Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ‘ମା ପାଇଁ ଗଛଟିଏ” ଅଭିଯାନରେ ଭାଗନେଲେ ଖୋର୍ଦ୍ଧା ଏସପି
ଆଞ୍ଚଳିକ

ବାଣପୁର: ‘ମା ପାଇଁ ଗଛଟିଏ” ଅଭିଯାନରେ ଭାଗନେଲେ ଖୋର୍ଦ୍ଧା ଏସପି

September 17, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଣପୁର
ବାଣପୁର: 'ମା ପାଇଁ ଗଛଟିଏ" ଅଭିଯାନରେ ଭାଗନେଲେ ଖୋର୍ଦ୍ଧା ଏସପି

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଥାନା ପରିଦର୍ଶନରେ ଆସି ନୂତନ ଏସପି ବିବେକାନନ୍ଦ ଶର୍ମା ଦୁଇ ଗୋଟି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଥାନା ପ୍ରାଙ୍ଗଣରେ ନିର୍ମିତ ନୂତନ ଛାୟାଘର ଭିତରେ ପୋଲିସ ଗାଡ଼ି ରଖିବା ନିର୍ଦ୍ଦିଷ୍ଟ ସ୍ଥାନକୁ ଉଦଘାଟନ କରିଥିଲେ ଏସପି। ଏହି ସ୍ଥାନରେ “ରିଜର୍ଭଡ଼ ” ଚିହ୍ନ ଦ୍ୱାରା ଚିହ୍ନିତ ଦୁଇଟି ଗାଡ଼ି ସ୍ଥାନ, ମାରିଗୋଲ୍ଡ ଫୁଲର ଶୋଭା, ଓଡିଶା ପୋଲିସ ଲୋଗୋ ସହିତ ଦେଖିବାକୁ ମିଳିଥିଲା, ଯାହାକି ଥାନାର ବୃହତ୍ ଦୃଷ୍ଟିକୋଣ ଓ ବ୍ୟବସ୍ଥାପନ ଦକ୍ଷତାକୁ ପ୍ରତିବିମ୍ବିତ କରେ।

ସେହିପରି ଭାବେ ପରିବେଶ ସୁରକ୍ଷା ଓ ସାଂସ୍କୃତିକ ମୂଲ୍ୟବୋଧକୁ ଉଦ୍‌ବୋଧିତ କରିବା ଉଦ୍ଦେଶ୍ୟରେ ଏସ୍‌ପିଙ୍କ ଦ୍ୱାରା “ମା ପାଇଁ ଗଛଟିଏ” ଅଭିଯାନ ଅନ୍ତର୍ଗତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଣପୁର ଥାନା ଆଇଆଇସି ରମେଶ କୁମାର ଦେବତା ଓ ସମସ୍ତ ଥାନା କର୍ମଚାରୀମାନେ ମିଳିମିଶି ଉକ୍ତ କାର୍ଯ୍ୟକ୍ରମରେ ସକ୍ରିୟ ଭାଗ ନେଇଥିଲେ। ଏହାପରେ ଏସପି ଶ୍ରୀ ଶର୍ମା ମା’ ଭଗବତୀ ମନ୍ଦିର ଦର୍ଶନ କରି ମା’ଙ୍କ ଆଶୀର୍ବାଦ ଭିକ୍ଷା ଗ୍ରହଣ କରିଥିଲେ।

ଉକ୍ତ ସମୟରେ ସେ ସ୍ଥାନୀୟ ସେବାୟତ ଏବଂ ଜନସାଧାରଣଙ୍କ ସହ ମନ୍ଦିର ଓ ସହରର ସୁରକ୍ଷା ନେଇ ବିଭିନ୍ନ ବ୍ୟବସ୍ଥା ବିଷୟରେ ଆଲୋଚନା କରିବା ସହ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ବାଣପୁର ଆଇଆଇସିଙ୍କୁ ନିର୍ଦେଶ ଦେଇଥିଲେ।

'ମା ପାଇଁ ଗଛଟିଏ" ଅଭିଯାନ ଖୋର୍ଦ୍ଧା ଏସପି ବାଣପୁର ବିବେକାନନ୍ଦ ଶର୍ମା
Share. Facebook Twitter LinkedIn Email WhatsApp Copy Link

Related Posts

କୁକୁଡାଖଣ୍ଡି ବ୍ଲକରେ ତୃତୀୟ ମାସିକ କ୍ଲଷ୍ଟର ବୈଠକ

September 12, 2026

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

September 12, 2026

ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟ ମାମଲା: ବିରୋଧୀଙ୍କୁ କଡ଼ା ଆକ୍ରମଣ କଲେ ବାଣପୁର ବ୍ଲକ ଅଧ୍ୟକ୍ଷ

September 11, 2026

ବାଣପୁର: ବ୍ଲକ ସ୍ତରୀୟ ଇଣ୍ଡୋର ସ୍ପୋର୍ଟ୍ସ ଉଦଯାପିତ

September 9, 2026
Latest News

ଆସନ୍ତୁ ଜାଣିବା ସୂର୍ଯ୍ୟମୁଖୀ ମଞ୍ଜି ଆମ ଶରୀର ପାଇଁ କେତେ ଉପକାରୀ

September 13, 2026

ATMରୁ ଫଟା ନୋଟ୍ ବାହାରିଲେ ଚିନ୍ତା ନାହିଁ! ବ୍ୟାଙ୍କ ଦେବ ଟଙ୍କା, ଜାଣନ୍ତୁ ବଦଳାଇବାର ସମ୍ପୂର୍ଣ୍ଣ ନିୟମ

September 13, 2026

ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର

September 13, 2026

ସମ୍ବଲପୁରରେ ଅପରାଧୀ ଇରଫାନକୁ ପୁଲିସ ଏନକାଉଣ୍ଟର

September 13, 2026

Ganesh Puja 2026: ଆସନ୍ତାକାଲି ଗଣେଷ ପୂଜା, ପ୍ରଭୃଙ୍କ ପାଖରେ ଲାଗି କରନ୍ତୁ ଏହି ଭୋଗ

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.