Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକା: ସ୍ବର୍ଗତ ଶ୍ରୀ ହରିହର ସାହୁ ସ୍ମାରକୀ ଛାତ୍ରବୃତ୍ତି
ଆଞ୍ଚଳିକ

ଚିଲିକା: ସ୍ବର୍ଗତ ଶ୍ରୀ ହରିହର ସାହୁ ସ୍ମାରକୀ ଛାତ୍ରବୃତ୍ତି

September 8, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଚିଲିକା
ଚିଲିକା: ସ୍ବର୍ଗତ ଶ୍ରୀ ହରିହର ସାହୁ ସ୍ମାରକୀ ଛାତ୍ରବୃତ୍ତି

ବାଲୁଗାଁ: ଚିଲିକା ବ୍ଲକ ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ଇଞ୍ଚନପୁର ଚିଲିକା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୋମବାର ପୂର୍ବାହ୍ନରେ ସ୍ବର୍ଗତ ଶ୍ରୀ ହରିହର ସାହୁ ସ୍ମାରକୀ ଛାତ୍ର ବୃତ୍ତି ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଛି।ଭାରତୀୟ ନୌସେନାରେ କାର୍ଯ୍ୟରତ କମାଣ୍ଡିଙ୍ଗ ଅଫିସର ତପନ କୁମାର ସାହୁ ନିଜ ପିତାଙ୍କ ସ୍ମୃତିକୁ ବଜାୟ ରଖି ଛାତ୍ରଛାତ୍ରୀ ମାନଙ୍କ ପ୍ରତି ଥିବା ନିବିଡ଼ ସମ୍ପର୍କକୁ ଚିରସ୍ଥାୟୀ ସହିତ ପ୍ରତିଯୋଗିତା ମୂଳକ ପାଠ୍ୟକ୍ରମରେ ଉର୍ଣ୍ଣତୀ ପାଇଁ ଉକ୍ତ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ତିନିଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରତିବର୍ଷ ବୃତ୍ତି ପ୍ରଦାନ କରିଆସୁଛନ୍ତି।ବୃତ୍ତି ବାବଦକୁ ପ୍ରଥମ ମେଧାବିଙ୍କୁ ୧୦୦୦ ଟଙ୍କା ସହ ମାନପତ୍ର ଓ ଟ୍ରଫି,ଦ୍ଵିତୀୟ  ମେଧାବିଙ୍କୁ ୮୦୦ ଟଙ୍କା ସହ ମାନପତ୍ର ଓ ଟ୍ରଫି ଏବଂ ତୃତୀୟ  ମେଧାବିଙ୍କୁ ୭୦୦ ଟଙ୍କା ସହ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ପ୍ରଥମ ମେଧାବୀ ଛାତ୍ରୀ ଭାବେ ତପସ୍ୱିନୀ ସାମନ୍ତରାୟ,ଦ୍ୱିତୀୟ ମେଧାବୀ ଛାତ୍ରୀ ଭାବେ ନର୍ମଦା ଜାଲି ଓ ତୃତୀୟ ମେଧାବୀ ଛାତ୍ର ଭାବେ ଓମ ପ୍ରକାଶ ପ୍ରଧାନଙ୍କୁ ପୁରସ୍କୃତ କରାଯାଇଥିଲା।

ପ୍ରାରମ୍ଭିକ ପର୍ଯ୍ୟାୟରେ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ମାନେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ ଗୁରୁଜନମାନଙ୍କୁ ଗୁରୁବନ୍ଦନା କରିଥିଲେ। ଏହାପରେ ବିଦ୍ୟାଳୟ ପରିସରରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୁଣନିଧି ବେହେରା ଆନୁଷ୍ଠାନିକ ଭାବେ ପରିଚାଳନା କରିଥିବାବେଳେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ବିଦ୍ୟାଳୟ କମିଟି ଅଧ୍ୟକ୍ଷା ମାନସୀ ମହାପାତ୍ର, କମିଟି ସଦସ୍ୟ ରବୀନ୍ଦ୍ରନାଥ ବାରିକ, ସମାଜସେବୀ ନବୀନ କୁମାର ମହାପାତ୍ର, ପ୍ରକାଶ କୁମାର ସାହୁଙ୍କ ସମେତ ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ।

ବିଦ୍ୟାଳୟରେ ପ୍ରତିବର୍ଷ ଏପରି ମହାନ କାର୍ଯ୍ୟ ଜାରି ରହିଥିବାରୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ପ୍ରକାଶ ପାଉଥିବା ବେଳେ କମାଣ୍ଡର ଶ୍ରୀ ସାହୁଙ୍କ ଏଭଳି ମହନୀୟତା କାର୍ଯ୍ୟ ପାଇଁ ଅଞ୍ଚଳବାସୀ ଭୂୟାଁସି ପ୍ରଶଂସା କରିଛନ୍ତି।

ଚିଲିକା ମେଧାବୀ ଛାତ୍ରଛାତ୍ରୀ ସ୍ମାରକୀ ଛାତ୍ର ବୃତ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

ଚୂଡ଼ାନ୍ତ ହେଲା ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ!: ଚିରାଗ ପାସୱାନଙ୍କ ବଡ଼ ଖୁଲାସା 

March 23, 2026

ଜିଓ ଏବଂ ଏୟାରଟେଲ୍ କମ୍ପାନୀର ବଢିବ ଚିନ୍ତା: ମିଶିବାକୁ ଯାଉଛନ୍ତି ଏହି ଦୁଇ କମ୍ପାନୀ

March 23, 2026

ପାକିସ୍ତାନରେ ଆକାଶଛୁଆଁ ପେଟ୍ରୋଲ ଓ ଗ୍ୟାସର ମୂଲ୍ୟ: ଜାଣନ୍ତୁ ଭାରତଠାରୁ କେତେ ପାର୍ଥକ୍ୟ?

March 23, 2026

IPL ପାଇଁ PSL ଛାଡିଥିବା ଖେଳାଳିମାନଙ୍କ ବିରୁଦ୍ଧରେ PCB କଠୋର: କାର୍ଯ୍ୟାନୁଷ୍ଠାନ ଚେତାବନୀ

March 23, 2026

କମିଲା ସୁନା ଓ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ ରହିଛି ଆଜିର ଦର?

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.