Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନିଜ ନିର୍ବାଚ଼ନ ମଣ୍ଡଳୀ‌‌ ଚିଲିକା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ
ଆଞ୍ଚଳିକ

ନିଜ ନିର୍ବାଚ଼ନ ମଣ୍ଡଳୀ‌‌ ଚିଲିକା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

March 31, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଚିଲିକା: ଚିଲିକା ନିର୍ବାଚନ ମଣ୍ଡଳୀର ଅନ୍ତର୍ଗତ କୁମାଣ୍ଡଳ ଗ୍ରା:ପ ନିକଟସ୍ଥ ହରିକୁଣ୍ଡବରଡି ଗ୍ରାମର ଆରାଧ୍ୟା ଦେବୀ ମା’ ସିଦ୍ଧାମ୍ବରୀଙ୍କ ପୀଠରେ ଅନୁଷ୍ଠିତ ହେଉଥିବା ବିଶ୍ଵଶାନ୍ତି ଯଜ୍ଞ ଓ ତୋରସିଂହ ଗ୍ରା:ପର ତୋରସିଂହ ଗ୍ରାମର ଆରାଧ୍ୟା ଦେବୀ ମା’ ଶୁଳିଆଙ୍କ ପୀଠରେ ଅନୁଷ୍ଠିତ ହେଉଥିବା ଯଜ୍ଞରେ ଆଜି ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ମା’ଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ଅଞ୍ଚଳବାସୀଙ୍କ ସୁଖ, ଶାନ୍ତି ଓ ପ୍ରଗତି ନିମନ୍ତେ ପ୍ରାର୍ଥନା କରିଥିଲେ। ଏହାପରେ ବାଲୁଗାଁ ସ୍ଥିତ ଭେଙ୍କଟେଶ୍ବର ବିଦ୍ୟାଳୟର ୧୫ ତମ ବାର୍ଷିକ ଉତ୍ସବ ସମାରୋହ ଓ ଡ଼ିଏଭି ଗୁରୁକୁଳର ବାର୍ଷିକ ଉତ୍ସବ ସମାରୋହରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ସମ୍ବୋଧିତ କରିଥିଲେ। ଶିକ୍ଷାକୁ ଜୀବନର ଏକ ସୁନ୍ଦର ଅଙ୍ଗ ଭାବରେ ପ୍ରତିଫଳିତ କରିବାକୁ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀମାନଙ୍କୁ ଆହ୍ବାନ ଦେବାର ପ୍ରକ୍ରିୟାକୁ ଓହ୍ଲାଇ ଆସିଛନ୍ତି। ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବା,ପାଠ ପଢ଼ିବା ଓ ପାଠ ପଢ଼ିବାର ଶୈଳୀ ସଜାଡିବାକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଯେଉଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି,ତାହା ଶିକ୍ଷା ବ୍ୟବସ୍ଥାକୁ ରୁଦ୍ଧିମନ୍ତ କରିବ।

ଛାତ୍ରଛାତ୍ରୀ ମାନେ ଶୃଙ୍ଖଳାଗତ ଭାବେ ନିଷ୍ଠାର ଶିକ୍ଷା ଅଧ୍ୟୟନ କରି ପ୍ରତିଭାର ବିକାଶ ସହ “ବିକଶିତ ଓଡ଼ିଶା” ଓ “ବିକଶିତ ଭାରତ” ଗଠନରେ ସହଭାଗିତା ହୁଅନ୍ତୁ ବୋଲି ଛାତ୍ରଛାତ୍ରୀ ମାନଙ୍କୁ ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଉତ୍କର୍ଷତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ପୁରସ୍କୃତ କରିଥିଲେ।

ଏହି ସମାରୋହରେ ନାଚୁଣୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜକିଶୋର ସାହୁ, ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ,ଭେଟେଶ୍ବର ଗ୍ରା:ପ ର ସରପଞ୍ଚ ସାବିତ୍ରୀ ଭୋଳ, ପୂର୍ବତନ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ, ସମାଜସେବୀ ଦୁଷ୍ମନ୍ତ ହରିଚନ୍ଦନ, ଭେଙ୍କଟେଶ୍ବର ବିଦ୍ୟାଳୟର‌ ଅଧ୍ୟକ୍ଷ ରଞ୍ଜିତ କୁମାର ପ୍ରଧାନ, ସମ୍ପାଦକ ସସ୍ମିତା ପ୍ରଧାନ, ପ୍ରିନ୍ସିପାଲ୍ ରାମଚ଼ନ୍ଦ୍ର ଶାସମଲଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ଥିଲେ ଏବଂ ଡିଏଭି ଗୁରୁକୁଳର ବାର୍ଷିକ ଉତ୍ସବ ସମାରୋହ ଅନ୍ୟତମ ଅତିଥିଭାବେ ଗୋଦାବରୀଶ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ବିଜୟ କୁମାର ନନ୍ଦଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ଥିଲେ।

ଚିଲିକା ପୃଥ୍ୱୀରାଜ ହରିଚନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ସାଧାରଣ ସଭା: ସମବାୟର ବିକାଶ ଓ ବ୍ୟବସାୟିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ

September 30, 2026

କର୍ତ୍ତବ୍ୟନିଷ୍ଠ ଶିକ୍ଷୟିତ୍ରୀ ବିନୋଦିନୀ କୁଣ୍ଡୁଙ୍କୁ ଭାବବିହ୍ୱଳ ବିଦାୟ

September 30, 2026

ପଥୁରିଆ ଅଙ୍ଗନୱାଡି କେନ୍ଦ୍ରରେ ୯ମ ରାଷ୍ଟ୍ରୀୟ ପୋଷଣ ମାସ–୨୦୨୬

September 30, 2026

ଗୁରୁଜୀ ମହେଶ୍ୱର ମଲ୍ଲଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ ପାଳିତ 

September 29, 2026
Latest News

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ୨୦୨୩-୨୪ ବ୍ୟାଚ୍‌ ଶିକ୍ଷକ ହେବେ ନିୟମିତ

October 2, 2026

ପାର୍ବଣ ପୂର୍ବରୁ ଡାଲି ଦର ଉପରେ ଲାଗିବ ଲଗାମ! ଶୁଳ୍କ ହ୍ରାସ କରିପାରନ୍ତି ସରକାର

October 2, 2026

TMCରେ ସଙ୍କଟ ମଧ୍ୟରେ ଅଧୀରଙ୍କ ବଡ଼ ବୟାନ, ମମତାଙ୍କୁ କଂଗ୍ରେସକୁ ଫେରିବାକୁ ଆହ୍ୱାନ

October 2, 2026

ମହାନଦୀ ଜଳବଣ୍ଟନ ପାଇଁ ବୈଠକ: ଓଡ଼ିଶାର ଅଧିକାର ପାଇଁ ଦାବି ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

October 2, 2026

ହେମନ୍ତ ସୋରେନଙ୍କୁ ₹୧୦ ହଜାର ଜରିମାନା

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.