେବଦତ୍ତ ପାତ୍ର, ସଚ୍ଚିଦାନନ୍ଦ ପରିମାଣିକ,ରଙ୍କନାଥ ଦେବ ମନ୍ଦିର କମିଟି ସଭାପତି ଦାଶରଥି ସାହୁ, ସମ୍ପାଦକ ରବି ପ୍ରଧାନ, ବରିଷ୍ଠ ସଭ୍ୟ ଆଇନଜୀବୀ ଶ୍ୟାମ ସୁନ୍ଦର ମିଶ୍ର, ଦେବଦତ୍ତ ପାଣି, ବାଳମୁକୁନ୍ଦ ଦାସ ଏବଂ ଉଭୟ କମିଟିର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ। ରଙ୍କନାଥ ଦେବ ପିଠ ପରିସରରେ ଛାତ ନିର୍ମାଣ ଏକ ଜରୁରୀ କାର୍ଯ୍ୟ ହୋଇଥିବା ବେଳେ ଦୀର୍ଘ ବର୍ଷ ହେଲା ଏଥିନିମନ୍ତେ ଉଭୟ କମିଟି ପକ୍ଷରୁ ପ୍ରଚେଷ୍ଟା ଜାରି ରହିଥିଲା।

ତେବେ ନିକଟରେ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ପକ୍ଷରୁ ଏ ନେଇ ମାନ୍ୟବର ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିବା ବେଳେ, ମନ୍ତ୍ରୀ ତୁରନ୍ତ ଉକ୍ତ ପ୍ରକଳ୍ପକୁ ଅନୁମୋଦନ କରିବା ସହ ଏହାର ଶୁଭ ଦେଇଛନ୍ତି। ଏବଂ ଆସନ୍ତା ରଥଯାତ୍ରା ମଧ୍ୟରେ ଉକ୍ତ କାର୍ଯ୍ୟ ଶେଷ ହେବ ବୋଲି ଉପସ୍ଥିତ ଭକ୍ତମାନଙ୍କୁ ସୂଚନା ଦେଇଥିଲେ। ଯାହାଫଳରେ ଭକ୍ତମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

ଏହି ଅବସରରେ ମାନ୍ୟବର ମନ୍ତ୍ରୀଙ୍କୁ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ପକ୍ଷରୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ମନ୍ଦିର ଉନ୍ନୟନ ପ୍ରକଳ୍ପ ଅନୁମୋଦନ କରିଥିବାରୁ ମନ୍ତ୍ରୀଙ୍କୁ ସମସ୍ତ ଭକ୍ତମାନେ କୃତଜ୍ଞତା ଜଣାଇଛନ୍ତି।

ପୃଥ୍ୱୀରାଜ ହରିଚନ୍ଦନ ବାଣପୁର ଭିତ୍ତିପ୍ରସ୍ତର ସ୍ଥାପନ ଶ୍ରୀ ଶ୍ରୀ ଶ୍ରୀ ରଙ୍କନାଥ ଦେବ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026

ଡାଲିର ଗୁଣ ଜ୍ଞାନ ଓ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

March 9, 2026

“ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬” ଜୋନ୍ ସ୍ତରୀୟ ବକ୍ତା ପ୍ରଶିକ୍ଷଣ କର୍ମଶାଳା

March 9, 2026
Latest News

“ଦୁଇ ଦିନ ମଧ୍ୟରେ ପର୍ଦ୍ଦାଫାସ କରିବି”: ରାହୁଲଙ୍କୁ ଭେଟି ବିମାନ ଦୁର୍ଘଟଣା ସମ୍ପର୍କରେ କହିଲେ ରୋହିତ ପାୱାର

March 12, 2026

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026

ବଡ଼ କୂଟନୈତିକ ସଫଳତା!: ଭାରତୀୟ ତୈଳ ଜାହାଜକୁ ଅନୁମତି ଦେଲା ଇରାନ

March 12, 2026

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.