Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ସରିଲା ବାଣପୁର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ: ସଭାପତି ପଦବୀକୁ ନେଇ ବଢିଲା ଦ୍ଵନ୍ଦ୍ଵ
ଆଞ୍ଚଳିକ

ସରିଲା ବାଣପୁର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ: ସଭାପତି ପଦବୀକୁ ନେଇ ବଢିଲା ଦ୍ଵନ୍ଦ୍ଵ

March 30, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ଓଡ଼ିଶା ଆଇନଜୀବୀ ପରିଷଦର ପ୍ରତ୍ୟକ୍ଷ ତତ୍ୱାବଧାନରେ ଶନିବାର ରାଜ୍ୟର ସମସ୍ତ ଅନୁବନ୍ଧିତ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଏକାକାଳୀନ ଭାବେ ଅନୁଷ୍ଠିତ ହେଇଛି। ଅନୁରୂପ ଭାବେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସକାଳ ୭.୩୦ ଘଟିକା ଠାରୁ ନିର୍ବାଚନ ଆରମ୍ଭ ହୋଇ ଅପରାହ୍ନ ୩.୩୦ ଘଟିକାରେ ସମାପ୍ତ ହୋଇଥିଲା।

ଚଳିତ ନିର୍ବାଚନରେ ପ୍ରାର୍ଥୀମାନେ ଓକିଲ ବନ୍ଧୁମାନଙ୍କୁ ନିଜ ସପକ୍ଷରେ ମତ ଦେବାକୁ ଘରକୁ ଘର ବୁଲି ବିଭିନ୍ନ ପ୍ରକାର ପ୍ରୟାସ କରିଥିବା ଦେଖିବାକୁ ମିଳିଥିଲା। ଅପରାହ୍ନ ଚାରି ଘଟିକାରେ ଗଣତି ଆରମ୍ଭ କରାଯାଇ ଫଳ ପ୍ରକାଶ ପାଇଥିଲା।

ଚଳିତ ନିର୍ବାଚନରେ ସଂଘର ସମୁଦାୟ ୧୨୯ ଜଣ ଆଇନଜୀବୀ ସେମାନଙ୍କର ଭୋଟ ଦେଇଥିବା ବେଳେ ଉପ ସଭାପତି ଭାବରେ ପଦ୍ମଜା ପଟ୍ଟନାୟକ ୬୪ ଖଣ୍ଡ ଭୋଟ, ସମ୍ପାଦକ ଭାବରେ ଗୟାଚନ୍ଦ ଜଗଦୀଶ ପଟ୍ଟନାୟକ ୬୪ ଖଣ୍ଡ ଭୋଟ, ସହ ସମ୍ପାଦକ ଭାବେ ନରେନ୍ଦ୍ର ନାୟକ ୬୮ ଖଣ୍ଡ ଭୋଟ , କାର୍ଯ୍ୟକାରୀ ସଭ୍ୟ ଭାବରେ ସନ୍ତୋଷ ମହାପାତ୍ର ୭୮ ଖଣ୍ଡ ଭୋଟ, ଭି. କାମେଶ୍ୱର ଆଚାରୀ ୭୫ ଖଣ୍ଡ ଭୋଟ ଏବଂ ପ୍ରସନ୍ନ ଜେନା ୬୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ତେବେ ସଂଘର ସଭାପତି ପଦବୀ ପାଇଁ ଉଭୟ ପ୍ରାର୍ଥୀ ବୃନ୍ଦାବନ ପ୍ରଧାନ ଓ ଦେବି ପ୍ରସାଦ ସାମନ୍ତରାୟ ସମାନ ଭବେ ୬୩ ଖଣ୍ଡ ଭୋଟ ପାଇଥିବା ଜଣାପଡିଛି। ଏହି ପରିସ୍ଥିତିରେ ନିର୍ବାଚନ ଅଧିକାରୀ ଉଭୟ ପ୍ରାର୍ଥୀଙ୍କୁ ଧର୍ମଗୁଳା(ଲଟେରୀ) ପାଇଁ ପ୍ରସ୍ତାବ ଦେଇଥିବାବେଳେ ଉଭୟ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ l ତେଣୁ କେଉଁ ପ୍ରାର୍ଥୀ ବିଜେତା ତାହାର ନିଷ୍କର୍ଷ ବାହାରିପାରିନାହିଁ l

ଉକ୍ତ ନିର୍ବାଚନକୁ ନିର୍ବାଚନ ଅଧିକାରୀ ଭାବରେ ଆଇନଜୀବୀ ଅଜିତ ସ୍ୱାଇଁ ଏବଂ ସହ ନିର୍ବାଚନ ଅଧିକାରୀ ଭାବେ ଆଇନଜୀବୀ ବିପିନ ପ୍ରଧାନ ପରିଚାଳନା କରିଥିଲେ।

ଓକିଲ ସଂଘ କର୍ମକର୍ତ୍ତା ନିର୍ବାଚନ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ କଲେଜ ଦ୍ବାରା ଆୟୋଜିତ ପୂଜା ସ୍ୱତନ୍ତ୍ର ଶିବିର ଉଦଯାପିତ

October 5, 2025

ଟାଙ୍ଗୀ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ଉତ୍ସବରେ ଯୋଗ ଦେଲେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

October 5, 2025

ବାଣପୁର ମା ଭଗବତୀଙ୍କ ଶାରଦୀୟ ପର୍ବ ଶେଷ, ଛଅ ଭଉଣୀଙ୍କୁ ମେଲାଣୀ ଦେଇ ବାପଘରକୁ ବାହୁଡ଼ିଲେ ମା’ 

October 3, 2025

ସମ୍ବଲପୁର ରେଢାଖୋଲରେ ୯ତମ ରାବଣ ପୋଡି ମହୋତ୍ସବ ଅନୁଷ୍ଠିତ

October 3, 2025
Latest News

ଦାର୍ଜିଲିଂ ଭୂସ୍ଖଳନ: ଏପର୍ଯ୍ୟନ୍ତ ୧୭ ମୃତ, ଉଦ୍ଧାର କାର୍ଯ୍ୟ ଜାରି

October 5, 2025

ପୁନରୁଦ୍ଧାର ହେବ ଭାଗବତ ଟୁଙ୍ଗି, ଘରେ ଘରେ ପହଞ୍ଚିବ ଭାଗବତ: ମୁଖ୍ୟମନ୍ତ୍ରୀ

October 5, 2025

“ପାକିସ୍ତାନର ବଦଳିଯିବ ଇତିହାସ ଏବଂ ଭୂଗୋଳ,”: ରାଜନାଥ ସିଂହଙ୍କ ପାକିସ୍ତାନକୁ ଚେତାବନୀ

October 5, 2025

ODIରେ ଅଷ୍ଟ୍ରେଲିଆର ହରଜସ୍ ଙ୍କ ବିସ୍ଫୋରକ ଇନିଂସ: ୩୫ ଛକା ସହିତ ଖେଳିଲେ ତ୍ରିଶତକୀୟ ପାଳି

October 5, 2025

ଦୀପାବଳି ପାଇଁ ଜିଓ ଆଣିଲା ଜବରଦସ୍ତ ଅଫର, ୪ଜି ମୋବାଇଲ ଫୋନ ଦାମ୍ ଶୁଣିଲେ ହେବେ ଆଶ୍ଚର୍ଯ୍ୟ

October 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.