Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ମହାବିଦ୍ୟାଳୟରେ ମଧୁବାବୁଙ୍କ ଜୟନ୍ତୀ ପାଳିତ
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ମଧୁବାବୁଙ୍କ ଜୟନ୍ତୀ ପାଳିତ

April 28, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଆଜି ଓଡ଼ିଆ ସ୍ୱାଭିମାନର ପ୍ରତୀକ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମଦିନ ପାଳିତ ହୋଇଯାଇଛି। ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ ବରିଷ୍ଠ ଅଧ୍ୟାପକ ବିଦ୍ୟାଧର ଜୁଝାରସିଂହ, ଅଧ୍ୟାପକ ପ୍ରବୀଣ କୁମାର ଜେନା, ଡକ୍ଟର ସନ୍ତୋଷ କୁମାର ରଥ ଓ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପିକା ରୀନା ରାଉତ ଅତିଥିଭାବେ ଯୋଗଦେଇ ମଧୁବାବୁଙ୍କ ଓଡ଼ିଆ ସ୍ୱାଭିମାନ, ଭାଷାପ୍ରୀତି ଓ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ତାଙ୍କ ପ୍ରତିବଦ୍ଧତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଓଡ଼ିଆ ଜାତିର ମୁରବି ଓ ଓଡ଼ିଆ ସ୍ୱାଭିମାନର ଜାଗ୍ରତ ପ୍ରହରୀ ଭାବେ ମଧୁବାବୁଙ୍କ ମହାର୍ଘ ଅବଦାନ ସଦା ଅମ୍ଲାନ ହୋଇ ରହିବ ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ।

ଏହି ଅବସରରେ ଅଧ୍ୟାପିକା ସୁଶ୍ରୀ ତପସ୍ୱିନୀ ନନ୍ଦ ଓ ଅଧ୍ୟାପିକା କୀର୍ତ୍ତିମୟୀ ବାରିକ ମଧୁବାବୁଙ୍କ କାଳଜୟୀ କବିତା ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା କ୍ରୀଷ୍ଣା ସେଠୀ, ସୁନିତା ନନ୍ଦ, ମନସ୍ବିନୀ ପଟ୍ଟନାୟକ, ସ୍ନିଗ୍ଧାରାଣୀ ମୁଦୁଲି, ବାଳକୃଷ୍ଣ ପାଢ଼ୀ, ଚନ୍ଦନ ନାୟକ, ରୋଜାଲିନ ମିଶ୍ର, ଶୁଚିସ୍ମିତା ମହାପାତ୍ର, ହିମାଂଶୁ ଦାଶ, ବିଶ୍ୱଜିତ ଦାସ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ସଂଚାଳନ ଅଧ୍ୟାପିକା ଶୁଭଦର୍ଶିନୀ ବିଶ୍ୱାଳ କରିଥିବାବେଳେ ଧନ୍ୟବାଦ ଦେଇଥିଲେ ଅଧ୍ୟାପିକା ରୀନା ରାଉତ।

ଉତ୍କଳ ଗୌରବ ବାଲୁଗାଁ ମହାବିଦ୍ୟାଳୟ ମଧୁସୂଦନ ଦାସ
Share. Facebook Twitter LinkedIn Email WhatsApp Copy Link

Related Posts

ହନୁମାନ ଜୟନ୍ତୀ ଉପଲକ୍ଷେ ବାଇକ ଶୋଭାଯାତ୍ରା

April 14, 2026

ନାରୀଶକ୍ତି ହିଁ ଗଣତନ୍ତ୍ରର ସୁରକ୍ଷା କବଚ

April 14, 2026

ବାଲୁଗାଁ ମହାବିଦ୍ୟାଳୟରେ ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

April 13, 2026

ଗୋଦାବରୀଶ ମହାବିଦ୍ୟାଳୟ ରୋଭର ଓ ରେଞ୍ଜର ମାନଙ୍କ ଜଳ ବଣ୍ଟନ କାର୍ଯ୍ୟକ୍ରମ

April 13, 2026
Latest News

ପୁର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ନିର୍ମମ ହତ୍ୟା

April 15, 2026

ରାଘବ ଚଢାଙ୍କୁ ମିଳିବ Z ସିକ୍ୟୁରିଟି!: ସୁରକ୍ଷା ପ୍ରତ୍ୟାହାର କରିଥିଲେ ପଞ୍ଜାବର AAP ସରକାର

April 15, 2026

ଆଜି  ପ୍ରକାଶ ପାଇବ CBSE ର ଦଶମ ପରୀକ୍ଷା ଫଳ!: ଯାଞ୍ଚ କରନ୍ତୁ ଫଳାଫଳ

April 15, 2026

ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ସମ୍ରାଟ ଚୌଧୁରୀ: ଜେଡିୟୁରୁ ଦୁଇ ଉପମୁଖ୍ୟମନ୍ତ୍ରୀ

April 15, 2026

ରାସଗୋବିନ୍ଦପୁରରେ ଛାତ୍ରୀ ମୃତ୍ୟୁ ମାମଲା: କେନ୍ଦ୍ରାଞ୍ଚଳ RDC ତଦନ୍ତ ନିର୍ଦ୍ଦେଶ

April 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.